ଓଡ଼ିଶାରେ ଲଢ଼ିବ ଟିଡିପି : ୫୨ ବିଧାନସଭା, ୫ ଲୋକସଭା ଆସନ ଚୂଡ଼ାନ୍ତ

Advertisment

ସମସ୍ତ ବିଧାନସଭା ଓ ଲୋକସଭା ଆସନରେ ଚାଲିଛି ସର୍ଭେ

ସମସ୍ତ ବିଧାନସଭା ଓ ଲୋକସଭା ଆସନରେ ଚାଲିଛି ସର୍ଭେ

ଟିଡିପିକୁ ପୁଣି ଝଟ୍‌କା, ମୁଖପାତ୍ରଙ୍କ ସମେତ ୪‌ନେତା ବିଜେପିରେ ଯୋଗଦେଲେ

କୋରାପୁଟ : ତେଲଗୁ ଦେଶମ ପାର୍ଟି (ଟିଡିପି) ଓଡ଼ିଶା ରାଜନୀତିରେ ପ୍ରବେଶ କରିବ। ଆସନ୍ତା ସାଧାରଣ ନିର୍ବାଚନରେ ଦଳ ଏଠାରୁ ପ୍ରାର୍ଥୀ ଦେଇ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ୍‌ ହେବ। ଏଥିନେଇ ଦଳ ପକ୍ଷରୁ ପ୍ରାଥମିକ ସର୍ଭେ ଚାଲିଛି। ଏଥିରୁ ୫୨ଟି ବିଧାନସଭା ଓ ୫ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ଦଳ ଚୂଡ଼ାନ୍ତ କରିଥିବା ଦଳର ଓଡ଼ିଶା ପର୍ଯ୍ୟବେକ୍ଷକ ରାଜେଶ ପୁତ୍ରା ସୂଚନା ଦେଇଛନ୍ତି।

ପଡ଼ୋଶୀ ଆନ୍ଧ୍ରରେ ଟିଡିପି ସରକାରରେ ଥିଲାବେଳେ ଏହାର ସଭାପତି ଚନ୍ଦ୍ରବାବୁ ନାଇଡୁ ଜାତୀୟ ରାଜନୀତି ଉପରେ ଆଖି ପକାଇଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶା ଉପରେ ନଜର ପକାଇଛି ଦଳ। ବିଶେଷକରି ଅବିଭକ୍ତ କୋରାପୁଟ ଓ ଗଂଜାମରେ ତେଲଗୁ ଭାଷାଭାଷୀ ଲୋକ ରହୁଥିବାରୁ ଏହି ଅଂଚଳକୁ ଦଳ ଫୋକସ୍‌ରେ ରଖିଛି। ତେଣୁ ଆନ୍ଧ୍ରର ଯେଉଁଭଳି ବିକାଶ ହୋଇଛି ସେହିକଥା କହି ଓଡ଼ିଶାର ଭୋଟରଙ୍କ ନିକଟକୁ ଦଳ ଯିବ ବୋଲି ନିଷ୍ପତ୍ତି ନେଇଛି। ଏ ସଂପର୍କରେ ଦଳର ଓଡ଼ିଶା ପର୍ଯ୍ୟବେକ୍ଷକ ରାଜେଶ ପୁତ୍ରା କହିଛନ୍ତି ଯେ, ଓଡ଼ିଶାର ଲୋକ ବିକାଶ ଚାହୁଁଛନ୍ତି। ତେଣୁ ଟିଡିପି ଓଡ଼ିଶା ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ରାଜ୍ୟ ସାରା ସର୍ଭେ କରାଯାଉଛି। ତେଲଗୁ ଭାଷାଭାଷୀ ଅଂଚଳକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଏବେ ସୁଦ୍ଧା ୫୨ଟି ବିଧାନସଭା ଓ ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳ ଲଢ଼ିବା ଚୂଡ଼ାନ୍ତ ହୋଇଛି। ବାକି ଆସନ ଗୁଡିକରେ ସର୍ଭେ ରିପୋର୍ଟ ପରେ ନିଷ୍ପତ୍ତି ନିଆଯିବ। କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର, ଆସ୍କା ସମେତ ଏକ ଉପକୂଳ ଜିଲ୍ଲାରେ ଦଳ ଲୋକସଭା ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଥିବା ରାଜେଶ କହିଛନ୍ତି। ଅବିଭକ୍ତ କୋରାପୁଟକୁ ଟିଡିପି ଅଧିକ ଫୋକସ୍‌ରେ ରଖିଥିଲାବେଳେ ଖୁବଶୀଘ୍ର ଦଳର ସଭାପତି ଏଥିନେଇ ଘୋଷଣା କରିବେ। ଏଠାରେ ଉପଯୁକ୍ତ ପ୍ରାର୍ଥୀ ଖୋଜା ଚାଲିଛି। ବିକାଶକୁ ପ୍ରାଥମିକତା ଦେଉଥିବା ସ୍ବଚ୍ଛ ଭାବମୂର୍ତ୍ତିର ଲୋକଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ସେ କହିଛନ୍ତି।
ଓଡ଼ିଶାରେ ଟିଡିପି ଲଢ଼ିବାକୁ ଘୋଷଣା କରିବା ପରେ ଏହାର ପ୍ରଭାବ କୋରାପୁଟ ରାଜନୀତିରେ ପଡ଼ିବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି। କାରଣ ଏଠାରେ ବହୁ ତେଲଗୁ ଭାଷାଭାଷୀ ଲୋକ ରହୁଛନ୍ତି। ତେଲଗୁ ଲୋକମାନେ ଟିଡିପି ଆଡ଼କୁ ଆକୃଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ନେଇ ଜିଲ୍ଲାରେ ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe