କୋରାପୁଟ: ଡକାୟତି ମାମଲାରେ ବିଭିନ୍ନ ସାମଗ୍ରୀ ଜବତ, ଜଣେ ଗିରଫ

Advertisment
କୋରାପୁଟ: ଡକାୟତି ମାମଲାରେ ବିଭିନ୍ନ ସାମଗ୍ରୀ ଜବତ, ଜଣେ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗା ମାଳି ମାଇନ୍‌ସର ମୈତ୍ରୀକାନି କାର୍ଯ୍ୟାଳୟରୁ ଡକାୟତି କରି ବିଭିନ୍ନ ସାମଗ୍ରୀ ନେଇଥିବା ଅଭିଯୋଗରେ ଲକ୍ଷ୍ମୀପୁର ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିା ଦୁଇ ଦୁଇ ଥର କାନି କାର୍ଯ୍ୟାଳୟରୁ ସଂଘବଦ୍ଧ ଭାବେ ଡକାୟତି କରି କାର୍ଯ୍ୟାଳୟର କମ୍ପ୍ୟୁଟର, ପ୍ରିଣ୍ଟର ସହ ବିଭିନ୍ନ ପ୍ରକାର ଚୋରୀ ହୋଇଥିବା ନେଇ କାନି ତରଫରୁ ଥାନାରେ ମାମଲା ଦିଆଯାଇଥିଲାା ଏନେଇ ଲକ୍ଷ୍ମୀପୁର ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଶୁକ୍ରବାର କାଶିପୁର ବ୍ଲକ ଅନ୍ତର୍ଗତ ଉପର କୋଡିଙ୍ଗା ଗାଁର କେଦାର କନ୍ଦପାନ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିା ତା’ଠାରୁ ଚୋରୀ କମ୍ପ୍ୟୁଟର, ଗୋଟିଏ ଜେରକ୍ସ କମ୍‌ ପ୍ରିଣ୍ଟର, ୨୦ପିସ୍‌ ଲାଇଟ୍‌, ୧୬ ମିଟର ଏମ୍‌ଏସ୍‌ ପାଇପ୍‌ ଜବତ କରାଯାଇଥିବା ଆଇଆଇସି ଦେବ୍‌କୁମାର ଗମାଙ୍ଗ ସୂଚନା ଦେଇଛନ୍ତିା

ଏନେଇ ଲକ୍ଷ୍ମୀପୁର ଥାନା କେସ୍‌ ନମ୍ବର ୧୦୮-୧୮ ଓ ୮୩ -୧୮ ଦଫା ୩୯୫ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ତଦନ୍ତକାରୀ ଅଫିସର ହେମନ୍ତ କୁମାର ମାଝୀ ପ୍ରକାଶ କରିଥିବା ବେଳେ ଏହି ଡକାୟତିରେ ଅନ୍ୟ ମାନଙ୍କ ମଧ୍ୟ ସହଯୋଗ ରହିଛି ବୋଲି ପୁଲିସ ସନ୍ଦେହ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe