କୋରାପୁଟ: ଗତ ୪ଦିନ ହେବ ଅଦିନିଆ ବର୍ଷା ଲାଗି ରହିଛି। ଜିଲ୍ଲାର ସବୁ ବ୍ଲକରେ ବର୍ଷା ହୋଇଥିବା ବେଳେ କୋଟପାଡ ବ୍ଲକରେ ସର୍ବାଧିକ ୩୨ମିଲିମିଟର ବର୍ଷା ହୋଇଛି। ଅପରପକ୍ଷରେ ଏଫଏକ୍ୟୁ ମାନ ଓ ଭିତିରିଆ ମିଲର୍ସଙ୍କ କଟନି ଛଟନି ଚାପ। ମିଲର୍ସ ମାନେ ୩କିଲୋ କୁଇଣ୍ଟାଲ ପିଛା ଦେବା ପାଇଁ ଦାବି କରୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଚାଷୀ ଏବେ ମଣ୍ଡିକୁ ଧାନ ନେଇ ହଇରାଣ ହରକତ ହେବା ବଦଳରେ କିଛି ଗୋଟିଏ ନିଷ୍ପତ୍ତି ପରେ ହିଁ ଧାନ ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଏହି ଖବର ପଢ଼ନ୍ତୁ: ଯୁଗଜନ୍ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅ: ମନ୍ତ୍ରୀ

Advertisment

ଜିଲ୍ଲାର ଜୟପୁର, ବୋରିଗୁମ୍ମା, କୋଟପାଡ଼, ବୈପାରୀଗୁଡା, କୁନ୍ଦ୍ରା ବ୍ଲକରେ ଅଧିକା ଧାନ ଚାଷ ହେଉଛି। ସେହିପରି ସେମିଳିଗୁଡା, ପଟାଙ୍ଗୀ, କୋରାପୁଟ, ଲକ୍ଷ୍ମୀପୁର, ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର, ନନ୍ଦପୁୀ ଓ ଲମତାପୁଟ ବ୍ଲକରେ ଠିକେ କମ୍ ପରିମାଣର ଧାନ ଚାଷ ହେଉଛି। ତେବେ ସବୁ ବ୍ଲକରେ ପ୍ରାୟ ଧାନ କଟା ସରିଲାଣି। ୯୮ପ୍ରତିଶତ ଧାନ କଟା ସରିଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲୋଚନ ମାଝୀ।

ଏହି ଖବର ପଢ଼ନ୍ତୁ: ଓଡ଼ିଶା ପାଇଁ ୪୫୫ କୋଟି ଟଙ୍କା ଅନୁଦାନ ଜାରି କଲା କେନ୍ଦ୍ର

ଜୟପୁର ଉପଖଣ୍ଡର ବୋରିଗୁମ୍ମା, ଜୟପୁର ବ୍ଲକ ସହ କୋରାପୁଟ ଉପଖଣ୍ଡରେ ସବୁ ବ୍ଲକରେ ଅଧିକା˚ଶ ଛୋଟ ଓ ମଧ୍ୟମ ଚାଷୀ ମାନେ ଡାଲି , ତୈଳଜାତୀୟ ଚାଷ ସହ ପନିପରିବା ଚାଷ ପ୍ରାୟ ୨୨ହଜାର ହେକ୍ଟରରେ ଚାଷ କରୁଛନ୍ତି।  ଲଗାଣ ବର୍ଷା ଫଳରେ ପନିପରିବା , ଡାଲି ଓ ତୈଳଜାତୀୟ ଚାଷ ସାଢେ଼ ୩ହଜାର ହେକ୍ଟର ଜମିରେ ୧୦ଟି ବ୍ଲକରେ ନଷ୍ଟ ହୋଇଥାଇପାରେ ବୋଲି ଏକ ସ୍ବେଚ୍ଛାସେବୀ ସଂସ୍ଥା ପ୍ରାରମ୍ଭିକ ସର୍ଭେରୁ କହିଛି।

publive-image

କୋରାପୁଟ୍‌ ଜିଲ୍ଲାର କୃଷି ବିଭାଗ, ଉଦ୍ୟାନ ବିଭାଗ ଓ ରାଜସ୍ବ ବିଭାଗର କର୍ମଚାରୀ ମାନେ ମିଳିତ ଭାବେ ଯାଂଚ କରି ରିପୋର୍ଟ ଦେବା ପରେ ହିଁ ସ୍ପଷ୍ଟ ଭାବେ ‌କେତେ ପରିମାଣର କ୍ଷୟକ୍ଷତି ହୋଇଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଳ୍ଲାମୁଖ୍ୟ କୃଷି ଅଧିକାରୀ।

ଅଦିନିଆ ବର୍ଷା ପନିପରିବା ଓ ଡାଲିଜାତୀୟ ଚାଷୀଙ୍କ ଉପରେ ଦାଉ ସାଦିଛି। ପଥରକୋବି, ଫୁଲ କୋବି, ଟମାଟ, ବାଇଗଣ, କଦଳୀ ସବୁ ନଷ୍ଟ ହୋଇଛି। ବାଧ୍ୟ ହୋଇ ଚାଷୀ ମାନେ କମ୍‌ ଦରରେ ମଧ୍ୟସ୍ଥି ଓ ଦଲାଲ ମାନଙ୍କ ହାତକୁ ଶାଗ ମାଛ ଦରରେ ଟେକି ଦେଉଛନ୍ତି। ଅନ୍ତତଃ ମୂଳ ପଇସା ମିଳି ଯାଉ ବୋଲି ଏମାନେ କହିଛନ୍ତି। ଖାସ୍‌ କରି ବୋରିଗୁମ୍ମା, ପଟ୍ଟାଙ୍ଗୀ, ନନ୍ଦପୁର, ସେମିଳିଗୁଡା, କୋରାପୁଟ ବ୍ଲକରେ ଉତ୍ପାଦିତ ହେଉଥିବା ପନିପରିବା ନିଜ ଅ˚ଚଳରେ ଯୋଗାଇବା ସହ ଓଡିଶାର କୋଣ ଅନୁକୋଣ ସହ ଆନ୍ଧ୍ର, ଛତିଶଗଡକୁ ଯାଉଥିଲା। ବାଇଗଣ, ଫୁଲ ଓ ପତ୍ରକୋବିରେ ପୋକ ଲାଗି ଗଲାଣି। ଏହାକୁ ଦୃଷ୍ଟିରେ ରଖି ଚାଷୀ ମାନେ ପ୍ରତ୍ୟେକ ଦିନ ତୋଳିବାରେ ଲାଗିଲେଣି। 

ଏହି ଖବର ପଢ଼ନ୍ତୁ: ଓଡ଼ିଶା ପାଇଁ ୪୫୫ କୋଟି ଟଙ୍କା ଅନୁଦାନ ଜାରି କଲା କେନ୍ଦ୍ର

ଶୀତଳ ଭଣ୍ଡାର ନଥିବାରୁ  ଜମା କରି ରଖିବା ସୁଯୋଗ ନାହିଁ। ଚାଷୀମାନେ ନିଜେ ନିଜ ପରିବା ଧରି ବୋରିଗୁମ୍ମା, ଜୟପୁର, କୋରାପୁଟ ବଜାର ସହ ବିଭିନ୍ନ ସ୍ଥାନରେ ଜମା କରି ବ୍ରକୋଲି କିଲୋ ପ୍ରତି ୪୦ ଟଙ୍କା, ଫୁଲକୋବି, ପତ୍ର କୋବି ଓ‌ ଗଣ୍ଟିକୋବି, ଟମାଟ, ବାଇଗଣ ଆଦି ଦେଢ଼ କିଲୋକୁ ୧୫ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ସ˚ପ୍ରତି ଯେଉଁ ରକମର ପନି ପରିବା ଚାଷୀ ମାନେ ବାଧ୍ୟ ହୋଇ ବିକ୍ରି କରୁଛନ୍ତି ଆଉ କିଛି ଦିନ ମଧ୍ୟରେ ସବୁ ସରିଯିବ। ତାପରେ ସବୁ ପନିପରିବାର ଦର ଅଚାନକ ଭାବେ ଅନିୟନ୍ତ୍ରିତକୁ ପଳାଇବ।

ଏହି ଖବର ପଢ଼ନ୍ତୁ: ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ