ଡକାୟତି ଯୋଜନା ପଣ୍ଡ:୪ ଅଭିଯୁକ୍ତ କୋର୍ଟ ଚାଲାଣ

Advertisment
ଡକାୟତି ଯୋଜନା ପଣ୍ଡ:୪ ଅଭିଯୁକ୍ତ କୋର୍ଟ ଚାଲାଣ

ଜୟପୁର: ଜୟପୁର ସଦର ପୁଲିସର ନାଇଟ ଅପରେସନ। ଡକାୟତି ଯୋଜନା କରୁଥିବା ବେଳେ ଗତକାଲି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଳମ୍ବିତ ରାତିରେ ରଣ୍ଡାପାଲି ସ୍ଥିତ ଶୀତଳ ଭଣ୍ଡାର ନିକଟରେ ୭ଜଣ ଦୁର୍ବୃତ୍ତ ଡକାୟତ କରିବା ପାଇଁ ଯୋଜନା କରୁଥିବା ପୁଲିସ ସୂଚନା ପାଇଥିଲା। ଚଢ଼ାଉ କରି ପୁଲିସ ୪ ଜଣଙ୍କୁ କାବୁ କରିଥିବା ବେଳେ ମାଷ୍ଟର ମାଇଣ୍ଡ ଏବଂ ଜୟପୁର ଅଞ୍ଚଳର ଦୁଇ ଜଣ ସହଯୋଗୀ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲ୍ଲା ଡବୁରୁଗୁଡା ଅଞ୍ଚଳର ବିଷ୍ଣୁ ଚୌଧୁରୀ, କାରଡୋଲା ଅଞ୍ଚଳର ନାଥ ମାଝୀ, ବୋଲେର ଡ୍ରାଇଭର ସୁଶାନ୍ତ କୋଚିଆ ଓ ପଡପରଗୁଡା ଅଞ୍ଚଳର ବରୁଣ ନାୟକ। ପୁଲିସ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବୋଲେରୋ, ଗୋଟିଏ ଖଣ୍ଡା, ଛୁରି, ଦୁଇଟି ଲୁହା ରଡ୍‌, ଲଙ୍କା ପାଉଡର, ମଦ ବୋତଲ, ୪ଟି ମୋବାଇଲ ସମେତ ୧୪୭୦ ଟଙ୍କା ଜବତ କରିଥିବା ସଦର ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠୀ କହିଛନ୍ତି।

ପୁଲିସ କହିବାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ରଣ୍ଡାପାଲି ସ୍ଥିତ ଶୀତଳ ଭଣ୍ଡାର ପଛପଟେ ଗୋଟିଏ ଗ୍ୟାଙ୍ଗ ଡକାୟତି ପାଇଁ ଯୋଜନା କରୁଥିଲେ। ସଦର ଥାନା ଏସ୍‌ଆଇ ମୁକୁନ୍ଦଦେବ ନାୟକ ପେଟ୍ରୋଲିଂ କରୁଥିବା ବେଳେ ବୋଲେର ରଖି କିଛି ଲୋକ ଆଲୋଚନା କରୁଥିବା ଖବର ପାଇଥିଲେ। ଏହାପରେ ଗୋଟିଏ ଟିମ୍‌ ଘଟଣା ସ୍ଥଳାରେ ପହଞ୍ଚିଥିଲେ। ଜତୀୟ ରାଜପଥରେ ଯାତାୟତ କରୁଥିବା ଗାଡିକୁ ଅଟକାଇ ଡକାୟତି କରିବାକୁ ଯୋଜନା ହୋଇଥିଲା। ତେବେ ପୁଲିସ ଦୁର୍ବୃତ୍ତଙ୍କୁ ଘେରିଯାଇ ୪ ଜଣକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ୩ ଜଣ ଚମ୍ପଟ ମାରିଥିଲେ। ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କହାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଏବଂ ଜୟପୁର ଅଞ୍ଚଳର ଦୁଇଜଣ ଫେରାର ହୋଇଯାଇଛନ୍ତି। ଏ ନେଇ ଜୟପୁର ସଦର ଥାନାରେ ୧୧୮/୧୮ ନମ୍ବରରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାର ତଦନ୍ତ ଏସ୍‌ଆଇ ସୀମା ପ୍ରଧାନ କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe