ଅସୁରକ୍ଷିତ ଅବସ୍ଥାରେ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ: ସ୍ମାର୍ଟକ୍ଲାସ ରୁମର ସିଲିଂ ଖସିଲା

Advertisment
ଅସୁରକ୍ଷିତ ଅବସ୍ଥାରେ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ: ସ୍ମାର୍ଟକ୍ଲାସ ରୁମର ସିଲିଂ ଖସିଲା

ଜୟପୁର: ଅସୁରକ୍ଷିତ ଅବସ୍ଥାରେ ସର୍ବପୁରାତନ ସରକାରୀ ମହିଳା ମହାବିଦ୍ୟାଳୟ । ଗୋଟିଏ ପଟେ ଶ୍ରେଣୀ କରିବା ପାଇଁ ଶ୍ରେଣୀ ଗୃହ ଅଭାବ ଅନ୍ୟ ପଟେ ଥିବା ଶ୍ରେଣୀ ଗୃହଗୁଡିକରେ ସାମାନ୍ୟ ବର୍ଷାରେ ୨ଟି ଯାକ ମହଲାରେ ପାଣି ଗଳି ଜମା ହୋଇ କୃତ୍ରିମ ପୋଖରୀ ସୃଷ୍ଟି ହେବା ସହ ଲହଡି ଖେଳୁଛି। କଳାବିଭାଗ, ଯୁକ୍ତ ୨ର ଶ୍ରେଣୀ ଗୃହ, ବିଜ୍ଞାନ ଲ୍ୟାବ, ସଂପ୍ରସାରିତ ଗ୍ୟାଲେରୀ ସହ ଲାଇବ୍ରେରୀ ରୁମ ବି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଗତ କିଛି ଦିନ ବର୍ଷାରେ ଲାଇବ୍ରେରୀ ଦବିବା ସହ ରୁମ ମଧ୍ୟରେ ଅଧିକା ଫାଟ ଦେଖାଦେଇଛି। ସେଭଳି ସ୍ମାର୍ଟ କ୍ଲାସ ରୁମର ସିଲିଂ ବି ଖସି ପଡ଼ିଛି। ଅଧ୍ୟକ୍ଷାଙ୍କ ରୁମରେ ଉଇହୁଙ୍କା ବି ଦେଖିବାକୁ ମିଳିଛି।

ସେଭଳି ବିଭିନ୍ନ ସମୟରେ କଲେଜର ବିଭିନ୍ନ ଶ୍ରେଣୀ ଗୃହର ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସିବା ସହ ଲୁହାଛଡ ଦେଖା ଦେଉଛି। ଏହାର ମରାମତି ଆବଶ୍ୟକ ରହିଥିଲେ ମଧ୍ୟ ତାହା କରାଯାଉ ନାହିଁ। ପୂର୍ବରୁ ଶ୍ରେଣୀଗୃହ ଅଭାବରୁ ଏବଂ ସାମାନ୍ୟ ବର୍ଷାରେ ପାଣି ଗଳୁଥିବାରୁ ଉପରମହଲା ନିର୍ମାଣ କରାଯିବା ସହ କିଛି ଶ୍ରେଣୀଗୃହ ବୃଦ୍ଧି ବି କରାଯାଇଥିଲା। ତେବେ ଏହା ପରେ ଯେଉଁ ଚିନ୍ତା କରାଯାଇଥିଲା ସେଭଳି ନ ହୋଇ ଯଥାପୂର୍ବଂକୁ ତଥା ପରଂ ଅବସ୍ଥାରେ ରହିଛି।। ସେଭଳି ଗ୍ରାଉଣ୍ଡଫ୍ଲୋରର ଶ୍ରେଣୀଗୃହ ଗୁଡିକରୁ ବି ତଳମହଳାରୁ ସିମେଣ୍ଟ ଝଡିବା ସହ ରଡଗୁଡିକ ଦିଶୁଛି। ସାମାନ୍ୟ ବର୍ଷା ହେବା ମାତ୍ରକେ ଉପରମହଲାରେ ପାଣି ଜମା ରହି ତାହା ତଳକୁ ପଳାଇ ଆସୁଛି। କେବଳ ଶ୍ରେଣୀଗୃହ ହିଁ ନୁହେଁ ଷ୍ଟାଫ କମନରୁମ, ଲାଇବ୍ରେରୀ, ବାଳିକା କମନରୁମ ସବୁର ଅବସ୍ଥା ଏକାଭଳି। କେଉଁଟି ସ୍ଲାପରୁ ସିମେଣ୍ଟ ଝଡି ରଡ ଦିଶୁଛି ତ ଆଉ କେଉଁଟି ବିରାଟ ଫାଟ ଦେଖାଦେଇଛି। ପୂଜା ଛୁଟି ପରେ କଲେଜ ଖୋଲିବା ସମ୍ଭାବନା ରହିଥିବାରୁ ଏଭଳି ଅସୁରକ୍ଷିତ ଅବସ୍ଥାରେ ଶ୍ରେଣୀ କଲେ କିଛି ଅଘଟଣ ହେଲେ କିଏ ଦାୟୀ ହେବ ବୋଲି କହିଛନ୍ତି ଅଧ୍ୟକ୍ଷା ଡ.ମନୋରମା ଦେବୀ।

publive-image

କଲେଜର ଏହି ଅବସ୍ଥାକୁ ନେଇ ସେ ଉଚ୍ଚଶିକ୍ଷା ବିଭାଗର ସଚିବ, ଆଞ୍ଚଳିକ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ବି ଚିଠି କରି ଅବଗତ କରାଇଥିଲେ। ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ ବି ମହାବିଦ୍ୟାଳୟକୁ ଯାଇ ସବୁ ତଦାରଖ କରି ଫେରିଥିଲେ। ବହୁ ପୁରୁଣା କୋଠା ତା ସାଙ୍ଗକୁ କିଛି କୋଠା ନୂଆରେ କରି ସଂଯୋଗ କରାଯାଇଛି। ତେଣୁ ପାଣି ଜମା ହୋଇ ଏଭଳି ସମସ୍ୟା ଦେଖା ଦେଇଛି ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ ଭାସ୍କର ସାମନ୍ତରାୟ।

ଜାତୀୟ ରାଜପଥର ପାର୍ଶ୍ବରେ ଥିବା ନାଳଟି କଲେଜ ଠାରୁ ତଳେ ରହିଛି। ସହରର ପାଣି ସବୁ ଏହି ନାଳରେ ଚାଲୁଥିବାରୁ ଏବଂ ସବୁବେଳେ ଏହି ସ୍ଥାନଟି ସନ୍ତସନ୍ତିଆ ରହୁଥିବାରୁ ଏଭଳି ସମସ୍ୟା ବି ଦେଖା ଦେଇଛି। ଏହି ସ୍ଥିତିରେ ସାମାନ୍ୟ କଲେଜ ଦବିବା ସହ ସମସ୍ୟା ଦେଖା ଦେଇଛି। ଦଶହରା ପୂଜା ଛୁଟି ପରେ ଏବଂ ସାମାନ୍ୟ ବର୍ଷା କମିବା ପରେ ଏହାର ସଂପୁର୍ଣ୍ଣ ମରାମତି କରାଯିବା ସହ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe