ହତ୍ୟା ଘଟଣାରେ ତିନି ଯୁବକ କୋର୍ଟ ଚାଲାଣ

Advertisment
ହତ୍ୟା ଘଟଣାରେ ତିନି ଯୁବକ କୋର୍ଟ ଚାଲାଣ

କଲ୍ୟାଣସିଂହପୁର: କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ତଳଅଞ୍ଚଳବାଡି ଗ୍ରାମର ଜଣେ ଯୁବକକୁ ହତ୍ୟା ଘଟଣାରେ ଆଜି ପୁଲିସ ସେହି ଗାଁର ତିନିଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଗତବର୍ଷ ନଭେମ୍ବର ୫ ତାରିଖରେ ତଳଅଞ୍ଚଳବାଡି ଗ୍ରାମର ଯୁବକମାନେ ଲକ୍ଷ୍ମୀପୂଜା ଦେଖିବା ପାଇଁ ସେରିଗୁମ୍ମା ଆସୁଥିଲେ। ତେବେ ସେଠାରୁ ଫେରିବା ସମୟରେ ପୂର୍ବ ଶତ୍ରୁତାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ଘଟଣା ସ୍ଥଳରେ ନାଙ୍ଗାରି ମିଣିଆକାକୁ ମୁଣ୍ଡରେ ପଥର ଛେଚି ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇ ସେଠାରୁ ଫେରାର ହୋଇଯାଇଥିଲେ।

ଏସଂପର୍କରେ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ରାୟଗଡାରୁ ସାଇଣ୍ଟିଫିକ ଟିମ୍‌ ଆସି ତଦନ୍ତ କରି ଏକ ହତ୍ୟା ମାମଲା ରୁଜ କରାଯାଇଥିଲେବି ଆସାମୀଙ୍କୁ ଗିରଫ କରିବାରେ ସମର୍ଥ ହୋଇନଥିଲା ପୁଲିସ। ଗ୍ରାମର ଦେବେନ୍ଦ୍ର ମିଣିଆକାଙ୍କ ସୂଚନାକ୍ରମେ ଆଜି ଥାନା ଅଧିକାରୀ କପିଳେଶ୍ୱର ବେହେରା ଗ୍ରାମକୁ ଯାଇ ତିନି ଜଣ ଯୁବକ ମକର ମିଣିଆକା, ନୀଳକଣ୍ଠ ମାଣ୍ଡିକା, ହରିଶଙ୍କର ମିଣିଆକାକୁ ଥାନାକୁ ଆଣିଥିଲେ। ଥାନାରେ ପଚରା ଉଚୁରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe