୨୧ରୁ ଜୟପୁରରେ ରାଜ୍ୟ ସିନିୟର କରାଟେ ପ୍ରତିଯୋଗିତା

Advertisment
୨୧ରୁ ଜୟପୁରରେ ରାଜ୍ୟ ସିନିୟର କରାଟେ ପ୍ରତିଯୋଗିତା

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ଜୟପୁର ଠାରେ ଆଗାମୀ ଡିସେମ୍ବର ୨୧ରୁ ୩ ଦିବସୀୟ ରାଜ୍ୟ ସିନିୟର କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜୟପୁର ସ୍ଥିତ ଇନ୍‌ଡୋର୍‌ ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଡିସେମ୍ବର ୨୩ ପର୍ଯ୍ୟନ୍ତ ଜାରି ରହିବ। ପ୍ରତିଯୋଗିତ ସଂପର୍କରେ ଉତ୍କଳ କରାଟେ ସ୍କୁଲ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ମୋଟ ୨୦୦ ଜଣ ପ୍ରତିଯୋଗୀ ଭାଗ ନେଉଥିବା ବେଳେ ପ୍ରାୟ ୫୦ ଜଣ ଅଫିସିଆଲ ସେମାନଙ୍କୁ ସାହାଯ୍ୟ କରିବେ।

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉତ୍କଳ କରାଟେ ସ୍କୁଲର ଜୟପୁର ଶାଖା ସଂପାଦକ ମୁନା ସିଂ ଲାଲ ଏହି ପ୍ରତିଯୋଗିତାର ଆୟୋଜକ କମିଟିର ସଂପାଦକ ଥିବା ବେଳେ ଦୁର୍ଗା ପ୍ରସାଦ ରଥ, କୋରାପୁଟ ଜିଲ୍ଲା ସଂପାଦକ ତାଙ୍କୁ ପୂର୍ଣ୍ଣ ସହଯୋଗ କରିବେ।

ସଂଘ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ. ହରି ପ୍ରସାଦ ପଟ୍ଟନାୟକ, ଇଂଜିନିୟର ଚିତ୍ତରଂଜନ ସ୍ୱାଇଁ, ଗୌରୀ ମହାନ୍ତି, ଓଡ଼ିଶା ରାଜ୍ୟ କରାଟେ ସଂଘର ସଂଜୟ ଦାସ, ସନତ ନାୟକ, ପ୍ରଦୀପ ସରକାର, ହିମାଂଶୁ ଶେଖର ଦାସ ଏବଂ ଆଦିତ୍ୟ ଚାନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe