ଜୟପୁର: ପରଜାଗୁଡ଼ା ପାହାଡ଼ ଉପରେ ବୃଦ୍ଧଙ୍କ ଶବ; ହତ୍ୟା ସନ୍ଦେହ

ଜୟପୁର: ପରଜାଗୁଡ଼ା ପାହାଡ଼ ଉପରେ ବୃଦ୍ଧଙ୍କ ଶବ; ହତ୍ୟା ସନ୍ଦେହ

ଜୟପୁର: ରବିବାର ସକାଳେ ଜୟପୁର ବ୍ଲକ୍‌ ସଦର ଥାନା ଅଞ୍ଚଳରେ ଥିବା ପରଜାଗୁଡ଼ା ପାହାଡ଼ ଉପରେ ଲୋକେ ଜଣେ ବୃଦ୍ଧବ୍ୟକ୍ତିଙ୍କର ଗଳିତ ଶବ ଦେଖିଛନ୍ତି।

ଶବଟି ଚଳସେଚନ କଲୋନି ନିବାସୀ ୬୮ ବର୍ଷିୟ ପୀତାମ୍ବର ବେହରୁକଙ୍କର।

ତିନି ଦିନ ତଳୁ ସେ ନିରୁଦ୍ଦେଶ ହୋଇ ଯାଇଥିଲେ। ଏ ସଂକ୍ରାନ୍ତରେ ତାଙ୍କ ଘର ଲୋକେ ଥାନାରେ ଏତଲା ଦେଇଥିଲେ।

ଆଜି ସକାଳେ ପରଜାଗୁଡ଼ା ଗାଁ’ର କେତେକ ଲୋକ ପତ୍ରତୋଳିବାକୁ ପାହାଡ଼ ଉପରକୁ ଯାଇଥିବା ବେଳେ ପୀତାମ୍ବରଙ୍କ ଶବ ଦେଖି ଗାଁ ଲୋକଙ୍କୁ କହିଥିଲେ। ଗାଁ ଲୋକେ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପାରିପର୍ଶ୍ୱିକ ସ୍ଥିତିରୁ ଏହା ନିଶ୍ଚିତ ହତ୍ୟାକାଣ୍ଡ ବୋଲି ଜଣାପଡୁଛି, କିନ୍ତୁ ତାଙ୍କୁ କିଏ ଏବଂ କେଉଁ କାରଣରୁ ହତ୍ୟା କରିଛି ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe