କୋରାପୁଟ: ବାଇକ୍‌ ଦୁର୍ଘଟଣାରେ ଆହତ ଯୁବକଙ୍କ ହସ୍ପିଟାଲରେ ମୃତ୍ୟୁ

Advertisment
ବଲାଙ୍ଗୀର-ସୋନପୁର ରାସ୍ତାରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀ ମୃତ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ନିକଟସ୍ଥ କୋଟରାକଣା ଗାଁ ଛକ ନିକଟରେ ସୋମବାର ଦୁର୍ଘଟଣା ଶିକାର ହୋଇଥିବା ଜଣେ ଯୁବକଙ୍କ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଘଟଣା ଦିନ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ୩ ଜଣ ଆହତ ହୋଇଥିଲୋ ଆହତଙ୍କୁ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତ ମାନଙ୍କ ମଧ୍ୟରୁ ମୁନା ଟାକ୍ରୀ ଓ ଦାଶ ମାଣ୍ଡିଙ୍ଗା ଅବସ୍ଥା ଗୁରୁତ୍ୱର ଥିବାରୁ ସେମାନଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଥିଲାା

ସୋମବାର ମୁନା ଟାକ୍ରୀ ବିଜେଡିର ୱାର୍ଡ କମିଟି ବୈଠକରେ କର୍ମୀ ଭାବେ ଯୋଗଦେଇ କୌଣସି କାର୍ଯ୍ୟ ସକାଶେ ସାଂସଦଙ୍କ ପ୍ରତିନିଧି ହିମାଂଶୁ ଭରଦ୍ୱାଜଙ୍କ ସ୍କୁଟିରେ ଲକ୍ଷ୍ମୀପୁର ବଜାରକୁ ଆସି ବୈଠକ ସ୍ଥଳକୁ ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଭିତରଗୁଡା ଗାଁର ସୁଲୁମାଣ୍ଡିଙ୍ଗାଙ୍କ ମୋଟର ସାଇକେଲ୍‌ ସହ ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲୋ। ଲକ୍ଷ୍ମୀପୁର ଡାକ୍ତରଖାନାରେ ଆହତଙ୍କୁ ପ୍ରାଥମିକ ଚିକିତ୍ସା କରାଇବା ପରେ ଦୁଇଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ୍‌ କୁ ସ୍ଥାନାନ୍ତର କରାଯାଇଥିଲାା ଦୀର୍ଘ ଦୁଇଦିନ ଧରି ଚେତାଶୂନ୍ୟ ଅବସ୍ଥାରେ ଥିବା ଦାଶ ମାଣ୍ଡିଙ୍ଗାଙ୍କ ଆଜି ମୃତ୍ୟୁ ହୋଇଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe