ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ: ଚାରି ଅଭିଯୁକ୍ତ ଗିରଫ

ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ: ଚାରି ଅଭିଯୁକ୍ତ ଗିରଫ

କୋରାପୁଟ: ମାଛକୁଣ୍ଡ ପୁଲିସ କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ ମାଛକୁଣ୍ଡ ପୁଲିସ କୋରାପୁଟ ଜିଲ୍ଲା ସୁରମି ଛକ ନିକଟସ୍ଥ ଜଲାପୁଟ ଗ୍ରାମ ନିକଟରେ ଦୁଇଟି ବୋଲେରୋ ଗାଡ଼ିରୁ ୨୦୦ କେଜି ୪୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି। ଘଟଣାସ୍ଥଳରୁ ଦୁଇଟି ବୋଲେରୋ ଗାଡ଼ି ମଧ୍ୟ ଜବତ ହୋଇଛି।

publive-image

ଏହି ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଡାଣ୍ଡେ କେଲେପ୍ପା, ସିସ୍ୱେରାଓ ଆଡେ, ୱାଭାନ୍ ରାଓ ଏବଂ ମାରୁତି ଚୌହାନ୍। ଏମାନେ ସମସ୍ତେ କର୍ଣ୍ଣାଟକର ବୋଲି ଜଣାଯାଇଛି। ଏମାନଙ୍କ ବିରୁଦ୍ଧରେ ଏନଡିପିଏସ୍ ଅଧିନିୟମ ଅନୁଯାୟୀ ମାମାଲା ରୁଚୁ କରାଯାଇଛି। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯିବ। ଏହି ଗଞ୍ଜେଇକୁ ଆନ୍ଧ୍ର ଓଡ଼ିଶା ସୀମାରୁ ଜଲପୁଟ, ଲାମଟାପୁଟ ହାଇଦ୍ରାବାଦକୁ ଜୟପୁର ଦେଇ ଚାଲାଣ କରାଯାଉଥିଲା। ଏସଆଇ ଟି ପଟ୍ଟନାୟକ ଏହି ଘଟଣାର ତଦନ୍ତ କରୁଥିବା ନେଇ ନନ୍ଦପୁର ଏସଡିପି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe