ଜୟପୁରରେ ଡକାୟତି ଯୋଜନା ଫେଲ୍‌, ୬ ଗିରଫ

Advertisment
ଜୟପୁରରେ ଡକାୟତି ଯୋଜନା ଫେଲ୍‌, ୬ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ବୁଧବାର ବିଳମ୍ବିତ ରାତିରେ ଡକାୟତି ପାଇଁ ହେଉଥିବା ଯୋଜନା ବିଫଳ ହୋଇଛି। ଡକାୟତି ପୂର୍ବରୁ ସୂଚନା ପାଇ ସଦର ପୁଲିସ ଘଟଣାସ୍ଥଳରେ ଅତର୍କିତ ଭାବରେ ଚଢ଼ାଉ କରିଥିଲା। ପୁଲିସ ୬ ଜଣ ଡକାୟତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ବାରିଣୀପୁଟ ଭିଉ ପଏଣ୍ଟ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଡକାୟତି ପାଇଁ ସମ୍ପୃକ୍ତ ଦଳ ଯୋଜନା ପ୍ରସ୍ତୁତ କରୁଥିଲେ।

ପୁଲିସ ଗଡ଼ପଦରର ସନ୍ତୋଷ ଖିଲ୍ଲା, ରୋନ୍ଦାପାଲିର ଖଇରୁ ଖଟି, ଉମୁରୀର ଜଗନ୍ନାଥ ବାରିକ, ଓଡ଼ିଆ ମେଦିରୀ ସାହିର ମହେଶ ପାଙ୍ଗୀ, କାର୍ତ୍ତିକ ନାଗ ଓ ଢେପାଗୁଡ଼ାର ସୁରେନ୍ଦ୍ର ହରିଜନକୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ଖଣ୍ଡା, ଛୁରି, ଲୁହା ରଡ଼, ମୁଖା, ଲଙ୍କାଗୁଣ୍ଡ, ସ୍କ୍ରୁ ଡାଇଭର ଜବତ ହୋଇଛି।

ଚଢ଼ାଉ ବେଳେ ଏସ୍‌ଆଇ ଚିନ୍ତେଶ୍ୱର ମୁଣ୍ଡା, ଏଏସ୍‌ଆଇଏସ୍‌ ଗଣେଶ ବେହେରା, ସପନ ସରକାର, ରାଜୁ ମିଶ୍ର ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ। ଏ ସଂକ୍ରାନ୍ତରେ ଜୟପୁର ସଦର ଥାନାରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୯୯/୪୦୨ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe