ଖଡ଼ିମାଟି ଖନନକୁ ବିରୋଧ: ଘଟଣାସ୍ଥଳରେ ଉତ୍ତେଜନା 

ଖଡ଼ିମାଟି ଖନନକୁ ବିରୋଧ: ଘଟଣାସ୍ଥଳରେ ଉତ୍ତେଜନା 

କୋରାପୁଟ: ୨ ମାଜିଷ୍ଟ୍ରେଟ୍ ଓ ୫ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତିରେ ଖଡ଼ିମାଟି ଖନନ କାର୍ଯ୍ୟ ଚାଲିଥିବାବେଳେ ଉତ୍ତେଜନା ଦେଖା ଦେଇଛି। କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକର ବିଛିନ୍ନାଞ୍ଚଳର କୁମାରଗନ୍ଧଣା ପଞ୍ଚାୟତ ଅନ୍ତର୍ଗତ ହାଟସୁକୁ ଗ୍ରାମ ନିକଟରେ ରହିଥିବା ଚିନା ମାଟି ଦୀର୍ଘ ବର୍ଷ ହେଲା ବିବାଦରେ ରହିଛି। ଏହି ଖନନକୁ ଖଡିମାଟି ସୁରକ୍ଷା କମିଟି ଏହାକୁ ବିରୋଧ କରିବା ସହ ଗତ ଦିନରେ ୪ଟି ପଞ୍ଚାୟବାସୀ ଏହି ମାଟି ଖନନକୁ ବିରୋଧ କରି ଏକ ବିଶାଳ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତକାଲି ୧୮୯.୨୨ ଏକର ବିଶିଷ୍ଟ ସରକାରୀ ଜାଗାରୁ ନନ୍ଦପୁର ଏସଡିପିଓ ସଂଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ୫ପ୍ଲାଟୁନ ପୁଲିସ ଫୋର୍ସ ଓ ୨ ମାଜିଷ୍ଟ୍ରେଟ୍ ମାଛକୁଣ୍ଡ ତହସିଲଦାର ମାନସ ରଞ୍ଜନ ପଟ୍ଟନାୟକ ଓ ନନ୍ଦପୁର ତହସିଲଦାର ନରସିଂହ ଗାଦବାଙ୍କ ଉପସ୍ଥିତିରେ ଏକ ମେସିନ ଲାଗି ମାଟି ଖନନ କାମ ଆରମ୍ଭ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି।

୨୦୧୨ରୁ ଆନ୍ଧ୍ରର ଏକ ସଂସ୍ଥା ୧୫ ବର୍ଷ ପାଇଁ ଏହି ଅଞ୍ଚଳରୁ ଖଡ଼ିମାଟି ଖନନ ପାଇଁ ଅନୁମତି ପାଇଥିଲା। ୨୦୧୬ରେ ଖନନ ବେଳେ ତୀବ୍ର ବିରୋଧ କରାଯିବାରୁ ଖନନ ହୋଇ ପାରି ନଥିଲା।ଏବେ କମ୍ପାନି ପକ୍ଷରୁ ପୁଣି ଥରେ ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହାକୁ ନେଇ କୁମାରଗନ୍ଧଣା ,ଟିକରପଡ଼ା, ଉମ୍ବେଲ ଓ ବନମାଳିପୁଟ ପଞ୍ଚାୟତବାସୀ ବିରୋଧ କରି ଆସୁଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ ମାଟି ଖନନକୁ ବିରୋଧ କରାଯାଉନାହି କିନ୍ତୁ ଯେଉଁ କମ୍ପାନି ଏହାକୁ ଲିଜ୍ ଆକାରରେ ନେଇଛି। କିନ୍ତୁ ଏଠାରେ କମ୍ପାନି ଖାଲି ପାରିପାର୍ଶିକ ଉନ୍ନତି କରିବାକୁ ଅଞ୍ଚଳବାସୀ ଦାବି କରିଆସୁଥିବା ବେଳେ ଯେଉଁ ଅଞ୍ଚଳରେ ଚିନାମାଟି ରହିଛି ସେହି ଅଞ୍ଚଳର ଯେଉଁ ଜମିରେ ରହିଛି ଏବଂ ଆଖପାଖ ଜମି ନଷ୍ଟ ହେବା ସେମାନଙ୍କର କ୍ଷତି ପୂରଣ ଓ କମ୍ପାନି ଖୋଲି ପାନୀୟ ଜଳ, ମେଡିକାଲ,ସ୍କୁଲ ସମସ୍ତ ପ୍ରକାର ଉନ୍ନୟନମୂଳକ କାମ କରିବାକୁ ଦାବି କରି ଆସୁଛନ୍ତି। ଦୀର୍ଘ ବର୍ଷ ହେଲା ଏହା ବନ୍ଦ ରହିଥିବା ବେଳେ ଅଞ୍ଚଳବାସୀ ଏହାକୁ ବିରୋଧ କରି ଆସୁଛନ୍ତି ଏଠାରୁ ଇଞ୍ଚେ ମାଟି ଦେବୁ ନାହିଁ ବୋଲି ପ୍ରତିବାଦ ଜଣାଇଛନ୍ତି। ଏହାକୁ ବିରୋଧ କରି କିଛି ଲୋକ ଜେଲ ମଧ୍ୟ ଯାଇଛନ୍ତି। ତେଣୁ ଏହା ଦୀର୍ଘ ବର୍ଷ ହେଲା ବିରୋଧ କରିବା ସହ ଏଠାରୁ ମାଟି ଖନନ କରିବାକୁ ଦେବୁ ନାହି ବୋଲି ଖଡ଼ିମାଟି ସୁରକ୍ଷା କମିଟି ବିରୋଧ କରିଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe