ପାଣି ଟ୍ୟାଙ୍କରେ ଗଞ୍ଜେଇ ଚୋରାଚାଲାଣ ମାମଲା, ପାଞ୍ଜିଆଗୁଡାରୁ ଜଣକୁ ଉଠାଇ ନେଲା ହରିୟାଣା ପୁଲିସ

Advertisment
କନ୍ଧମାଳରୁ ଗଞ୍ଜେଇ ଚାଲାଣ ବେଳେ ୪ ଜଣଙ୍କୁ ଧରିଲା ପୁଲିସ

ଜୟପୁର : ଚୋରା ଗଞ୍ଜେଦଇ ମାମଲାରେ କୋରାପୁଟ ଜିଲ୍ଲା ସଦର ପୁଲିସ ଥାନା ଅନ୍ତର୍ଗତ ପାଞ୍ଜିଆଗୁଡା ଅଞ୍ଚଳରୁ ଜଣେର ଅପରାଧୀଙ୍କୁ ଉଠାଇ ନେଇଛି ହରିୟାଣା ପୁଲିସ। ଅପରାଧୀ ଜଣକ ହେଲେ ପାଞ୍ଜିଆଗୁଡା ଗାଁର  ଭଗବା ଗଡତିଆଙ୍କର ପୁଅ ଉମାକାନ୍ତ ଗଡତିଆ (୪୦)। ଆଜି ସଦରଥାନାରେ ହରିୟାଣା ରାଜ୍ୟ କର୍ଣ୍ଣାଲ ଜିଲ୍ଲା ଅନ୍ତର୍ଗତ ଘରଉଣ୍ଡା ଥାନାର ଅଧିକାରୀ ଇନସପେକ୍ଟର କନୱାର ସିଂହ ଓ ତାଙ୍କ ଟିମ୍ ପହଞ୍ଚିଥିଲେ। ଏହାପରେ ସେଠାରୁ ଉମାକାନ୍ତଙ୍କ ଘରକୁ ଯାଇଥିଲେ। ସେଠାରେ ପ୍ରଥମେ ଏକ ଟିମ ଘରେ ରହିଥିବା ଜାଣିବାପରେ ତାଙ୍କୁ କାବୁ କରିଥିଲା।

ଚଳିତମାସ ୨୧ ତାରିଖରେ ଓଡ଼ିଶାରୁ ଏକ ପାଣି ଟ୍ୟାଙ୍କରରେ ଗଞ୍ଜୋଇ ଚୋରାଚାଲାଣ ନେଇ ଘରଉଣ୍ଡା ଥାନାରେ ୬୦୫/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ୪ଜଣ ଧରା ପଡି ଜେଲ ଯାଇଥିଲାବେଳେ ଉମାକାନ୍ତ ଫେରାର ମାରିଥିଲା। ସେଠାକାର ପୁଲିସ ପଚରାଉଚୁରା କରିବା ପରେ ଗିରଫ ହୋଇଥିବା ୪ଜଣ ଗଞ୍ଜେଇ ଚୋରା ଚାଲାଣକାରୀ ଉମାକାନ୍ତଙ୍କ ନାମ କହିଥିଲେ। ଏହାପରେ ସେଠାରୁ ଏହି ୪ଜଣିଆ ଟିମ୍ ଆଜି ମଧ୍ୟାହ୍ନରେ ଜୟପୁରରେ ପହଞ୍ଚିଥିଲା। ସନ୍ଧ୍ୟାରେ ଉମା ଘରେ ରହିଥିବାବେଳେ ହରିୟାଣା ପୁଲିସ ଓ ଜୟପୁର ସଦର ପୁଲିସ ତାକୁ ମାଡିବସିଥିଲା। ଏହାପରେ ତାକୁ ସେଠାକୁ ନିଆଯାଇଥିବା ଜଣାପଡିଛି।

ତେବେ ସେଠାରେ  ରଣଦୀପ  ସଂହ, ପ୍ରମୋଦ ସିଂହ,  ହାସ୍ୟରସ ସିଂ ବାଘେଲା ଓ ଧର୍ମବୀର ସିଂହ ଧରାପଡିଥିଲେ। ଏମାନେ ଦୁଇଟି ପାଣି ଟାଙ୍କି ସହ ଏକ ଓଡ଼ିଶା ନମ୍ବର ଥିବା ଏକ କାର ବ୍ୟବହାର କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe