କୋରାପୁଟ: ଦଶମନ୍ତପୁର ବ୍ଲକ ଯୋଗାଣ ନିରୀକ୍ଷକ ମମତା ବେହେରା ଗତ ୨୩ତାରିଖ ରାତିରେ ଲାଞ୍ଚ ନେଇ ଭିଜିଲାନସ୍ ହାତରେ ଧରାପଡ଼ିଥିଲେ। ରସାୟନ ବୋଳା ୭ହଜାର ଟଙ୍କାର ନୋଟ୍‌ ତାଙ୍କ ନିକଟରୁ ଜବତ ହୋଇଥିଲା। ଏହାପରେ ଜୟପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚୁରା କରାଯାଇଛି। ଗତକାଲି ରାତିରେ  ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ କୋର୍ଟକୁ ଚାଳାଣ କରାଯାଇଥିଲା। ତାଙ୍କୁ ଆସନ୍ତା ୭ତାରିଖ ଯାଏଁ ବିଚାରବିଭାଗୀୟ ହାଜତ ସ୍ବତନ୍ତ୍ର କାରାଗାର ଜୟପୁରରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ସ୍ବତନ୍ତ୍ର ପିପି ଶଶିଧର ପଟ୍ଟନାୟକ।

Advertisment

ଏହି ଖବର ପଢ଼ନ୍ତୁ: ଓଡ଼ିଶା ପାଇଁ ୪୫୫ କୋଟି ଟଙ୍କା ଅନୁଦାନ ଜାରି କଲା କେନ୍ଦ୍ର 

ଦଶମନ୍ତପୁର ବ୍ଲକରେ ଚୁକ୍ତିଭିତ୍ତିରେ ପାତ୍ର ଟାକ୍ରୀ ଯୋଗାଣ ସହାୟକ  ଭାବେ କାମ କରୁଛନ୍ତି। ସେ ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ଉଠାଉଥିବା ଚାଉଳ ଆଦିର ବିନିଯୋଗ ପ୍ରମାଣପତ୍ର  ଯୋଗାଣ ନିରୀକ୍ଷକ ଦିଅନ୍ତି। ଏହା ଦେବା ପରେ ହିଁ ତାଙ୍କ ଦରମା ମିଳିଥାଏ। ଏହି ପ୍ରମାଣପତ୍ର ଦେବା ପାଇଁ ଯୋଗାଣ ନିରୀକ୍ଷକ ମମତା ବେହେରାଙ୍କ ସହ ଯୋ‌ଗଯୋଗ କରିଥିଲେ।

ତେବେ ଏହି ପ୍ରମାଣପତ୍ର ତାଙ୍କୁ ଦେବା ପାଇଁ ୭ହଜାର ଟଙ୍କା ଲାଂଚ  ଦେବାକୁ ‌ପାତ୍ର ଟାକ୍ରୀଙ୍କୁ କହିଥିଲେ ଯୋଗାଣ ନିରୀକ୍ଷକ। ପାତ୍ର ଟାକ୍ରୀ ଭିଜିଲାନସ୍ ଏସପିଙ୍କ ଦ୍ବାରସ୍ଥ ହୋଇ ଉପରୋକ୍ତ ସମସ୍ତ ଘଟଣା ଜଣାଇଥିଲେ। ଭିଜିଲାନସ୍ ପକ୍ଷରୁ ରଂଗବୋଲା ୭ହଜାର ଟଙ୍କା ପାତ୍ରକୁ  ଲାଂଚ ଆକାରରେଦେବା ପାଇଁ ଭିଜିଲାନସ୍ ପକ୍ଷରୁ ଦିଆଯାଇଥିଲା। ଆଜି ସଂଧ୍ୟା ସାଢ଼େ ୭ଟା ବେଳେ ଯୋଗାଣ ନିରୀକ୍ଷକ ଜଣକ ଏହି ଟଙ୍କା କୋରାପୁଟ ଆରଡି କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ପାତ୍ରଙ୍କ ଠାରୁ ନେଉଥିଲେ। ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ତୁରନ୍ତ ତାଙ୍କୁ ଧରିଥିଲେ।

ଏହି ଖବର ପଢ଼ନ୍ତୁ: ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ

ରାସ୍ତା ଉପରେ ହିଁ ହାତ ଧୋଇବାରେ ହାତ ରଙ୍ଗ ହୋଇଥିଲା। ଏହା ପରେ ଭିଜିଲାନ୍ସର  ଟିମ୍ ପୁଜାରୀପୁଟ ଭଡାଘର , ବ୍ରହ୍ମପୁର ଆଙ୍କୁଲି ଶ୍ରୀହରି ନଗରରେ ଥିବା ବାସଭବନ, ଓଦଶମନ୍ତପୁର କାର୍ଯ୍ୟାଳୟ ରୁମରେ ଚଢ଼ାଉ ଜାରୀ କରିଥିଲେ। ବ୍ରହ୍ମପୁର ଆଙ୍କୁଲି ଶ୍ରୀହରି ନଗର ବାସଭବନର ଚାବି ବିଳମ୍ବରେ ଭିଜିଲାନସକୁ ମିଳିଥିଲା। ତେବେ ପ୍ରାରମ୍ଭିକ ଯାଂଚ ବେଳେ ବ୍ରହ୍ମପୁରରେ ଏହି କୋଠା ସହ ଏମଆଇଙ୍କ ନାଁରେ ୩ଟି ମୂଲ୍ୟବାନ ଜମି ପ୍ଲଟ ରହିଥିବା ସୂଚନା ମିଳିଛି। ତିନୋଟି ପ୍ଲଟର ଦାମ ୩୦ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଭିଜିଲାନସ୍ ପ୍ରାରମ୍ଭିକ ଆକଳନ କରିଛି। ସେହିପରି ଶ୍ରୀହରି ନଗରର କୋଠା ସହ ଅନ୍ୟାନ୍ୟ କାଗଜପତ୍ର, ବ୍ୟାଙ୍କ ଜମା ଆଦିର ଯାଂଚ କରାଯିବ।  

ଏହି ଖବର ପଢ଼ନ୍ତୁ: ପ୍ରତିଶୋଧ ତ ନେବୁ, ପାକିସ୍ତାନର ଏୟାରଷ୍ଟ୍ରାଇକ ନେଇ ଏମିତି କହିଲା ତାଲିବାନ

ଆଜି ବ୍ୟାଙ୍କ ଆଦି ଛୁଟି ରହିଥିବାରୁ ଏବଂ ଯାଂଚ ଶେଷ ହୋଇ ନଥିବାରୁ ଆଉ କଣ କଣ ମିଳି ପା‌ରେ ବୋଲି ଭିଜିଲାନସ୍ ପକ୍ଷରୁ ସୂଚନା ମିଳିଛି। ୨୦୧୫ମସିହାରେ ସେ ଚାକିରୀ ପାଇଥିବା ବେଳେ ଏହି ୯ବର୍ଷ ମଧ୍ୟରେ ‌ସେ କେତେ ପ୍ରତିଶତ ଟଙ୍କା କମାଇଛନ୍ତି ତାହାର ଆକଳନ ଜାରୀ ରହିଥିବା ଭିଜିଲାନସ୍ ପକ୍ଷରୁ ସୂଚନା ମିଳିଛି।

ଏହି ଖବର ପଢ଼ନ୍ତୁ: ବର୍ଷାରେ ଫସଲହାନୀ ହୋଇଥିଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବ: ମନ୍ତ୍ରୀ