Meeting Millet in Koraput Photograph: (Sambad )
କୋରାପୁଟ: ଜିଲ୍ଲା କୃଷି ବିଭାଗ ପକ୍ଷରୁ ଶ୍ରୀ ଅନ୍ନ ଅଭିଯାନ କ୍ରମରେ ମାଣ୍ଡିଆ କ୍ରୟ କରିବା ନିମନ୍ତେ ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋରାପୁଟ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲୋଚନ ଚନ୍ଦ୍ର ମାଝୀ, କୋରାପୁଟ ଉପ ଜିଲ୍ଲାପାଳ ବେଣୁଧର ଶବର, ଟିଡିସିସି ମ୍ୟାନେଜର ଆଶୁତୋଷ ନନ୍ଦ, କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ତପନ କୁମାର ନାୟକ, ୱାସନର ଶିବ ଶଙ୍କର ତ୍ରିପାଠୀ, ଓରମାସ ଯୋଗାଣ ଓ ବିପଣନ ଅଧିକାରୀ ରୋଶନ କୁମାର କାର୍ତ୍ତିକ, କୋରାପୁଟ ଆରଏମସି ସମ୍ପାଦକ ଅରୁଣ କୁମାର ଜେନା ଓ ବିଭିନ୍ନ ବ୍ଲକରୁ ଚାଷୀ ଓ ଚାଷୀ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଆସନ୍ତା ବର୍ଷ ଜାନୁଆରି ପ୍ରଥମ ସପ୍ତାହରୁ ଜିଲ୍ଲାରେ ଖରିଫ ଋତୁ ମାଣ୍ଡିଆ କ୍ରୟ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଥିଲା।
ପୂର୍ବବର୍ଷ ଭଳି ଚଳିତ ବର୍ଷ ୪୮ ଟି ମଣ୍ଡି ଖୋଲାଯିବ। ୨୧ଗୋଟି ଲ୍ୟାମ୍ପ ଓ ଫାରର୍ମସ ପ୍ରଡ୍ୟୁସର କମ୍ପାନୀ ଜରିଆରେ ଏହା କିଣାଯିବ। ଚଳିତ ବର୍ଷ ୨ ଲକ୍ଷ ୩୮ ହଜାର କ୍ସିଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି। ୩୦ହଜାର ଚାଷୀଙ୍କର ପଂଜୀକରଣର ଲକ୍ଷ୍ୟ ରହିଥିବା ବେଳେ ଏଯାଏ ୮ହଜାର ଚାଷୀ ପଂଜୀକରଣ କରିଛନ୍ତି। ଏବେ କୁଇଣ୍ଟାଲ ପିଛା ୪୨୯୦ଟଙ୍କା ସର୍ବନିମ୍ନ ଦର ଦିଆଯିବ।
ଏହା ସହ ଅତିରିକ୍ତ ପ୍ରତ୍ସାହନ ରାଶି କୁଇଣ୍ଟାଲ ପିଛା ୨୧୦ଟଙ୍କା ଏଭଳି ଚାଷୀଙ୍କୁ କୁଇଣ୍ଟାଲ ପିଛା ୪୫୦୦ଟଙ୍କା ଦିଆଯିବ। ଚାଷୀଙ୍କ ଆଧାର ଡେବିଟ୍ ମାଧ୍ୟମରେ ମାଣ୍ଡିଆ କିଣିବାର ୭୨ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ ଜମା ହେବ। ଗତ ବର୍ଷ ୨ ଲକ୍ଷ ୫୦ ହଜାର କୁଇଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୮ହଜାର ୯୦୦ ଚାଷୀଙ୍କ ଠାରୁ ୧ ଲକ୍ଷ ୧୮ ହଜାର କ୍ରିଣ୍ଟାଲ ମାଣ୍ଡିଆ କିଣାଯାଇଥିବା ଟିଡିସିସିଓ ରୁ ସୂଚନା ମିଳିଛି।
Follow Us