ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ୍‌ମେଲିଂ : ୭୦ଲକ୍ଷ ଠକେଇ ଅଭିଯୋଗ

ଆକାଉଣ୍ଟରୁ ୩୦ ହଜାର ଲୁଟ୍‌

ସୁନାବେଡା : କୋରାପୁଟ ଜିଲ୍ଲା ସୁନାବେଡା ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଉଠାଇବା ପରେ ସୋସିଆଲ ମିଡିଆରେ ଛାଡି ଦେବାର ଧମକ ଦେଇ ଜଣେ ଯୁବକ ଗୋଟିଏ ପରିବାର ଠାରୁ ପ୍ରାୟ ୭୦ଲକ୍ଷ ଟଙ୍କା ନେଇଯାଇଥିବା ସୁନାବେଡା ଥାନାରେ ଅଭିଯୋଗ ହୋଇଛି। ସୁନାବେଡା ହାଲ୍‌ ଟାଉନସିପ୍‌ର ଜଗନ୍ନାଥ ପରିଡା ଏହି ଟଙ୍କା ନେଇଥିବା ଏତଲାରେ ଉଲ୍ଲେଖ ରହିଛି। ଏହି ଘଟଣା ସମଗ୍ର ସୁନାବେଡା ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।

ଯୁବତୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୦୧୫ମସିହାରେ ଜଗନ୍ନାଥ ପରିଡା କମ୍ପ୍ୟୁଟର ଲଗାଇବାକୁ ତାଙ୍କ ଘରକୁ ଆସିଥିଲା। ପରବର୍ତୀ ସମୟରେ ବିଭିନ୍ନ କାର୍ଯ୍ୟରେ ସହଯୋଗ କରି ଯୁବତୀଙ୍କ ପରିବାର ସହ ବିଶ୍ୱାସ ଜନ୍ମାଇଥିଲା। ଏପରିକି ତାଙ୍କ ଝିଅ ଓ ଜଗନ୍ନାଥଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଏହାପର ଠାରୁ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରିବା ସହ ଜଗନ୍ନାଥ କିଛି ଅନ୍ତରଙ୍ଗ ମୁହୂର୍ତର ଫଟୋ ଉଠାଇଥିଲା। ପରେ ଏହି ଫଟୋକୁ ଯୁବତୀଙ୍କ ବାପା ଓ ମାଙ୍କୁ ଦେଖାଇ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲା। ଏହା ଜାଣିବା ପରେ ଲୋକଲଜ୍ଜା ଓ ନିଜ ପରିବାରର ମର୍ଯ୍ୟାଦା ଅକ୍ଷୂର୍ଣ୍ଣ ରଖିବା ପାଇଁ ଯୁବତୀଙ୍କ ବାପା ବିିଭିନ୍ନ ପର୍ଯ୍ୟାୟରେ ଜଗନ୍ନାଥଙ୍କୁ ୭୦ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ତେବେ ଏହାପରେ ମଧ୍ୟ ଜଗନ୍ନାଥ ଝିଅକୁ ବିବାହ କରିବାକୁ ମନା କରି ଦେବାରୁ ଶେଷରେ ଅତିଷ୍ଠ ହୋଇ ପୀଡିତାଙ୍କ ବାପା ଫେବ୍ରୁଆରି ୨୭ତାରିଖରେ ସ୍ଥାନୀୟ ସୁନାବେଡା ଥାନାରେ ଏତଲା ଦେଇଥିଲେ। ତେବେ ବର୍ତମାନ ସୁଦ୍ଧା ପୁଲିସ ଜଗନ୍ନାଥଙ୍କୁ ଗିରଫ କରିପାରିନି। ଏସଂପର୍କରେ ସୁନାବେଡା ଥାନା ଅଧିକାରୀ ଯୋଗେଶ୍ୱରୀ ବେହେରାଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ ଜାରି ରହିଛି। ଅତିଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି। ଏନେଇ ପୀଡିତାଙ୍କ ପରିବାର ଗତକାଲି କୋରାପୁଟ ଏସ୍‌ପିଙ୍କୁ ସାକ୍ଷାତ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe