ନନ୍ଦପୁର ଡଙ୍ଗାବୁଡି ଘଟଣା : ମିଳିଲା ଜଣଙ୍କର ମୃତଦେହ, ୨ ନିଖୋଜ

Advertisment
ନନ୍ଦପୁର ଡଙ୍ଗାବୁଡି ଘଟଣା : ମିଳିଲା ଜଣଙ୍କର ମୃତଦେହ, ୨ ନିଖୋଜ

ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାତାଳୀ ନଦୀରେ ଡଙ୍ଗା ବୁଡି ନିଖୋଜ ହୋଇଥିବା ୩ ଜଣଙ୍କ ଭିତରୁ ଆଜି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଆଉ ୨ ଜଣ ଏବେ ବି ନିଖୋଜ ଥିଲାବେଳେ ସେମାନଙ୍କ ସନ୍ଧାନ ପାଇଁ ଅଗ୍ନିଶମ ଓ ଓଡ୍ରାଫ ପକ୍ଷରୁ ଅପରେସନ ଜାରି ରହିଛି ।

ନନ୍ଦପୁର ବ୍ଳକ ପାଡୁଆ ଥାନା ଅନ୍ତର୍ଗତ ପାଡୁଆ  ଜଗନ୍ନାଥ ମନ୍ଦିର ନିକଟରୁ ରନ୍ତା ଗ୍ରାମକୁ ଯିବା ପାଇଁ ଏକ ଦେଶୀ ଡଙ୍ଗାରେ ପାଡୁଆ ଗ୍ରାମର ଅଜୟ ହନ୍ତାଳ, ମନୋଜ ହନ୍ତାଳ, ପ୍ରଶାନ୍ତ ଖରା, ଚିତ୍ରା ଖିଲ ଓ ମନୋଜ ହନ୍ତାଳ ପାତାଳୀ ନଦୀ ପାର ହେବା ସମୟରେ ଭାରସାମ୍ୟ ହରାଇ ଏହା ଓଲଟି ପଡିଥିଲା। ୨୫ ତାରିଖ ରାତି ପ୍ରାୟ ୮ଟା ସମୟରେ ଏହି ଅଘଟଣା ହୋଇଥିଲା। ଡଙ୍ଗା ଓଲଟି ପଡିବା ପରେ ମନୋଜ ହନ୍ତାଳ ଓ ଅଜୟ ହନ୍ତାଳ ପହଁରି ପହଁରି ନିଜ ଜୀବନ ବଞ୍ଚାଇଥିଲେ। କିନ୍ତୁ ଅନ୍ୟ ତିନି ଜଣ ନିଖୋଜ ହୋଇ ଯାଇଥିଲେ। ଦୁଇ ଜଣ ପହଁରି ପହଁରି ଫେରି ଆସି କାହାକୁ କିଛି ନ କହି ଘରେ ଶୋଇ ପଡ଼ିଥିଲେ ଏବଂ ଡଙ୍ଗା ବୁଡ଼ି ଘଟଣା ସମ୍ପର୍କରେ କାହାକୁ କିଛି କହି ନ ଥିଲେ। ଘର ଲୋକେ ମଧ୍ୟ ଦଶହରା ପାଇଁ କୁଆଡେ ଯାଇଥିବେ ଭାବି ଖୋଜାଖୋଜି କରି ନ ଥିଲେ। ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ କିନ୍ତୁ ସେମାନେ ନ ଫେରିବାରୁ ଘର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହି ସମୟରେ ରବିବାର ରାତିରେ ୫ ଜଣ ମିଶିକି ଥିବାର ଜଣାପଡିଥିଲା। ଏହା ଜାଣିବା ପରେ ୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ମନୋଜ ଏବଂ ଅଜୟ ଙ୍କୁ ପଚାରିବାରୁ ପ୍ରଥମେ ଭୟ କରିବା ସହ ପରେ ସତ କହିଥିଲେ। ପାଞ୍ଚ ଜଣ ରାତିରେ ଦେଶୀ ଡ଼ଙ୍ଗାରେ ରନ୍ତା ଗ୍ରାମକୁ ଯାଉଥିବା ବେଳେ ପାତାଳୀ ନଦୀ ମଝିରେ ଡଙ୍ଗା ବୁଡ଼ି ଯାଇଥିବା କହିଥିଲେ। ଆମେ ଦୁଇ ଜଣ ପହଁରି ପହଁରି ପଳେଇ ଆସିଛୁ ଏବଂ ସେମାନଙ୍କ ସମ୍ପର୍କରେ କିଛି ଜାଣି ନାହୁଁ। ପରେ ପରିବାର ଲୋକେ ଏଥିନେଇ ପାଡୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଗତକାଲି ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ହୋଇ ପାରି ନ ଥିଲା।

ଆଜି ସକାଳୁ ତହସିଲଦାର ନରସିଂହ ଗାଦବା, ପାଡୁଆ ଥାନା ଅଧିକାରୀ ସରୋଜ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏପଟେ ନନ୍ଦପୁର ଅଗ୍ନିଶମ ବିଭାଗର  ସଂଜୀବ କୁମାର ପ୍ରଧାନ, ଆଗ୍ନିକ ପ୍ରକାଶ କିଷାନ, ଆନ୍ତନି ଲାକ୍ରା, ତ୍ରିଲୋଚନ ପୁଝ।ରି, ଲଖନ ସିଂ ଠାକୁର, ଅଜିତ କୁମାର ପଟେଲ ଏବଂ କୋରାପୁଟ ଅଗ୍ନିଶମ ବିଭାଗ, କୋରାପୁଟ ସ୍ଥିତ ଓଡ୍ରାଫ ଟିମ ମିଳିତ ଭାବେ ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ଅପରାହ୍ନ ୪ ଟା ବେଳକୁ  ମନୋଜ କୁମାର ହନ୍ତାଳଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ସନ୍ଧ୍ୟାରେ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯିବ ସହ ଆସନ୍ତା କାଲି ୮ ରୁ ପୁଣି ଉଦ୍ଧାର କାର୍ଯ୍ୟ ଫୁଣି ଆରମ୍ଭ ହେବ ବୋଲି ତହସିଲଦାର ନରସିଂହ ଗାଦବା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe