ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଜନଜାତି ଶିକ୍ଷା ସମ୍ବନ୍ଧୀୟ ଜାତୀୟ ଦୁଇ ଦିବସୀୟ ପତ୍ରବାଚନ ଉଦଘାଟିତ

Advertisment
ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଜନଜାତି ଶିକ୍ଷା ସମ୍ବନ୍ଧୀୟ ଜାତୀୟ ଦୁଇ ଦିବସୀୟ ପତ୍ରବାଚନ ଉଦଘାଟିତ

????????????????????????????????????

ଜୟପୁର: ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ତଫସିଲଭୁକ୍ତ ଜନଜାତି ଶିକ୍ଷା ପ୍ରସଙ୍ଗ ଆଧାରିତ ଦୁଇ ଦିବସୀୟ ଜାତୀୟ ପତ୍ରବାଚନ (ସେମିନାର) ବିଶ୍ବବିଦ୍ୟାଳୟର କୁଳପତିଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବ କୁଳପତି ପ୍ରଫେସର ଡ.ଦେବୀ ପ୍ରସାଦ ମିଶ୍ରଙ୍କ ସହ କୁଳସଚିବ ରଞ୍ଜନ କୁମାର ପ୍ରଧାନ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. କିଚକ ଚନ୍ଦ୍ର ଜେନ ସମ୍ମାନିତ ଅତିଥୀ ଭାବରେ ଯୋଗଦେଇ ସେମିନାରର୍ ଯୋଜନାବଦ୍ଧ ଆୟୋଜନ ଓ ବ୍ୟବସ୍ଥିତ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବରେ ଏନସିଆରଟି ଅନୁବନ୍ଧିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ବରିଷ୍ଠ ପ୍ରଫେସର ଡ. ନିତ୍ୟାନନ୍ଦ ପ୍ରଧାନ ଯୋଗଦେଇ ଜନଜାତି ଶିକ୍ଷାର ବିଭିନ୍ନ ଦିଗ, ସମସ୍ୟା, ଆହ୍ବାନ ଓ ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବିଭାଗୀୟ ମୁଖ୍ୟ ଡ଼ ମନୋରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ପତ୍ରବାଚନରେ ଡ଼ ପ୍ରଧାନ ପତ୍ରବାଚନର ଆୟୋଜନ, ଉଦ୍ଦେଶ୍ୟ ଓ ଦୁଇଦିନ ରୂପରେଖ ସମ୍ବନ୍ଧରେ ବିଷଦ ଆଲୋକପାତ କରିଥିଲେ। କୁଳପତି ଏହି ପତ୍ରବାଚନର ଫଳାଫଳ ସୁଦୂର ପ୍ରସାରୀ।ଏହା ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀମାନଙ୍କ ଶୈକ୍ଷିକ ବିକାଶରେ ବିଶେଷ ସହାୟତା କରିବା ବୋଲି ଆଶାବ୍ୟକ୍ତ କରିବା ସହ ବିଶ୍ବବିଦ୍ୟାଳୟର ସବୁ ବିଭାଗରେ ଏଭଳି ପତ୍ରବାଚନର ଆୟୋଜନ ପାଇଁ ଆହ୍ବାନ ଦେଇଥିଲେ।

ଶେଷରେ ମଞ୍ଚାସୀନ ସମସ୍ତ ଅତିଥିମାନଙ୍କୁ ଉପଢୌକନ, ସ୍ମୁତି ଫଳକ ଓ ପୁଷ୍ପଗଛ ଦେଇ ସମ୍ମାନିତ କରାଯାଇଥିଲା। ସଭଆରମ୍ଭ ପୂର୍ବରୁ ଗୁରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାଚୀର ପତ୍ରିକା କୁନ୍ଦ କଳିକା ଓ ପାଠ୍ୟୋପକରଣ ପ୍ରଦର୍ଶନୀକୁ କୁଳପତି ଉଦଘାଟନ କରିବା ସହ ସମସ୍ତ ଅତିଥି ବୁଲି ଦେଖିବା ସହ ପିଲାଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଥିଲେ। ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡ଼ ମନୋରଞ୍ଜନ ପ୍ରଧାନଙ୍କ ଦ୍ବାରା ସଂପାଦିତ ପୁସ୍ତକ ଜାତୀୟ ଶିକ୍ଷା ନୀତି ୨୦୨୦ଓ ଜାତୀୟ ପାଠ୍ୟକ୍ରମ ଆଧାର ୨୦୨୩ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଗୁରୁ ଛାତ୍ର ଦେବ ରଞ୍ଜନ ରୟ ଓ ଛାତ୍ରୀ ପ୍ରିୟଦର୍ଶିନୀ ମାଝୀ ଅତିଥୀ ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ସହକାରୀ ପ୍ରଫେସର ଲୋକେଶ ପ୍ରଧାନ ଧନ୍ୟବାଦ ଦେଇଥିଲେ।ତା'ପରେ ଦୁଇଟି ସମାନ୍ତରାଳ ଅଧିବେଶନ ସହ ମୋଟ ତିନୋଟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଦ୍ବିତୀୟ ଅଧିବେଶନରେ ସମ୍ବଲପୁର ପି ଏମ୍ ଆଇ ଏ ଏସ୍ ଇର ପ୍ରଫେସର ଦିବାକର ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ଫକୀରମୋହନ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡ ଅମୁଲ୍ୟ କୁମାର ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।

ମଧ୍ୟାହ୍ନ ଭୋଜନ ବିରତି ପରେ ଆୟୋଜିତ ଦୁଇଟି ସମାନ୍ତରାଳ ଅଧିବେଶନରେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ଓ ପ୍ରଫେସର ଦେବେନ୍ଦ୍ର ସେଠୀ ସଭାପତିତ୍ବ କରିଥିଲାବେଳେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ପ୍ରଫେସର ଭରତ ପଣ୍ଡା ଓ କୋରାପୁଟସ୍ଥିତ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶିକା ଡ଼ ଲତିକା ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ତିନୋଟି ଅଧିବେଶନରେ ପ୍ରାୟ ଏକତିରିଶଟି ଆଲେଖ୍ୟ ଉପସ୍ଥାପନା ଓ ଆଲୋଚନା ହୋଇଥିଲା। ସନ୍ଧ୍ୟାରେ ପ୍ରଫେସର ମାନଙ୍କ ସହ ବିଏଡ ଛାତ୍ରଛାତ୍ରୀମାନଙ୍କର ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନୈବେଦ୍ୟ ଅନୁଷ୍ଠିତ ହୋଇଥିଲା। ଗୁରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ସାମାଜିକ ନାଟକ ‘ଜାଗୃତି ସମବେତ’ ଦର୍ଶକଙ୍କୁ ଭାବବିହ୍ବଳ କରିଥିଲା। ପରେ କୋରାପୁଟିଆ, ସମ୍ବଲପୁରୀ ଲୋକନୃତ୍ୟର ତାଳେ ତାଳେ ସମସ୍ତେ ଝୁମିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe