ପୂର୍ବାଞ୍ଚଳ ପ୍ରାକଃ ରିପବ୍ଲିକ୍ ଡେ୍ ପ୍ୟାରେଡ୍ ୨୦୨୦: ଏନଏସଏସରେ ଭାଗ ନେବେ ଜୟପୁରର ବର୍ଷାରାଣୀ

ପୂର୍ବାଞ୍ଚଳ ପ୍ରାକଃ ରିପବ୍ଲିକ୍ ଡେ୍ ପ୍ୟାରେଡ୍ ୨୦୨୦:  ଏନଏସଏସରେ ଭାଗ ନେବେ ଜୟପୁରର ବର୍ଷାରାଣୀ

ଜୟପୁର: ପୂର୍ବାଂଚଳ ପ୍ରାକ ରିପବ୍ଲିକ୍ ଡେ୍ ପ୍ୟାରେଡ୍ -୨୦୨୦ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନଏସଏସ ଦଳରେ ସ୍ଥାନ ପାଇଛନ୍ତି ଜୟପୁରର ବର୍ଷାରାଣୀ ସାହୁ। ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ହେଉଛନ୍ତି ବର୍ଷ।। ଏନଏସଏସ୍ ୟୁନିଟରେ ସେ ଜଣେ ସ୍ବେଚ୍ଛାସେବୀ। ଏହା ପୂର୍ବରୁ ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟସ୍ତରୀୟ ଚୟନ ପାଇଁ ଭାଗ ନେଇଥିଲେ। ଜିଲ୍ଲା ପୁଲିସର ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ଭାବେ ବି ସହରବାସୀଙ୍କୁ ସେବା ଯୋଗାଇ ଆସିଥିଲେ ବର୍ଷା। ଏବେ ଚୟନ ହୋଇଥିବା ୮ଜଣ ସ୍ବେଚ୍ଛାସେବୀଙ୍କ ମଧ୍ୟରୁ ସେ ଜଣେ। ଏଥିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସେମିଳିଗୁଡା କଲେଜର ଡମ୍ବୁରୁଧର ଗରଡ଼ା ଓ ମୋଡେଲ ଡିଗ୍ରୀ କଲେଜ, ନବରଙ୍ଗପୁରରର ଟଙ୍କଧର ପୁଝାରୀ ବି ରହିଛନ୍ତି। ବର୍ଷା ଏହି ଦଳରେ ସାମିଲ ହୋଇଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ମନୋରମା ଦେବୀ, ଏନଏସଏସର ମହାବିଦ୍ୟାଳୟର ସଂଯୋଜକ ଡ.ମନୋରଂଜନ ପ୍ରଧାନ ପ୍ରମୁଖ ଶୁଭେଛା ଜ୍ଞାପନ କରିବା ସହ ନିଶ୍ଚିତ ରୁପେ ମୁଖ୍ୟ ପ୍ୟାରେଡ୍ ପାଇଁ ରାଜ୍ୟସ୍ତରରେ ବର୍ଷା ସାମିଲ ହେବେ ବୋଲି ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe