ବିପଦସଙ୍କୁଳ ଅବସ୍ଥାରେ ମେଡିକାଲ ଗୃହ

Advertisment
ବିପଦସଙ୍କୁଳ ଅବସ୍ଥାରେ ମେଡିକାଲ ଗୃହ

ଜୟପୁର: ଜୟପୁର ଉପଖଣ୍ଡ ଚିକିତ୍ସାଳୟର କିଶୋର, କିଶୋରୀ ପରାମର୍ଶ କେନ୍ଦ୍ର ଓ ସୁରକ୍ଷା କ୍ଲିନିକ ଗୃହର କାନ୍ଥ ଫାଟି ଦବିବାରେ ଲାଗିଛି। ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା ବେଳେ ଏବେ ତାହା ବଢ଼ି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଗୃହଟିର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ରାଜରାଜୁଡା ଅମଳରୁ ଏହି କୋଠାଟି ନିର୍ମାଣ ହୋଇଥିଲା। ମେଡିକାଲ ହେବା ପରେ ଏହି କୋଠାରେ ବର୍ହିଃବିଭାଗ ସମେତ ଅନ୍ୟାନ ବିଭାଗ ଖୋଲାଯାଇ ଚିକିତ୍ସା କରାଯାଉଥିଲା। ଏହି କୋଠାର ଗୋଟିଏ ଗୃହରେ କିଶୋର ଓ କିଶୋରୀ ପରାମର୍ଶ କେନ୍ଦ୍ର ଓ ଯୌନରୋଗ ସମ୍ବନ୍ଧିୟ ପରାମର୍ଶ କେନ୍ଦ୍ର ଖୋଲାଯାଇଛି। ଯେଉଁଠି ୧୧ରୁ ୧୯ ବର୍ଷ କିଶୋର କିଶୋରୀଙ୍କୁ ଅପପୃଷ୍ଟି, ଶାରୀରିକ ପରିବର୍ତ୍ତନ, ରକ୍ତହୀନତା, ମାସିକ ଋତୁସ୍ରାବ ଏବଂ ବିଭିନ୍ନ ଶାରିରୀକ ସମସ୍ୟା ବିଷୟରେ ବୁଝି ସେମାନଙ୍କୁ ଉଚିତ ପରମର୍ଶ ପ୍ରଦାନ କରାଯାଉଛି।

ସେହିପରି ସୁରକ୍ଷା କ୍ଲିନିକରେ ଯୌନ ଓ ପ୍ରଜନନ ସମ୍ବନ୍ଧିତ ସ୍ୱାସ୍ଥ୍ୟ ସେବା ବିଷୟରେ ପରାମର୍ଶ, ମାଗଣା ଚିକିତ୍ସା, ମାଗଣା ଔଷଧ ପ୍ରଦାନ ସହ ଗର୍ଭବତୀ ସମୟରେ ନିଜର ଯତ୍ନ ଓ ଯୌନରୋଗୀଙ୍କୁ ଆବଶ୍ୟକୀୟ ପରାମର୍ଶ ଦିଆଯାଇଥାଏ। ଏହି ପରାମର୍ଶ ଦେବା ପାଇଁ ଜଣେ ପୁୁରୁଷ ଓ ମହିଳା କାଉନସିଲର ସକାଳ ୯ଟାରୁ ୧୧ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ପରାମର୍ଶ ଦେଇଥାନ୍ତି। ଏହି ଗୃହର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ତାହା ଦିନକୁ ଦିନ ବଢ଼ିବାରେ ଲାଗିଛି। କାନ୍ଥ ଫାଟି ଆଁ କରିଥିବା ଯେକୌଣସି ସମୟରେ ଭୁଷୁଡି ପଡିବା ସମ୍ଭାବନା ଦେଖାଦେଇଛି । ତୁରନ୍ତ ଏହାର ମରାମତି ପାଇଁ ଦାବି କରାଯାଇଛି । ଏ ନେଇ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡା. ଦଧିବାମନ ତ୍ରିପାଠୀ କହିଛନ୍ତି ଏହି ଗୃହର ମରାମତି ପାଇଁ ପୂର୍ତ୍ତ ବିଭାଗକୁ ଅବଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe