ମଦ ଉଜାଡିଲା ପରିବାର; ଟାଙ୍ଗିଆ ଚୋଟରେ ବୃଦ୍ଧ ମୃତ, ଅଭିଯୁକ୍ତ ଗିରଫ

ମଦ ଉଜାଡିଲା ପରିବାର; ଟାଙ୍ଗିଆ ଚୋଟରେ ବୃଦ୍ଧ ମୃତ, ଅଭିଯୁକ୍ତ ଗିରଫ

କୋରାପୁଟ: କୋରାପୁଟ ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ଦେଶୀ ମଦ ଓ ମଦ୍ୟପଙ୍କ ଉତ୍ପାତ। ଜଣେ ମଦ୍ୟପଙ୍କ ଟାଙ୍ଗିଆ ଚୋଟରେ ଜଣେ ବୃଦ୍ଧଙ୍କର ହତ୍ୟା ହେବାରୁ ଅଭାବୀ ପରିବାର ସର୍ବନାଶ ହୋଇଯାଇଛି। ବସଷ୍ଟାଣ୍ଡରେ ଚଣା ବିକ୍ରି କରି ପରିବାର ଚାଳାଉଥିବା ସୁନାରୀ ସାହିର ରାମ ପ୍ରସାଦ(୭୦)ଙ୍କୁ ନିର୍ମମ ଭାବେ ହତ୍ୟା କରିଛି ସାହିର ଡମୁ ସାକିଆ (୩୨)। କୋରାପୁଟ ଟାଉନ ପୁଲିସ ୮୫/୨୩ରେ ଏକ ମାମଲା ରୁଜୁ କରି ଡମୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ସାଇଣ୍ଟିଫିକ୍‌ ଟିମ୍‌ ତନାଘାନା କରିଛି।

ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ସୁନାରୀ ସାହିର ରହିଥିବା ରାମ ପ୍ରସାଦ ନିଜ ଘ‌ର ନିକଟରେ ବସିଥିଲେ। ଏହି ସମୟରେ ଡମୁ ପ୍ରଚୁର ମଦ୍ୟପାନ କରି ସାହିରେ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ରାମ ଓ ଡମୁ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲେ। ଉତକ୍ଷିପ୍ତ ହୋଇ ଡମୁ ଏକ ଟଙ୍ଗିଆରେ ରାମଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ପ୍ରଚୁର ରକ୍ତଶ୍ରାବ ହେବା ସହ ତାଙ୍କୁତୁରନ୍ତ କୋରାପୁଟ ବଡ ମେଡିକାଲ‌କୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଥିଲା। ପୁଲିସ ଏହି ସମୟରେ ପହଞ୍ଚି ଡମୁଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ଟାଙ୍ଗିଆକୁ ଜବତ କରିଥିଲେ। ପଚରା ଉଚୁରା କରିବା ପରେ ସବ ସତ ମାନିଥିଲା ଡମୁ। ଏହାସହ ପୁଲିସ ତାକୁ କୋର୍ଟକୁ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe