ସହିଦ୍ ଯବାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ପାର୍କ ନିର୍ମାଣ ଦାବି

Advertisment

ସହିଦ୍ ଯବାନ ଈଶ୍ୱର ତଲିଆଙ୍କ  ଜନ୍ମମାଟିରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ତାଙ୍କ ନାମରେ ଏକ ପାର୍କ ନିର୍ମାଣ ପାଇଁ ଦାବି କରିଛନ୍ତି ପଞ୍ଚାୟତବାସୀ। ସେ ୨୦୨୪ ମସିହା ଡିସେମ୍ବର ୨୯ ତାରିଖ ଭୋର ୫ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Updated On

ସହିଦ୍ ଯବାନ ଈଶ୍ୱର ତଲିଆଙ୍କ  ଜନ୍ମମାଟିରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ତାଙ୍କ ନାମରେ ଏକ ପାର୍କ ନିର୍ମାଣ ପାଇଁ ଦାବି କରିଛନ୍ତି ପଞ୍ଚାୟତବାସୀ। ସେ ୨୦୨୪ ମସିହା ଡିସେମ୍ବର ୨୯ ତାରିଖ ଭୋର ୫ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଅଦ୍ୟତନ ହୋଇଛି
New Project (28)

ବୈପାରିଗୁଡ଼ା: ସହିଦ୍ ଯବାନ ଈଶ୍ୱର ତଲିଆଙ୍କ ଜନ୍ମମାଟିରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ତାଙ୍କ ନାମରେ ଏକ ପାର୍କ ନିର୍ମାଣ ପାଇଁ ଦାବି କରିଛନ୍ତି ପଞ୍ଚାୟତବାସୀ।

ସ୍ମରଣଯୋଗ୍ୟ ଯେ, ୨୦୧୧ ମସିହାରେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର କେନ୍ଦୁଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବଡାଗୁଡ଼ା ଗ୍ରାମର ଈଶ୍ୱର ତଲିଆ ସ୍ଥଳସେନାରେ ଯୋଗଦେଇ ସେ ଜମ୍ମୁରେ ୪୬ ଆର୍ମି ଆର୍ମଡ୍ ରେଜିମେଣ୍ଟରେ ଏଲଡି ପଦବିରେ କାର୍ଯ୍ୟରତ ଥିଲେ। ୨୦୨୪ ମସିହାରେ ଟ୍ୟାଙ୍କ୍ ଫାଇରିଂ ଅଭ୍ୟାସ ପାଇଁ ତାଙ୍କୁ ରାଜସ୍ଥାନର ଫକରନ୍ ରେଞ୍ଜକୁ ପଠାଯାଇଥିଲା। ୨୦୨୪ ଡିସେମ୍ବର ୧୮ ତାରିଖ ଦିନ ସକାଳ ୯ଟାରେ ଟ୍ୟାଙ୍କ ଫିଲ୍ଡ ଫାଇରିଂ ଅଭ୍ୟାସ ଚାଲିଥିବା ବେଳେ ହଠାତ୍ ଟ୍ୟାଙ୍କ ଭିତରୁ ଏକ ବୋମା ବିସ୍ଫୋରଣ ହୋଇଥିଲା। ଫଳରେ ଉତ୍ତରପ୍ରଦେଶର ଏସଡିଏମ ଆଶୁତୋଷ ମିଶ୍ର ଏବଂ ରାଜସ୍ଥାନର ଏଲଡି ଜିତେନ୍ଦ୍ର କୁମାର ଘଟଣାସ୍ଥଳରେ ସହିଦ୍ ହୋଇଯାଇଥିଲେ।

ଈଶ୍ୱର ଗୁରୁତର ଆହତ ହେବାରୁ ରାଜସ୍ଥାନରୁ ହେଲିକପ୍ଟର ଯୋଗେ ଚଣ୍ଡିଗଡ଼ କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୨୯ ତାରିଖ ଭୋର ୫ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସହିଦ୍ ଈଶ୍ୱରଙ୍କୁ ପ୍ରଥମେ ଚଣ୍ଡିଗଡ଼ କମାଣ୍ଡ ହସ୍ପିଟାଲରେ ଆର୍ମି ଲେଫ୍ଟନାଣ୍ଡ ଜେନେରାଲ, ୪୬ ଆରମୋଡ୍ ରେଜିମେଣ୍ଟ କମାଣ୍ଡିଂ ଅଫିସର ଦ୍ବାରା ଗାର୍ଡ ଅଫ୍ ଅନର୍ର ପ୍ରଦାନ କରାଯାଇଥିଲା। ଏହାପରେ ବିଶାଖାପାଟଣା ଏୟାରପୋର୍ଟରେ ଗାର୍ଡ ଅଫ୍ ଅନର୍ର ପ୍ରଦାନ କରାଯିବା ପରେ ସହିଦ୍ ଈଶ୍ୱରଙ୍କ ପାର୍ଥିବ ଶରୀର ଜନ୍ମମାଟି ବୈପାରିଗୁଡାର ବଡାଗୁଡାରେ ପହଞ୍ଚି ଥିଲା। ଶୋକାକୁଳ ପରିବେଶରେ ସହିଦ୍ ଈଶ୍ୱର ତଲିଆଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା। ତାଙ୍କ ଦୁଇ ବର୍ଷର ପୁଅ ମୁଖାଗ୍ନି ଦେବାପରେ ସେ ନିଜ ଜନ୍ମମାଟିରେ ପଞ୍ଚଭୂତରେ ବିଲୀନ ହୋଇଥିଲେ।

ଅନ୍ତିମ ବିଦାୟ ବେଳେ କୋରାପୁଟ ଜିଲ୍ଲାପାଳ, ଏସପି, କୋରାପୁଟ ବିଧାୟକ, କୋଟପାଡ଼ ବିଧାୟକ, ବୈପାରିଗୁଡା ତହସିଲଦାର, ବିଡ଼ିଓଙ୍କ ସହ ବହୁ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ। ସେହି ସମୟରେ ଗ୍ରାମବାସୀ ବଡାଗୁଡା ଠାରେ ସହିଦ୍ ଯବାନ ଈଶ୍ୱରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ତାଙ୍କ ନାମରେ ଏକ ପାର୍କ ନିର୍ମାଣ ପାଇଁ ଦାବି କରିଥିଲେ ଏବଂ ପ୍ରଶାସନ ତରଫରୁ ପ୍ରତିଶୃତି ମଧ୍ୟ ଦିଆଯାଇଥିଲା। କିନ୍ତୁ ଆଜିକୁ ୮ ମାସ ବିତିଯାଇଥିଲେ ମଧ୍ୟ ପ୍ରଶାସନ ନିରବ ରହିଛି। ଆସନ୍ତା ଡ଼ିସେମ୍ବର ମାସରେ ସହିଦ୍ ଈଶ୍ୱରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଥିବାରୁ ଯଥାଶୀଘ୍ର ପ୍ରତିମୂର୍ତ୍ତି ଏବଂ ପାର୍କ ନିର୍ମାଣ ପାଇଁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ବଡାଗୁଡା ଗ୍ରାମବାସୀଙ୍କ ସହ କେନ୍ଦୁଗୁଡା ପଞ୍ଚାୟତବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe