ଜୟପୁର: ଜୟପୁର ଟାଉନ୍ଥାନା ଅନ୍ତର୍ଗତ ସୂର୍ଯ୍ୟମହଲ ଓ ଗଡ଼ିଆଧୋବା ସାହିରେ ଗତକାଲି ରାତିରେ ୨ଟି ସ୍ଥାନରେ ଖେଳା ଯାଉଥିବା ଜୁଆ ଆଡ୍ଡା ଉପରେ ପୁଲିସ୍ ପୃଥକ ଭାବେ ଚଢ଼ାଉ କରିଛି। ସୂର୍ଯ୍ୟମହଲରୁ ୧୮ ଜଣ ଗିରଫ ହୋଇଥିବା ବେଳେ ଗଡ଼ିଆଧୋବାରୁ ୭ ଜଣ ଗିରଫ ହୋଇଛନ୍ତି। ସୂର୍ଯ୍ୟମହଲର ଜୁଆଡ଼ିମାନଙ୍କ ନିକଟରୁ ପୁଲିସ୍ ୧ ଲକ୍ଷ ୯୦ ହଜାର ଟଙ୍କା, ୮ଟି ଗାଡ଼ି, ୧୮ଟି ମୋବାଇଲ୍ ଜବତ କରି କେସ ନଂ ୨୭୫ରେ ମାମଲା ରୁଜୁ କରିଛି। ସେହିପରି ଗଡ଼ିଆଧୋବା ଜୁଆଡ଼ିମାନଙ୍କ ନିକଟରୁ ପୁଲିସ୍ ୧୭ ଶହ ଟଙ୍କା ଏବଂ ୫୨ଟି କାର୍ଡ ଜବତ କରିଛି। ଜାଣିବାକୁ ମିଳିଛି ଯେ ଗିରଫଙ୍କ ମଧ୍ୟରେ ଜଣେ କାଉନ୍ସିଲର୍ ମଧ୍ୟ ଥିଲେ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2017/10/final_bstSnapshot_514551.jpg)