ଓଡ଼ିଶା- ଆନ୍ଧ୍ର ସୀମାରେ ମହାବଳ ବାଘ ଆତଙ୍କ

Advertisment
ଓଡ଼ିଶା- ଆନ୍ଧ୍ର ସୀମାରେ ମହାବଳ ବାଘ ଆତଙ୍କ

କୋରାପୁଟ: ଭାରତବର୍ଷକୁ  ଆଠଟି ଚିତା ବାଘ ଆସିଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର ଫାଟୁସିନେରୀ, ହରମାଣ୍ଡିଙ୍ଗି ଓ ଫଗୁଣଶିନେରି ନିକଟ ଆନ୍ଧ୍ର ପ୍ରଦେଶର ସୀମା ମଧ୍ୟରେ ଗତ କିଛିଦିନ ଧରି ଗୋଟିଏ ମହାବଳ ବାଘ ଆତଙ୍କ ଖେଳାଇଚାଲିଛି। ଆନ୍ଧ୍ର ସରକାରଙ୍କ ବନ ବିଭାଗର ଅଧିକାରୀ ଏହି ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ବୁଲି ଏ ପର୍ଯ୍ୟନ୍ତ ବାଘର ଆକ୍ରମଣରେ ମୃତ୍ୟୁବରଣ କରିଥିବା ଦୁଇଟି ଗାଈର ମରଶରୀର ପାଇଥିବା ବେଳେ ଗୋଟିଏ ବାଛୁରୀ ଆହତ ହୋଇଥିବା ଜାଣିବାକୁ ପାଇଛନ୍ତି।  ଆନ୍ଧ୍ର ବନବିଭାଗ ଅଧିକାରୀ ଏହି ବାଘର ପଞ୍ଝାର ଚିହ୍ନକୁ ପରଖି ଏହା ୧୨ ସେଣ୍ଟିମିଟର୍ ବୋଲି ଜାଣିବାକୁ ପାଇଛନ୍ତି।

publive-image

ତେବେ ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ପ୍ରଦେଶର ପାହାଡ଼ରେ ମହାବଳ ବାଘ ତାଣ୍ଡବ ଲୀଳା ସୃଷ୍ଟି କରିଥିବା ବେଳେ ଆନ୍ଧ୍ରପ୍ରଦେଶର ନନ୍ଦା ହାଟ ଅଞ୍ଚଳ ସୀମାରେ ଥିବା କୋଟିଆ ପଞ୍ଚାୟତର ଗ୍ରାମଗୁଡିକରେ ଓଡ଼ିଶା ବନ ବିଭାଗ ଏ ସଂକ୍ରାନ୍ତରେ ସକ୍ରିୟ ହୋଇନଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଖେଳିଥିବା ଅଭିଯୋଗ ହୋଇଛି। ତୁରନ୍ତ ଓଡ଼ିଶା ବନ ବିଭାଗ ମଧ୍ୟ ବାଘର ସମ୍ଭାବ୍ୟ ପ୍ରବେଶ ଉପରେ ନଜର ରଖି ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe