ଜେଲରେ ନାଚିକା ଲିଙ୍ଗାଙ୍କ ଅନଶନ

ଜେଲରେ ନାଚିକା ଲିଙ୍ଗାଙ୍କ ଅନଶନ

କୋରାପୁଟ: ଚାଷୀ ମୂଲିଆ ଆଦିବାସୀ ସଂଘର ସଭାପତି ନାଚିକା ଲିଙ୍ଗାଙ୍କ ସମେତ ଅନ୍ୟ ୬ଜଣ ସଦସ୍ୟ ଆଜି କୋରାପୁଟ ମଣ୍ଡଳ କାରାଗାରରେ ଅନଶନ କରିଥିଲେ। ପରେ ପୁଲିସର ବୁଝାସୁଝା ପରେ ସେମାନେ ଅନଶନରୁ ଉଠିଛନ୍ତି। ବିଭିନ୍ନ ମାମଲାରେ ବିଚାରାଧୀନ ବନ୍ଦୀ ଭାବେ ନାଚିକା ଲିଙ୍ଗା କୋରାପୁଟ ମଣ୍ଡଳ କାରାଗାରରେ ଅଛନ୍ତି। ତାଙ୍କ ସହ ସମ୍ବରୁ ସିରିକା ଓ ଅନ୍ୟ ୬ଜଣ ଆଜି ଜେଲ ଭିତରେ ଅନଶନ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ସେମାନଙ୍କ ବିରୋଧରେ ଥିବା ମାମଲା ଗୁଡିକୁ ଜାଣିଶୁଣି ବିଳମ୍ବିତ କରାଯାଉଛି।

ଏହି ମାମଲାଗୁଡିକର ଶୀଘ୍ର ବିଚାର ସହ ସେମାନଙ୍କ ବିରୋଧରେ ଥିବା ମିଥ୍ୟା ମାମଲା ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଥିଲେ। ଖବର ପାଇ କୋରାପୁଟ ଅତିରିକ୍ତ ଏସପି ଉଦ୍ଧବ ନାୟକ, ଟାଉନ ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ ପ୍ରମୁଖ ଜେଲ୍‌ରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ସେମାନଙ୍କ ମାମଲାର ବିଚାର ନେଇ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଅନଶନରୁ ଉଠିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe