କିଛିଦିନର ନିରବତା ପରେ ପୁଣି ଲାଗିଲା ମାଓ ବ୍ୟାନର୍

Advertisment
କିଛିଦିନର ନିରବତା ପରେ ପୁଣି ଲାଗିଲା ମାଓ ବ୍ୟାନର୍

କୋରାପୁଟ: କିଛି ବର୍ଷର ନିରବତା ପରେ କୋରାପୁଟ ଜିଲ୍ଲାରେ ପୁଣି ଲାଗିଲା ଲାଲ ବ୍ୟାନର। କୋରାପୁଟ ଜିଲ୍ଲା ଆଲମଣ୍ଡା ଓ ସରପଲି ଛକରେ ମାଓବାଦୀଙ୍କ ନାଁରେ ତେଲୁଗୁ ଭାଷାରେ ଲେଖାଥିବା ବ୍ୟାନର ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀଙ୍କ ନାଁରେ ଲଗାଯାଇଥିବା ଏହି ଲାଲ ବ୍ୟାନରରେ ବିଜେଡି କର୍ମକର୍ତ୍ତା ଓ ବନ ବିଭାଗ କର୍ମଚାରୀଙ୍କୁ ଧମକ ଦିଆଯାଇଛି। ଏପରିକି ଅଙ୍ଗନବାଡ଼ି ସାମଗ୍ରୀ ଠିକ ଭାବେ ଅଞ୍ଚଳରେ ବଣ୍ଟନ ହେଉନଥିବା କାରଣରୁ ମଧ୍ୟ ଚେତାବନୀ ଦିଆଯାଇଛି।

ଶ୍ରୀକାକୁଲମ ଓ କୋରାପୁଟ ଡିଭିଜନ ନାଁରେ ମାଓ ବ୍ୟାନର ଲଗାଯାଇଛି। ଲାଲ ବ୍ୟାନର ଲାଗିବା ପରେ ସାଧାରଣରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ କରୁଛି। ମାଓବାଦୀ କିମ୍ଵା ମାଓବାଦୀଙ୍କ ନାମରେ କେହି ପୋଷ୍ଟର ମାରିଥିବା ନେଇ ପୁଲିସ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe