୧୧ପ୍ରବାସୀଙ୍କୁ ଅଧାରାସ୍ତାରେ ଛାଡ଼ିଦେଲା ଟ୍ରକ: ପ୍ରଶାସନ ଓ ସ୍ବେଚ୍ଛାସେବୀଙ୍କ ସହାୟତାରେ ଘରକୁ ଫେରିଲେ

୧୧ପ୍ରବାସୀଙ୍କୁ ଅଧାରାସ୍ତାରେ ଛାଡ଼ିଦେଲା ଟ୍ରକ: ପ୍ରଶାସନ ଓ ସ୍ବେଚ୍ଛାସେବୀଙ୍କ ସହାୟତାରେ ଘରକୁ ଫେରିଲେ

ଜୟପୁର: ୧୧ଜଣ ପ୍ରବାସୀ ଦାଦନ ଶ୍ରମିକଙ୍କୁ ହାଇଦ୍ରାବାଦରୁ ସାଙ୍ଗରେ ଆଣି ପାତ୍ରପୁଟ ନିକଟରେ ରାତିର ଅନ୍ଧାର ମଧ୍ୟରେ ଛାଡ଼ି ଚାଲିଯାଇଥିଲା ଟ୍ରକ। କୋରାପୁଟ ଜିଲ୍ଲାର ଦଶମନ୍ତପୁର ଓ ରାୟଗଡ଼ା ଜିଲ୍ଲାର କାଶୀପୁରକୁ ଲୋକେ ଚାଳି ଚାଳି ଯାଉଥିଲେ। ଏନେଇ ସୂଚନା ପାଇ ସମାଜସେବୀ କାର୍ତ୍ତିକ ରାଉତ, ତରୁଣ ଜୈନ ଏମାନଙ୍କୁ ଗାନ୍ଧୀଛକ ନିକଟରେ ପାଇଥିଲେ।

ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସୟ ଓ  ଟାଉନଥାନା ଆଇଆଇସି ସଂଜୟ ମଣ୍ଡଳଙ୍କୁ ସୂଚନା ଦେଇଥିଲେ। ସେ ପୁଲିସ ଫୋର୍ସ ପଠାଇଥିଲେ। ପୁଲିସ ଗାଡ଼ିରେ ଏହି ୧୧ଜଣ ପ୍ରବାସୀଙ୍କୁ ସରୋଜିନୀ ଭବନରେ ରଖାଯିବାର ସୁବନ୍ଦୋବସ୍ତ କରାଯାଇଥିଲା। ଏଠାରେ ଏମାନଙ୍କୁ ଖାଇବାକୁ ଦିଆଯାଇଥିଲା। ଏହି ପ୍ରବାସୀ ଶ୍ରମିକମାନେ ହାଇଦ୍ରାବାଦରେ ନାଳ, ପାଣିଟାଙ୍କି ଓ କୋଠା ନିର୍ମାଣ କାମ କରୁଥିବା କହିଥିଲେ। ଏହି ଅଂଚଳରୁ ଆହୁରି ଅଧିକା ଶ୍ରମିକ ସେଠାରେ କାମ କରୁଥିବା ଏମାନେ ସୂଚନା ଦେଇଥିଲେ। ପ୍ରତ୍ୟେକ ଦିନ ପ୍ରବାସୀ ଶ୍ରମିକଙ୍କ  ଫେରିବା ସୁଅ ଲାଗିବା ସହ ଜୟପୁର ସହର ଦେଇ ଏମାନେ ଯାଉଛନ୍ତି। ସହରର ସବୁ ପ୍ରବେଶପଥରେ ଏମାନଙ୍କର ସ୍ବାସ୍ଥ୍ୟବସ୍ଥାର ଯାଞ୍ଚ କରି ଏମାନଙ୍କୁ ଛଡ଼ା ଗଲେ ଜିଲ୍ଲାର ବିଭିନ୍ନ ଗ୍ରାମାଂଚଳରେ ସଂକ୍ରମଣ ହାର କମିଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe