The Hans India
ଭୁବନେଶ୍ବର: ପ୍ରଥମେ ପୁରୀ, କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପରେ ଏବେ କୋରାପୁଟ ସଂସଦୀୟ କ୍ଷେତ୍ରକୁ ନେଇ ନବୀନ ନିବାସରେ ଆଲୋଚନା ଜାରି ରହିଛି। ନବୀନ ନିବାସରେ କୋରାପୁଟ ନେତାଙ୍କୁ ନେଇ ଏହି ବୈଠକ ଆରମ୍ଭ ହେଇଛି। ପର୍ଯ୍ୟବେକ୍ଷକଙ୍କ ସହ ବିଧାୟକ ଓ ଆଶାୟୀ ନେତାଙ୍କୁ ନେଇ ଆଲୋଚନା କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ବୈଠକରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଗନ୍ନାଥ ସାରକାଙ୍କ ସହିତ ରବି ନନ୍ଦ, ପ୍ରୀତମ ପାଢୀ, ଭାସ୍କର ରାଓ ଓ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ଗତବର୍ଷ କୋରାପୁଟ ସଂସଦୀୟ କ୍ଷେତ୍ରରେ ବିଜେଡି ପରାଜୟ ବରଣ କରିଥିଲା। ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ହରାଇଥିଲେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା। ତେଣୁ କୌଣସିମତେ ଏହି ଆସନକୁ ଆଉ ଥରେ ହରାଇବାକୁ ଚାହୁଁନି ବିଜେଡି। ତେଣୁ ଆଶାୟୀ ପ୍ରାର୍ଥୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ ଦଳର ସୁପ୍ରିମୋ ଆଲୋଚନା କରୁଥିବା ଜଣାଯାଇଛି।
Follow Us