ଜୟପୁର: ଜାଲ ଟିଡିଆର ମାମଲାରେ ଫେରାର ମହିଳା ଗିରଫ

Advertisment

କ୍ଷୁଦ୍ର ଜଳସେଚନ ବିଭାଗ ଓ ଜୟପୁର ପୌରପାଳିକାରୁ ଉଠାଇଥିଲେ ଟଙ୍କା

କ୍ଷୁଦ୍ର ଜଳସେଚନ ବିଭାଗ ଓ ଜୟପୁର ପୌରପାଳିକାରୁ ଉଠାଇଥିଲେ ଟଙ୍କା

ଜୟପୁର: ଜାଲ ଟିଡିଆର ମାମଲାରେ ଫେରାର ମହିଳା ଗିରଫ

ଜୟପୁର: ଟାଉନ ଥାନା ଅନ୍ତର୍ଗତ ଜୟନଗର ନିବାସୀ ଗୌରାଙ୍ଗପ୍ରସାଦ ପଟ୍ଟନାୟକଙ୍କ ପତ୍ନୀ ଗୀତାଞ୍ଜଳି ନାୟକ ଜାଲ ଟିଡିଆର ମାମଲାରେ ଟାଉନ ଥାନା ପୁଲିସ ଗିରଫ କରିଛି। ଫେରାର ହେବାର ପ୍ରାୟ ଦେଢ଼ ମାସ ପରେୁ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରୁ ପୁଲିସ ମଙ୍ଗଳବାର ରାତିରେ ଗୀତାଞ୍ଜଳି ହୋଇଛନ୍ତି। ତାଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ନବରଙ୍ଗପୁର, ମାଲକାନଗିରି ଓ କେରାପୁଟ ଜିଲ୍ଲାରେ ଉନ୍ନୟନ ମୂଳକ କାମରେ ଜାଲ ଟିଡିଆର ଦେଇ ବିଲ କରିବା ନେଇ ଏମାନଙ୍କ ନାମରେ ପୂର୍ବରୁ କୋରାପୁଟ, ଜୟପୁରର ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା।

ଜାଲ ଟିଡିଆର ଦାଖଲ କରି ଏମାନେ ୩ଟି ଜିଲ୍ଲାର କ୍ଷୁଦ୍ର ଜଳ ସେଚନ ବିଭାଗରୁ ଓ ଜୟପୁର ପୌରପାଳିକା ଠାରୁ ବିଭିନ୍ନ ଉନ୍ନୟନ ମୂଳକ କାମରେ ଜାଲ ଟିଡିଆର ଦାଖଲ କରି ୬ଲକ୍ଷ ଟଙ୍କା ନେଇଥିଲେ। ଥାନାରେ ଅଭିଯୋଗ ହେବା ପରେ ଗୋପାଳ ଓ ଗୌରବ ହାଇକୋର୍ଟରୁ ଅନ୍ତରୀଣ ଜମିନରେ ଆସିଥିଲେ।

ଜୟପୁର ଟାଉନ ଥାନା ଆଇଆଇସି ପୀୟୁଷ ରଞ୍ଜନ ଛୋଟରାୟ ଓ ସଦର ଥାନା ଆଇଆଇସି ନିର୍ମଳ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ପୁଲିସ ଟିମ୍‌ ଗୀତାଞ୍ଜଳିକୁ ଗିରଫ କରିଛନ୍ତି। ଗିରଫ ବେଳେ ନିମାପଡ଼ାସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରେ ସେ ଲୁଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe