ଜୟପୁର: କେବଳ ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝର ନୁହେଁ; ବରଂ କୋରାପୁଟ ଜିଲ୍ଲାରେ ମଧ୍ୟ ଗୋବଂଶ ସୁରକ୍ଷିତ ନାହାନ୍ତି। ଦିନକ ପୂର୍ବରୁ  ଜୟପୁର ଅଞ୍ଚଳରେ ବ୍ୟାପକ ଗୋଚାଲାଣ ଧରାପଡ଼ିିଥିବା ବେଳେ ଆଜି ୧ କୁଇଣ୍ଟାଲ ଗୋ ମାଂସ ଜବତ ହୋଇଛି। ଜୟପୁର ବ୍ଲକ ଅନ୍ତର୍ଗତ ପୁଟରା ଗ୍ରାମରେ କେବଡ଼ି ଗ୍ରାମର ଶବସାନ କୁଲଦୀପ ଗୋମାଂସ ବିକ୍ରି କରୁଥିବା ସମୟରେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତିl ଗ୍ରାମବାସୀ ତୁରନ୍ତ କାବୁ କରି ଆମ୍ବାଗୁଡା ପୁଲିସକୁ ଜିମା ଦେଇଛନ୍ତିl ଅଭିଯୁକ୍ତ ହେଲା ଶବସାନ (୭୦)। 

Advertisment

ଗାଁରେ ବୁଲିବୁଲି ଗୋ ମାଂସ ବିକ୍ରି

ପ୍ରତିଦିନ ପରି ଆଜି କେବଡ଼ି ଗ୍ରାମର ଶବସାନ ଏକ ବାଇକ୍‌ ସାହାଯ୍ୟରେ ୧କୁଇଣ୍ଟାଲ ଗୋମାଂସ ଧରି ପୁଟରା ଗ୍ରାମରେ ବିକ୍ରି କରୁଥିବା ସମୟରେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଥିଲାl ବ୍ୟକ୍ତି ଜଣକୁ ପଚାରିବାରେ ସେ କେବିଡି ଗ୍ରାମରୁ ଆଣି ପ୍ରତି ବୁଧବାର ଓ ରବିବାର ପଞ୍ଚାୟତ ପଞ୍ଚାୟତ ବୁଲି ବୁଲି ଗୋମାଂସ ବାଣ୍ଟୁଥିବା ସ୍ୱୀକାର କରିଥିଲାl  ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଗିରଫ କରିଥିବା ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି l

ଆହୁରି ପଢ଼ନ୍ତୁ: Cyc‌lone Montha: ସ୍ଥଳଭାଗ ଆଡ଼କୁ ଅଗ୍ରସର; ଆନ୍ଧ୍ର ଛୁଇଁବା ଆଶଙ୍କା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ତେଲେଙ୍ଗାନାକୁ ଗୋଚାଲାଣ

କୋରାପୁଟ ଜିଲ୍ଲାଜୟପୁର ସଦରଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ପୁଣି ଗୋ ଚାଲାଣକାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ବାରମ୍ବାର ଗୋରୁ ଗାଡି ଧରପଗଡ ପାଇଁ ଏହି ବେଆଇନ ଗୋ ଚାଲାଣ ବନ୍ଦ ରହିଥିଲା। ମାତ୍ର କିଛି ଦିନର ବିରତି ପରେ ପୁଣି ଗୋ ମାଫିଆ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ଗତ ୨୪ ତାରିଖ ଅପରାହ୍ନରେ ଜୟପୁର ସଦର ଥାନାଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ଏୟାରପୋର୍ଟ ଛକ ନିକଟରୁ ଗୋଟିଏ ଟ୍ରକ ନବରଙ୍ଗପୁରରୁ ଭଦ୍ରାଞ୍ଚଳମ ଗୋ ଚାଲାଣ ହେଉଥିଲା। ଜୟପୁର ହିନ୍ଦୁ ସମାଜର କର୍ମକର୍ତ୍ତାମାନେ ଗୋଚାଲଣ ହେଉଥିବା ଖବର ପାଇବା ପରେ ବୋରିଗୁମ୍ମା ଠାରୁ ଜୟପୁର ସଦରଥାନା ପର୍ଯ୍ୟନ୍ତ ବିଭିନ୍ନ ଛକ ମାନଙ୍କରେ ଗାଡି ଅନୁଧ୍ୟାନ କରୁଥିଲେ। ଗାଡି ଜୟପୁର ସଦର ଥାନା ଅଞ୍ଚଳରେ ପହଁଚିବା ପରେ ହିନ୍ଦୁ ସମାଜ କର୍ମକର୍ତ୍ତାମାନେ ସଦର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଁଚି ଗୋରୁ ଗାଡିକୁ  ସିଜ କରିଥିଲେ  ଏବ˚ ଗାଡିକୁ ସଦରଥାନାକୁ ଆଣିବା ପରେ ଡ୍ରାଇଭର ଓ ହେଲପରକୁ ଥାନାରେ ଅଟକ ରଖିଛନ୍ତି। 

୪୦ ଗୋରୁ ଉଦ୍ଧାର, ୬ ମୃତ

କିଛି ଅସାମାଜିକ ଯୁବକଙ୍କ ମାଧ୍ୟମରେ ପ୍ରତିଦିନ ନବରଙ୍ଗପୁର ଜୟପୁର ରାସ୍ତାରେ ଶହଶହ ଗୋରୁ ବୋଝେଇ ଗାଡି ଯାତାୟତ କରୁଥିବା ନେଇ ଅଭିଯୋଗ ହେଉଛି। କିନ୍ତୁ ପୁଲିସ କିଛିଦିନ ଛାନଭିନ କରୁଛି ଏବ˚ ଚୁପ ହୋଇ ରହି ଯାଉଛି। କିନ୍ତୁ ହିନ୍ଦୁସମାଜ, ସମେତ ଅନେକ ହିନ୍ଦୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ଗୋରୁ ବୋଝେଇ ଗାଡିକୁ ଯାଞ୍ଚ କରି ଅଟକାଇ ପୁଲିସକୁ ଜିମା ଦେଉଛନ୍ତି। କିନ୍ତୁ ପୁଲିସର ନୂଆ ପଲିସି ଯିଏ ଗୋଚାଲାଣ ଗାଡ଼ି ଧରିବ ସେ ହିଁ ଥାନାରେ ଏତଲା ଦେବାକୁ ପଡ଼ିବ ବୋଲି କହିବା ପରେ ଗୋଚାଲାଣ ଗାଡ଼ି ଧରିଥିବା ଯୁବକମାନେ ପୁଲିସକୁ ଦେବାକୁ ଅମଙ୍ଗ ହେଉଛନ୍ତି। ଗତ ଶୁକ୍ରବାର ଦିନ ହିନ୍ଦୁ ସମାଜ ପକ୍ଷରୁ ଲିଖିତ ଭାବେ ସଦରଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ୪୦ଟି ଗୋରୁକୁ ପାଞ୍ଜିଆଗୁଡା ଗୋଶାଳାରେ ରଖିଥିଲେ। ସେଥି ମଧ୍ୟରୁ ୬ଟି ଗୋରୁ ମରିଯାଇଥିବା ଦେଖିବାକୁ ମିଳିଥିଲା।