କୋରାପୁଟ: ଅଜଣା ରୋଗରେ ପୁଣି ୩ ଆକ୍ରାନ୍ତ, ଜିଲ୍ଲା ସଦର ହସ୍ପିଟାଲକୁ ସ୍ତାନାନ୍ତର

Advertisment
କୋରାପୁଟ: ଅଜଣା ରୋଗରେ ପୁଣି ୩ ଆକ୍ରାନ୍ତ, ଜିଲ୍ଲା ସଦର ହସ୍ପିଟାଲକୁ ସ୍ତାନାନ୍ତର

ଲକ୍ଷ୍ମୀପୁର: କୁଟିଙ୍ଗା ଗାଁରେ ଚଳିତ ସପ୍ତାହରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ତିନିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମବାର ଲକ୍ଷ୍ମୀପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲୋ ମଙ୍ଗଳବାର ମଧ୍ୟ ଗାଁରେ ଏକ ଡାକ୍ତରୀ ଟିମ୍‌ ପହଞ୍ଚି ଅନେକ ରୋଗୀ ଙ୍କୁ ଚିକିତ୍ସା କରିଥିବା ବେଳେ ଅତ୍ୟାଧିକ ଚିକିତ୍ସା ସହ ରକ୍ତ ନମୂନା ସଂଗ୍ରହ ପାଇଁ ଲକ୍ଷ୍ମୀପୁରକୁ ଡାକ୍ତରୀ ଟିମ୍‌ ପଠାଇଥିଲାା ଅଜଣା ରୋଗରେ ଆକ୍ରାନ୍ତ ଥିବା ଡେର୍କୁ ମିଣିଆକା(୭୦), ସୁରେନ୍ଦ୍ର ହିକକା(୩୦) ଓ ସଲମେ ମିଣିଆକା(୬୦)କୁ ଲକ୍ଷ୍ମୀପୁର ରେ ଚିକିତ୍ସା କରାଯିବା ପରେ ସେମାନଙ୍କୁ ଆନ୍ଥରାକ୍ସ ସନ୍ଦେହ କରାଯାଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତର କବିତା ସ୍ୱାଇଁ ପ୍ରକାଶ କରିଛନ୍ତିା

publive-image

ଲକ୍ଷ୍ମୀପୁର ଡାକ୍ତରଖାନାରେ ସୋମବାର ଭର୍ତ୍ତି ହୋଇଥିବା ୪ ଜଣ ଆଦିବାସି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, କିନ୍ତୁ ସଚେତନତାର ଅଭାବ ଏତେ ପରିମାଣରେ ସେମାନଙ୍କ ପାଖରେ ରହିଛି ଯେ ସଂପୂର୍ଣ୍ଣ ଭାବେ ଚିକିତ୍ସା ସମାପ୍ତ ମଧ୍ୟ ହୋଇନଥିବା ସତ୍ୱେ ସେମାନେ ଛୁପି କି ଡାକ୍ତରଖାନାରୁ ଚାଲି ଯାଇଥିବା ଡାକ୍ତରଖାନା ତରଫରୁ ପ୍ରକାଶ କରାଯାଇଛିା ପୁଣି ସେମାନଙ୍କୁ ଡାକ୍ତରଖାନା ଫେରାଇଅଣାଯିବା ସକାଶେ ଡାକ୍ତରଖାନା କର୍ମଚାରୀ କୁଟିଙ୍ଗା ପହଞ୍ଚିଥିଲେ ମଧ୍ୟ ସେମାନେ ଜଙ୍ଗଲରେ ଚାଲିଯାଇଥିବା ଖବର ପାଇ ନିରାଶ ହୋଇ ଫେରିଆସିଛନ୍ତିା

ଯେଉଁମାନେ ଚିକିତ୍ସା ଅଧାରୁ ଚାଲିଯାଇଛନ୍ତି ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଆନ୍ଥରାକ୍ସ ସନ୍ଦେହ କରାଯାଉଥିବା ବେଳେ ସେମାନେ ଯଦି ସଂପୂର୍ଣ୍ଣ ଚିକିତ୍ସା ନହୁଅନ୍ତିି ତାହେଲେ ପରିବାରର ଅନ୍ୟ ସଦସ୍ୟକୁ ବ୍ୟପିବାର ଆଶଙ୍କା କରାଯାଇଛିା ପଶୁସଂପଦ ବିଭାଗ ତରଫରୁ ଗାଁର ଶତାଧିକ ଗୃହପାଳିତ ପଶୁକୁ ଟିକାକରଣ କରାଯାଇଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe