କୋରାପୁଟ: ଦିନ ଥିଲା ସୁସ୍ଥ ପରିବେଶ ଓ ଜଳବାୟୁ ପାଇଁ ପରିଚିତ ଥିଲା କୋରାପୁଟ ଜିଲ୍ଲା। ସେତେବେଳର ଜିଲ୍ଲା ଓ ଏବେର ଜିଲ୍ଲା ମଧ୍ୟରେ ଆକାଶପାତଳ ପ୍ରଭେଦ। ଏବେ ସ୍ଥିତି ଏଭଳି ହୋଇଛି ଯେ ଜିଲ୍ଲାର ପରିବେଶ ଓ ଜଳବାୟୁ ପ୍ରଦୂଷିତ ହୋଇଯାଇଛି। ଏହାକୁ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନର ସ୍ଥିତି ଭୟଙ୍କର ହେବ ଏଥିରେ ଦ୍ବିମତ ନାହିଁ ବୋଲି କହୁଛନ୍ତି ପରିବେଶବିତ୍।
ଏହି ଖବର ପଢ଼ନ୍ତୁ: କଳାହାଣ୍ଡିର ଏହି ଚାଷୀଙ୍କୁ ‘ମନ୍ କି ବାତ୍’ରେ କାହିଁକି ପ୍ରଶଂସା କଲେ ମୋଦୀ
ଜିଲ୍ଲାର ଭୈଗଳିକସ୍ଥିତିରେ ବ୍ୟାପକ ପରିବର୍ତ୍ତନ ହୋଇଛି। ୧୪ଟି ବ୍ଲକର ବହୁ ବ୍ଲକ ସଦରମହକୁମା ଏବଂ ରାଜସ୍ବ ଗାଁ ଏବେ ଜନସଂଖ୍ୟା, ବ୍ୟବସାୟୀକ ପ୍ରତିଷ୍ଠାନ, ଯାନବାହାନ, ସିମେଣ୍ଟ କଂକ୍ରିଟର ଘର ସହ ଗାଁର ପରିଧି ଆକାରରେ ବଢ଼ିଯାଇଛି। ବୋରିଗୁମ୍ମା ବ୍ଲକକୁ ରାଜ୍ୟସରକାର ଏନଏସି ମାନ୍ୟତା ଘୋଷଣା କରିଛନ୍ତି। ସୁନାବେଡା ଏନଏସି ଅଧିନରେ ଥିବା ସେମିଳିଗୁଡା ସହର ବୃଦ୍ଧି ପାଇବାରୁ ସୁନାବେଡା ପୌରପାଳିକା ହୋଇଛି। ଜିଲ୍ଲାସଦରମହକୁମା କୋରାପୁଟ ଏନଏସିରୁ ପୌରପାଳିକା ହୋଇଛି। ଜିଲ୍ଲାର ବ୍ୟବସାୟୀକ ପେଣ୍ଠସ୍ଥଳୀ ଜୟପୁର ସହରର ପରିସୀମା ବଢ଼ିବା ୨୦୦ବର୍ଗ କିଲୋମିଟରକୁ ବୃଦ୍ଧି ପାଇବା ସହ ଦେଢ଼ ଲକ୍ଷ ଜନସଂଖ୍ୟାରେ ପହଚିଂଛି। ଗମନାଗମନ କ୍ଷେତ୍ରରେ ବିକାଶ ବହୁ ମାତ୍ରାରେ ହୋଇଛି। ସେହିମାତ୍ରାରେ ଜନସଂଖ୍ୟା ମଧ୍ୟ ହୁହୁ ହୋଇ ୧୫ଲକ୍ଷକୁ ଛୁଇଁବ। ଛୋଟ ବଡ ସହର ଠାରୁ ଆରମ୍ଭ କରି ଗାଁରେ ଘର ନିର୍ମାଣ ଜାରୀ ରହିଛି। ଘର ପାଇଁ ଆବଶ୍ୟକ ପଢ଼ୁଥିବା କାଠ ପାଇଁ ଜଙ୍ଗଲବି କାଟିବା ଜାରି ରହିଛି।
ଏହି ଖବର ପଢ଼ନ୍ତୁ: ଗଜପତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ପୂର୍ବରୁ ଜିଲ୍ଲାରେ ଜୁନ ମାସ ଠାରୁ ବର୍ଷା ଆରମ୍ଭ ହୋଇ ଅକ୍ଟୋବର ମାସ ପର୍ଯ୍ୟନ୍ତ ଝିପିଝିପି କୋରାପୁଟିଆ ବର୍ଷା ଲାଗି ରହୁଥିଲା। ଏବେ ଆଉ ତାହା ଦେଖିବାକୁ ମିଳୁନି। ଅକ୍ଟୋବର ଠାରୁ ଆରମ୍ଭ ହୋଇ ପ୍ରାୟ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶୀତ ରହୁଥିଲା। ଖରା କହିଲେ ମେ' ମାସ ରେ ଅନୁଭୂତ ହେଉଥିଲା। ଏବେ ସହର ଚଠାରୁ ଆରମ୍ଭକରି ଗାଁରେ ଲୋକଙ୍କ ଘରେ ୨ଚକିଆ ବାଇକ୍ ରହୁଛି। ଏହା ସାଙ୍ଗକୁ ଚାରି ଚକିଆ ବି ରଖୁଛନ୍ତି।
/sambad/media/media_files/2024/12/29/kpt-paribesho-2.jpg)
ଜିଲ୍ଲା ଦେଇ ଯାଇଥିବା ଏନଏଚ ଗୁଡିକରେ ପ୍ରତ୍ୟେକ ଦିନ ହଜାର ହଜାର ଭାରୀଯାନ ଚଳାଚଳ କରୁଛି। ଏଥିରେ କିଛି ନୂଆ ଓ ଅଧିକା ପୁରୁଣା ଯାନବାହାନ ବେଆଇନ ଭାବେ ଚଳପ୍ରଚଳ କରୁଛି। ଏହା ସହ ପୌରପାଳିକା ଅଂଚଳରେ ବର୍ଜ୍ୟବସ୍ତୁଗୁଡିକୁ ପୋଡ଼ିବା ଦ୍ବାରା ନିର୍ଗତ ଧୂଆଁ ପୂତ୍ତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଛି। ବିଶେଷ କରି ବହୁ ପୁରୁଣା ଯାନବାହାନରୁ ନିର୍ଗତ ଧୂଆଁ, ଲୁଚା ଚୋରାରେ ଚାଲିଥିବା ବହୁ ଇଟା ଭାଟି, କାଜୁ ମିଲ୍, ରାଇସ୍ ମିଲ୍ ଯୋଗୁଁ ଜିଲା ପ୍ରଦୂଷଣ ମୁହାଁ ହେଉଛି। ଏହା ସାଙ୍ଗକୁ ଜିଲ୍ଲା ସୀମାନ୍ତ ତଥା କୋଟପାଡ ସହରର ଅତି ନିକଟରେ ନଗରନାର ଷ୍ଟିଲ ପ୍ଲାଣ୍ଟ ଆରମ୍ଭ ପର ଠାରୁ ସେଠାରୁ ବାହାରୁଥିବା ଗରମ ଓ ଧୁଆଁ ଜିଲ୍ଲାକୁ ପ୍ରଭାବିତ୍ କରୁଛି।
ଏହି ଖବର ପଢ଼ନ୍ତୁ: ଓଡ଼ିଶାରୁ ଖସିଯାଇଥିଲା ଜୀନତ, ପଶ୍ଚିମବଙ୍ଗରେ ଜନ୍ତାରେ ଫସିଲା ବାଘୁଣୀ
କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଜାରି କରାଯାଇ ପାଇଥିବା ଆଡ଼ଭାଇଜରି ଅନୁଯାୟୀ ଏୟାର କ୍ସାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୦-୫୦ ମଧ୍ୟରେ ରହିବା ଜରୁରି। କିନ୍ତୁ ଏହା ୫୧ ରୁ ୧୦୦ ହେଲେ ମଣିଷକୁ ନିଃଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହୋଇଥାଏ। କୋରାପୁଟ ଜିଲ୍ଲା ୩୨ରୁ ୫୧ ମଧ୍ୟରେ ରହୁଥିବା ସୂଚନା ମିଳିଛି। ଏହିପରି ପରିସ୍ଥିତି ସୃଷ୍ଟି ହେଲେ ଶିଶୁ, ବୃଦ୍ଧବୃଦ୍ଧା ଏବଂ ଶ୍ଵାସରୋଗୀଙ୍କୁ ସମସ୍ୟାରେ ପକାଇବାର ସମ୍ଭାବନା ରହିଛି। ପ୍ରଦୂଷଣକୁ କିଭଳି ନିୟନ୍ତ୍ରଣ କରାଯିବ ସେଥିପାଇଁ ସରକାର ନୀତିପ୍ରଣୟନ କରିଛନ୍ତି। କିନ୍ତୁ ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ବର୍ତ୍ତମାନ ଠାରୁ ଯଦି ଜିଲା ପ୍ରଶାସନ ଜାଗ୍ରତ ନହେବ ତେବେ ଆଗକୁ ଭୟଙ୍କର ଦୂଷିତ ପରିବେଶ ସୃଷ୍ଟି ହେବ। ଲୋକଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେବ ବୋଲି ପରିବେଶବିତମାନେ ସତର୍କ କରାଇଛନ୍ତି।
ଏହି ଖବର ପଢ଼ନ୍ତୁ: ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/29/408d625b-603d-4818-bc08-60be649b7557.jpg)