ଜୋର ଧରିଲା ଓଏସଆରଟିସି ଜୋନ ଖୋଲିବା ପ୍ରସଙ୍ଗ, ପବ୍ଲିକ୍ ରାଇଟ୍ସ ଆସୋସିଏସନ୍ ପକ୍ଷରୁ ଦାବିପତ୍ର

Advertisment
ଜୋର ଧରିଲା ଓଏସଆରଟିସି ଜୋନ ଖୋଲିବା ପ୍ରସଙ୍ଗ, ପବ୍ଲିକ୍ ରାଇଟ୍ସ ଆସୋସିଏସନ୍ ପକ୍ଷରୁ ଦାବିପତ୍ର

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଓଏସଆରଟିସି ଜୋନ ଖୋଲିବା ପ୍ରସଙ୍ଗ ଜୋର ଧରିଛି। ଦୀର୍ଘ ଦିନ ହେବ ଏହି ଜୋନ ଖୋଲିବାକୁ ଦାବି ହେଉଥିବାବେଳେ ନିଜ ଜିଦରେ ଅଡି ବସିଛନ୍ତି ବିଭାଗୀୟ ମୁଖ୍ୟ। ପ୍ରବାସୀ ଓଡ଼ିଆ ପରିବହନ ବେଳେ ଡିଜେଲ ବାଟମାରଣାକୁ ନେଇ ବିବାଦ ମୁଣ୍ଡ ଟେକିଥିବା ଏହି ସମସ୍ୟାର ସମାଧନ ହେଉ ନାହିଁ। ଫଳର ଲୋକେ ନାହିଁ ନ ଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

ଆଜି ଜୟପୁର ଜୋନର ଜିଲ୍ଲା ପରିବହନ ପରିଚାଳକଙ୍କୁ ପବ୍ଲିକ୍ ରାଇଟ୍ସ ଆସୋସିଏସନ୍ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲା ସଭାପତି ଦେବେନ୍ଦ୍ର ବାହିନିପତିଙ୍କ ନେତୃତ୍ୱରେ ଓଡ଼ିଶା ରାଜ୍ୟ ସଡକ ପରିବହନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ମଧ୍ୟରେ ଜୟପୁର ଜୋନରେ ବସ ଚଳାଚଳ ଯଥାଶୀଘ୍ର ସ୍ୱାଭାବିକ କରିବା, ନୂତନ ବସ ଟରମିନାଲର ଯଥାଶୀଘ୍ର ଲୋକାର୍ପଣ ଏବଂ ଜୟପୁର ଡିପୋ ଏଠାରୁ ନ ଉଠାଇବା ଆଦି ରହିଛି। ଏହି ସମୟରେ ସଂଗଠନର ସାହେବ ମହାରଣା, ରାଜେନ୍ଦ୍ର ପାତ୍ର,କନ୍ଦର୍ପ ପାଣିଗ୍ରାହୀ,ଗୈାର ଦାସ, ସୁଭାଶିଷ ନାୟକ, ରମେଶ ବିଷୋୟୀ,ସିମାଞ୍ଚଳ ସୁଆର,ଲକ୍ଷ୍ମୀ ନାରାୟଣ ପାଢୀ ଓ ପ୍ରଦୀପ ଲିମା ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ମିଳିଥିବା ସୂଚନା ମୁତାବକ ଜୟପୁର ଜୋନଟି ଦୁଇମାସ ହେବ ବନ୍ଦ ରହିଛି। ଏହିଠାକୁ ଅନ୍ୟ ଜିଲ୍ଲାରୁ ବସ ଆସୁଥିବାବେଳ ଏହିଠାରୁ ବସ ଚଳାଚଳ କରୁ ନ ଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe