ଖୋଲିଲା ମାଛକୁଣ୍ଡ ଜଳ ଭଣ୍ଡାର ଗେଟ୍‌

Advertisment
ଖୋଲିଲା ମାଛକୁଣ୍ଡ ଜଳ ଭଣ୍ଡାର ଗେଟ୍‌

ଲମତାପୁଟ : ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ଜଳ ଭଣ୍ଡାରରେ ଜଳ ପତ୍ତନ ବୃଦ୍ଧି ପାଇଛି। ନିର୍ଧାରିତ ପରିମାଣ ଠାରୁ ଅଧିକ ଜଳ ଆସି ଗଚ୍ଛିତ ହେବାରୁ ଆଜି ଜଳ ଭଣ୍ଡାରର ଦୁଇଟି ଗେଟ୍‌ ଖୋଲି ବର୍ଷା ଜଳକୁ ନିଷ୍କାସନ କରାଯାଇଛି।

ଓଡିଶା-ଆନ୍ଧ୍ର ସୀମାନ୍ତବର୍ତୀ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଠାରେ ଜଳ ବିଦ୍ୟୁତ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପ ନିମନ୍ତେ ମାଛକୁଣ୍ଡ ଓ ଜଲାପୁଟ ଠାରେ ଜଳ ଭଣ୍ଡାର ରହିଛି। ମାଛକୁଣ୍ଡ ଜଳ ଭଣ୍ଡାରରେ ୯୦ଫୁଟ ପର୍ଯ୍ୟନ୍ତ ଜଳ ଧାରଣ କ୍ଷମତା ରହିଛି। କିନ୍ତୁ ଗତ କିଛି ଦିନର ଅନବରତ ବର୍ଷା ଯୋଗୁଁ ଜଳ ପତ୍ତନ ୯୦ଫୁଟ୍‌ ଉପରେ ରହିଥିଲା। ଯାହାଫଳରେ ଜଳ ଭଣ୍ଡାର କର୍ତୃପକ୍ଷ ଗେଟ୍‌ ଖୋଲି ଜଳ ନିଷ୍କାସନ କରିବାକୁ ବାଧ୍ୟ ହୋଇଥିଲେ। ପ୍ରଥମ ଓ ଦ୍ୱିତୀୟ ଫାଟକ ଖୋଲାଯାଇ ପ୍ରତି ସେକେଣ୍ଡରେ ୨ହାଜର କ୍ୟୁସେକ ଜଳ ନିଷ୍କାଷିତ କରାଯାଉଥିବା ଜଣାଯାଇଛି। ସେହିପରି ଏହି ଜଳ ଭଣ୍ଡାରରେ ପ୍ରତି ସେକେଣ୍ଡରେ ୨ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ସୂଚନା ମିଳିଛି। ଖବର ଲେଖିବା ବେଳକୁ ଜଳ ଭଣ୍ଡାରରେ ଜଳପତ୍ତନ ୮୯.୨ ଫୁଟ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe