Review meeting of union minster. Photograph: (Sambad )
କୋରାପୁଟ: ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ମିଳୁଥିବା ଅନୁଦାନ, ଯୋଜନା ସହ କେନ୍ଦ୍ର ସରକାରଙ୍କ ଆକ୍ଷାଂକା ଜିଲ୍ଲା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ଗୋଟି ଗୋଟି କରି ସମୀକ୍ଷା କରିଥିଲେ। ଏହି ବୈଠକରେ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା, ପୃଷ୍ଠିହୀନତା, ରକ୍ତହୀନତା, ପୋଷଣ, ମଧ୍ୟାହ୍ନଭୋଜନ ଯୋଜନା, ପୃଷ୍ଟିକର ଖାଦ୍ୟ, ବିଭିନ୍ନ ବିଦ୍ୟାଳୟର ଅନୁସଙ୍ଗିକ ଭିତ୍ତିଭୁମି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଅନୁପାତ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଗୁଣାତ୍ମକ ମାନର କରିବା, ଭାରତମାଳା ପ୍ରକଳ୍ପର ଅଗ୍ରଗତି, ସୁନାବେଡା-କୋରାପୁଟ ଏନଏଚ ରାସ୍ତା, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ପ୍ରଧାନମନ୍ତ୍ରୀ ଆବସ ଯୋଜନା, ମୁଦ୍ରା ଋଣ, ପଶୁ ସମ୍ପଦ ବିଭାଗର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ।
କୋରାପୁଟ ବିଧାୟକ ରଘୁରାମ ମାଛ,କୋଟପାଡ଼ ବିଧାୟକ ରୁପୁ ଭତରା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା ଯୋଗ ଦେଇ ଜିଲ୍ଲାରେ ଗତ ସରକାର ଅମଳରେ ୫ଟି ଯୋଜନାରେ ନିର୍ମାଣ କରାଯାଇଥିବା ସ୍କୁଲ ଗୁଡିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ବୋଲି ଅଭିଯୋଗ ବାଢ଼ିଥିଲେ। ରଂଗ ମାରି ଟଙ୍କା ହଡପ କରାଯାଇଛି ବୋଲି କହିଥିଲେ। ବିଦ୍ୟାଳୟ ଗୁଡିକର ଅବସ୍ଥା ଭଲ ନଥିବା ସମ୍ପର୍କରେ ଏମାନେ କହିଥିଲେ। ଜିଲ୍ଲାପାଳଙ୍କୁ ଏସବୁ ସମୀକ୍ଷା ଓ ଅଭିଯୋଗ ଗୁଡିକର ତଦାରଖ କରି ସ୍କୁଲ ଗୁଡିକର ଅବସ୍ଥା ସମ୍ପର୍କରେ ବିବରଣୀ ପ୍ରସ୍ତୁତ କରି ତାଙ୍କୁ ଦେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଓ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମର ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସରକାରୀ କର୍ମଚାରୀ ମାନେ ନିଷ୍ଠା ଓ ଆନ୍ତରିକତାର ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଏହି ସମୀକ୍ଷା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏସପି ରୋହିତ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଆଲମଣି ସେଠୀ,ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ ବେଣୁଧର ଶବର, ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଧିକ୍ଷକ ଡ.ସୁଶାନ୍ତ କୁମାର ସାହୁ, ଜିଲ୍ଲା ଯୋଜନା ଓ ପର୍ଯୟବେକ୍ଷଣ ଉପନିର୍ଦେଶକ ସୁର୍ଯ୍ୟକାନ୍ତ ବେହେରା, ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ବରଦା କାନ୍ତ ମିଶ୍ର, ଜୟପୁର ଉପଜିଲ୍ଲାପାଳ ଏ.ଶସ୍ୟା ରେଡ୍ଡୀ, ଡିଏଫଓ କେଭି ଭାସ୍କର ରାଓ, ଅବକାରୀ ଅଧିକ୍ଷକ ଅରୁଣ କୁମାର ପାଢ଼ୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Follow Us