Advertisment

Drawn: ପାଣିରେ ବୁଡ଼ିଗଲେ ଜବହାର ନବୋଦୟ ବିଦ୍ୟାଳୟର ୩ ଛାତ୍ର

Advertisment

କୋରାପୁଟ ଜିଲ୍ଲାର କୋଲବ ଜଳଭଣ୍ଡାରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କୋଲାବ ଜଳଭଣ୍ଡାରେ ବୁଡି ୩ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ୩ ଜଣ ଛାତ୍ର ହେଲେ ଲିଙ୍ଗରାଜ ଖିଲୋ, ଓମ ପ୍ରକାଶ ବେହେରା ଓ ସ୍ବସ୍ଥିତ ସୁନ୍ଦର ହାଲୱା।

କୋରାପୁଟ ଜିଲ୍ଲାର କୋଲବ ଜଳଭଣ୍ଡାରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କୋଲାବ ଜଳଭଣ୍ଡାରେ ବୁଡି ୩ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ୩ ଜଣ ଛାତ୍ର ହେଲେ ଲିଙ୍ଗରାଜ ଖିଲୋ, ଓମ ପ୍ରକାଶ ବେହେରା ଓ ସ୍ବସ୍ଥିତ ସୁନ୍ଦର ହାଲୱା।

kolab

କୋରାପୁଟ (ପ୍ରଦୀପ ପାଢ଼ୀ): କୋରାପୁଟ ଜିଲ୍ଲାର କୋଲବ ଜଳଭଣ୍ଡାରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କୋଲାବ ଜଳଭଣ୍ଡାରେ ବୁଡି ୩ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ୩ ଜଣ ଛାତ୍ର ହେଲେ ଲିଙ୍ଗରାଜ ଖିଲୋ, ଓମ ପ୍ରକାଶ ବେହେରା ଓ ସ୍ବସ୍ଥିତ ସୁନ୍ଦର ହାଲୱା।

ମିଳିଥିବା ସୂଚନା ଅନୁଯାୟୀ ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ବୋର୍ଡ ପରୀକ୍ଷା ସରିଥିଲା। ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ମାଛରା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇ ନିଜ ସ୍କୁଲକୁ ଫେରିଥିଲେ। ବସ୍‌ରେ ଫେରିବା ସମୟରେ ହିଁ ପିଲାମାନେ ଖୁସିରେ ହୋଲି ଖେଳିଥିଲେ। ତେବେ ଏହି ଖୁସି ବେସି ସମୟ ରହିନଥିଲା। ନବଦୋୟ ବିଦ୍ୟାଳୟ ପଛ ପଟେ ଥିବା କୋଲାବ ଜଳଭଣ୍ଡାରେକୁ ଗାଧୋଇବା ପାଇଁ ଯାଇ ୩ ଛାତ୍ର ପାଣିରେ ବୁଡି ପ୍ରାଣ ହରାଇଥିଲେ। ମୃତକମାନେ ହେଲେ ଲିଙ୍ଗରାଜ ଖିଲୋ, ଓମ ପ୍ରକାଶ ବେହେରା  ଓ ସ୍ବସ୍ଥିତ ସୁନ୍ଦର ହାଲୱା। ଲିଙ୍ଗରାଜ ଖିଲୋ ଓ ସ୍ବସ୍ଥିତ ସୁନ୍ଦର ହାଲୱା କୋରାପୁଟ ଅଞ୍ଚଳର ହୋଇଥିବା ବେଳେ ଓମ ପ୍ରକାଶ ବେହେରା ଲକ୍ଷ୍ମୀପୁର ଅଞ୍ଚଳର ବୋଲି ଜଣାପଡିଛି।

WhatsApp Image 2026-03-07 at 18.40.10

ଆହୁରି ପଢ଼ନ୍ତୁ: Fuel Prices Hiked: ପାକିସ୍ତାନରେ ଯୁଦ୍ଧର ବଡ଼ ପ୍ରଭାବ: ହଠାତ୍ ବଢ଼ିଗଲା ତେଲ ଦର, ପେଟ୍ରୋଲ-ଡିଜେଲ୍ ପାଇଁ ହାହାକାର...

ପିଲାମାନେ ପରୀକ୍ଷା କେନ୍ଦ୍ରକୁ ଫେରିବା ପରେ ନୀଳଗିରି ହାଉସର ୮ ଗୋଟି ପିଲା କୋଲାବ ଜଳଭଣ୍ଡାରକୁ ଗାଧୋଇବା ପାଇଁ ଯାଇଥିଲେ। ସେଥି ମଧ୍ୟରୁ ଏହି ୩ ଜଣ ଛାତ୍ର ପାଣିରେ ବୁଡିଯାଇଥିଲେ। ଖବର ପାଇଁ ସ୍କୁଲର କର୍ମଚାରୀମାନେ ପିଲାମାନଙ୍କୁ ପାଣିରୁ ଉଦ୍ଧାର କରି କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସମସ୍ତ ୩ ଜଣ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପିଲାଙ୍କ ପରୀକ୍ଷା ସରିବା ପରେ ପିଲାଙ୍କୁ ନେବା ପାଇଁ ଅଭିଭାବକ ମାନଙ୍କୁ କୁହାଯାଇଥିଲା ବୋଲି ଗଣମାଧ୍ୟମକୁ ଅଧ୍ୟକ୍ଷା କହିଛନ୍ତି। ତେବେ ପିଲାଙ୍କ ସୁରକ୍ଷା ନେଇ ଏଠି ପ୍ରଶ୍ନ ଉଠୁଛି। କାରଣ ଅଭିଭାବକମାନେ ସେମାନଙ୍କ ଛୁଆଙ୍କୁ ସ୍କୁଲ ଭରସାରେ ଛାଡ଼ି ନିଶ୍ଚିନ୍ତରେ ରହୁଥିବା ବେଳେ ଏଭଳି ଦୁର୍ଘଟଣାକୁ ଅଭିଭାବକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe