Advertisment

Dead: ଅଜଣା ରୋଗରେ ତିନି ଦିନରେ ୩ ମହିଳାଙ୍କ ମୃତ୍ୟୁ

Advertisment

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତ ବଡ ବାଙ୍କୀଡି ଗ୍ରାମରେ ଅଜଣା ରୋଗରେ ତିନି ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଜିଲ୍ଲା ପରିଷଦ ୨ ମାଝୀ ହିମିରୀକାଙ୍କ ସୂଚନା ଅନୁଯାୟୀ ୩ଦିନ ଭିତରେ ୩ଜଣଙ୍କର ମୃତ୍ୟୁ ଘଟିଛି।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତ ବଡ ବାଙ୍କୀଡି ଗ୍ରାମରେ ଅଜଣା ରୋଗରେ ତିନି ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଜିଲ୍ଲା ପରିଷଦ ୨ ମାଝୀ ହିମିରୀକାଙ୍କ ସୂଚନା ଅନୁଯାୟୀ ୩ଦିନ ଭିତରେ ୩ଜଣଙ୍କର ମୃତ୍ୟୁ ଘଟିଛି।

Dead

Photograph: (sambad.in)

ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତ ବଡ ବାଙ୍କୀଡି ଗ୍ରାମରେ ଅଜଣା ରୋଗରେ ତିନି ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଜିଲ୍ଲା ପରିଷଦ ୨ ମାଝୀ ହିମିରୀକାଙ୍କ ସୂଚନା ଅନୁଯାୟୀ ତାଙ୍କ ଗ୍ରାମର ନାର୍ଷାମା ହିମିରିକା (୬୦) ରବିବାର, ସୋନାଇ କୁଟ୍ରୁକା (୫୫) ସୋମବାର ଓ ନୁକିଆମା ହିମିରିକା (୫୦) ମଙ୍ଗଳବାର ଦିନ ନିଜ ଘରେ ମୃତ୍ୟୁ ହୋଇଯାଇଛି।

ସୂଚନା ଅନୁଯାୟୀ ମୃତ ତିନି ଜଣ ମହିଳା ଜ୍ଵର, କାଶ ରୋଗରେ ପୀଡିତ ଥିବା ବେଳେ ଜଣେ ଟିବି ରୋଗରେ ପୀଡିତ ଥିଲେ। ତିନି ଜଣ ରୋଗୀ ଆଲମଣ୍ଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଯାଇ ଡ଼ାକ୍ତର ଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇ ସାମାନ୍ୟ ସୁସ୍ଥ ଥିଲେ। ଏହି ତିନି ଜଣଙ୍କ ମୃତ୍ୟୁ କୁ ନେଇ ଗାଁ ରେ କେଉଁ କାରଣରୁ ହୋଇଛି ତାହା ଲୋକଙ୍କ ଭିତରେ କକୁଆ ଭୟ ସୃଷ୍ଟି ହୋଇଛି। ଗ୍ରାମର ୱାର୍ଡ ମେମ୍ବର କମାନା ହିମିରିକା, ବୋଜି କଣ୍ଡାଗରି, ସିତାନା ହିମିରିକା ଓ ଜିଲ୍ଲା ପରିଷଦ ୨ ତିନି ଜଣଙ୍କ ମୃତ୍ୟୁ ହୋଇଥିବାରୁ ଗାଁରେ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ସହିତ କାରଣ ଅନୁସନ୍ଧାନ କରିବା ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe