ଜମି ବିକ୍ରିକୁ ବିରୋଧ କରି ଆନ୍ଦୋଳନ ପାଇଁ ସଜବାଜ

Advertisment
ଜମି ବିକ୍ରିକୁ ବିରୋଧ କରି ଆନ୍ଦୋଳନ ପାଇଁ ସଜବାଜ

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ତହସିଲ ଅନ୍ତର୍ଗତ ଚାଟୁଆ ମୌଜାରେ କିଛି ଜମି ବାହାର ରାଜ୍ୟର ଲୋକଙ୍କୁ ବିକ୍ରୀ ନେଇ ଅସନ୍ତୋଷ ଦେଖାଦେଇଛି। ବାହାର ରାଜ୍ୟର ବ୍ୟକ୍ତିଙ୍କୁ ଜମି ବିକ୍ରୀ ନକରିବା ପାଇଁ ଜମି ମାଲିକଙ୍କୁ ତାଗିଦ କରିବା ସହ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।
ସୂଚନା ଯୋଗ୍ୟକି ପୂର୍ବରୁ ଚାଟୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁରୁବା ମୌଜାର ୭୨ ଏକରରୁ ଉର୍ଧ୍ବ ଜମି ବାହାର ରାଜ୍ୟର ଅଣ ଓଡିଆଙ୍କୁ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ବ୍ୟକ୍ତି ଚଢା ଦରରେ ବିକ୍ରୀ କରି ଦେଇଥିଲେ। ବର୍ତ୍ତମାନ ଚାଟୁଆ ମୌଜାର ୪ ଏକରରୁ ଉର୍ଧ୍ବ ଖୋଲା ପଡିଆକୁ ଚାଟୁଆ ଗ୍ରାମର ସଦାନନ୍ଦ ଚୌଧୁରୀ ବିକ୍ରୀ କରିବା ପାଇଁ ପ୍ରସ୍ତୁତ ହେଉଥିବାରୁ ଏହାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ଏ ନେଇ ଚାଟୁଆ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଗୋଲରୀଙ୍କ ନେତୃତ୍ବରେ ଚାଟୁଆ ଗ୍ରାମ ପଞ୍ଚାୟତର ବିଭୀଷଣ ଗୁଞ୍ଜୁଲି, ଦିଲ୍ଲୀପ କୁମାର ଖିଲ, ରଘୁ ଜାଲା, ପ୍ରଶାନ୍ତ ଖରା, ଘାସି ଗେମେଲ, ରଘୁନାଥ ଖରା, ଗୋବର୍ଦ୍ଧନ ଜାଲା, ସହଦେବ ଖରା, ଜୟରାମ ଗେମେଲ, ଗୋବିନ୍ଦ ଖରା, ସୁବା ଗୁଞ୍ଜୁଲି, ରାମଦାଶ ପାଙ୍ଗି, ପର୍ଶୁ ଗେମେଲ, ରାମଚନ୍ଦ୍ର ସେଡା, ପର୍ଶୁରାମ ଖରା, ବଳଭଦ୍ର ଖରା, ନିରଞ୍ଜନ ଖରା ପ୍ରମୁଖ ଏକତ୍ରିତ ହୋଇ ସ୍ଥାନୀୟ ଲୋକଙ୍କୁ ସରକାରୀ ଦରରେ ଜମି ବିକ୍ରୀ ପାଇଁ ଦାବି କରିଛନ୍ତି। ଏହି ଅଞ୍ଚଳରେ ବହୁ ଜମିହୀନ ଲୋକେ ଘର ଖଣ୍ଡିଏ ପାଇଁ ଜମି ପାଉନଥିବା ବେଳେ ବାହାର ରାଜ୍ୟର ଅଣ ଓଡିଆଙ୍କୁ ଜମି ବିକ୍ରୀକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ। ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ ପାଇଁ ଅଞ୍ଚଳବାସୀ ପ୍ରସ୍ତୁତ ହେଉଥିବା ଜଣାପଡିଛି। ତେଣୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ନାରାୟଣପାଟଣା, ବନ୍ଧୁଗାଁ ଭଳି ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି ବୋଲି ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଗୋଲରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe