Woman care babies in Baipariguda. Photograph: (sambad.in)
ବୈପାରିଗୁଡ଼ା (ଅମରେନ୍ଦ୍ର ପରିଚ୍ଛା): ଦ୍ବାପର ଯୁଗର ଯଶୋଦା ଆଜି ଭଳି ଆଧୁନିକ ଯୁଗରେ ମଧ୍ୟ ମହିଳା ଅଛନ୍ତି। ଜନ୍ମଦାତ୍ରୀ ମା’ର ଅନୁପସ୍ଥିତିରେ ଶିଶୁକୁ ନିଜ କୋଳକୁ ନେଇ ସ୍ତନ୍ୟପାନ କରାଇବା ଭଳି ଏକ ବିରଳ ଦୃଶ୍ୟ ଆଜି ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ରତାଖଣ୍ଡିଗୁଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଉ ଜଣେ ମମତାମୟୀ ମା’ ଯଶୋଦାଙ୍କ ଭୂମିକା ନେଇ ଅଦ୍ଭୁତପୂର୍ବ ଉଦାହରଣ ସୃଷ୍ଟି କରିଛନ୍ତି।
ରତାଖଣ୍ଡିଗୁଡା ଗ୍ରାମର ଗୁପ୍ତ କିର୍ଷାନୀଙ୍କ ପତ୍ନୀ ରେବତୀ କିର୍ଷାନୀ ଦେଢ଼ ମାସ ତଳେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଶିଶୁକନ୍ୟା ଜନ୍ମ ହେବାପରେ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା। ସ୍ବାମୀ ଗୁପ୍ତ ଏବଂ ସ୍ତ୍ରୀ ରେବତୀ ଶିଶୁକନ୍ୟାକୁ ନେଇ ବେଶ୍ ଖୁସିରେ ରହୁଥିବା ବେଳେ ହଠାତ୍ ଗତକାଲି ଗୁପ୍ତଙ୍କ ପତ୍ନୀ ରେବତୀ ଘର ଛାଡ଼ି କାହାକୁ କିଛି ନକହି ସକାଳ ୯ଟା ବେଳେ କେଉଁଆଡ଼େ ଚାଲିଗଲେ। ଗୁପ୍ତ ନିଜ ସଂପର୍କୀୟଙ୍କ ସହ ଯୋଗାଯୋଗ କରିବା ସହିତ ଆଖପାଖ ଗାଁ ଗୁଡ଼ିକରେ ମଧ୍ୟ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ନପାଇ ନିରାଶ ହୋଇଥିଲେ। ଯାହାଫଳରେ ମାଁର ଅନୁପସ୍ଥିତିରେ ଶିଶୁକନ୍ୟାଟି ଦେଢ଼ ମାସରେ ମା’ କ୍ଷୀର ଟୋପାଏ ପାଇଁ ବ୍ୟାକୁଳ ହୋଇପଡ଼ିଛି।
ଆହୁରି ପଢ଼ନ୍ତୁ: Examination: ମା’ ଦେଲେ ପ୍ରତିଯୋଗିତାମୂଳକ ପରୀକ୍ଷା, ଛୁଆର ଯତ୍ନ ନେଲେ କନେଷ୍ଟବଳ
ଅସହାୟ ହୋଇପଡ଼ିଥିଲେ ବାପା
ତେବେ ଏହି ମାଆ ଛେଉଣ୍ଡ ଶିଶୁଟିର ଯତ୍ନ ନେବାପାଇଁ ଘରେ କେବଳ ବୁଢ଼ୀ ଜେଜେମା ବ୍ୟତୀତ ଆଉ କେହି ମହିଳା ନଥିବାରୁ ଗୁପ୍ତ ଅସହାୟ ହୋଇପଡ଼ିଥିଲେ। ବିଶେଷ କରି ଛୁଆଟିର ମୁହଁରେ କ୍ଷୀର ଟୋପାଏ ଦେବା ପାଇଁ ସେ ସବୁବେଳେ ଚିନ୍ତାରେ ରହୁଥିଲେ। ଏଭଳି ଅସମୟରେ ପଡ଼ୋଶୀ ଘରର ପଦ୍ମା ବଡନାୟକ ଆସି ପହଞ୍ଚିଗଲେ ଯଶୋଦାର ରୂପ ନେଇ। ପଦ୍ମାଙ୍କର ମଧ୍ୟ ପାଞ୍ଚ ମାସର ସନ୍ତାନଟିଏ ଥିବାରୁ ସ୍ବତଃ ପ୍ରବୃତ୍ତ ଭାବେ ମା’ ଛେଉଣ୍ଡ ଶିଶୁଟିକୁ ସ୍ତନ୍ୟପାନ କରାଇ ନୂଆ ପରିଚୟ ଦେଇଥିଲେ। ଗତକାଲି ଠାରୁ ପଦ୍ମା ନିଜ ସନ୍ତାନ ସହ ଶିଶୁଟିକୁ ମଧ୍ୟ ସ୍ତନ୍ୟପାନ କରାଇ ଚାଲିଛନ୍ତି। ଜନ୍ମଦାତ୍ରୀ ମା’ର ଅନୁପସ୍ଥିତି ସତ୍ତ୍ବେ ପଦ୍ମା ନିଜ ଚିନ୍ତାଧାରାକୁ ବଦଳାଇ ନାହାନ୍ତି। ଆଜି ବି ସେ ନିଜ ମା’ ଭଳି ଶିଶୁଟିର ମୁହଁରେ କ୍ଷୀର ଦେଇ ଉଦାହରଣ ସାଜିଛନ୍ତି।
ଆହୁରି ପଢ଼ନ୍ତୁ: Nuapada Election: ପୂର୍ବରୁ ସରକାର, ଏବେ ପ୍ରାର୍ଥୀ ଚୋରି ହୋଇଛି: ଅଖିଳେଶ
Follow Us