ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦୁଇଦିନିଆ ‌କୋରାପୁଟ ଗସ୍ତ

Advertisment
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦୁଇଦିନିଆ ‌କୋରାପୁଟ ଗସ୍ତ

ଜୟପୁର: ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି। ଆଜି ଓ ଆସନ୍ତା କାଲି କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ‌େ ଯୋଗଦେବେ। ରାଜ୍ୟପାଳଙ୍କ ଦିଗଦର୍ଶନ ଓ ରାଜ୍ୟ ସରକାରଙ୍କ ସହଯୋଗିତାରେ ‘ସମ୍ବାଦ’ ଖବରକାଗଜ ଦ୍ବାରା ଜୟପୁର ସ୍ଥିତ ଅରବିନ୍ଦନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ସେ ଯୋଗଦେବେ। ସେଠାରେ ପ୍ରତିଯୋଗିତୀ ଛାତ୍ରଛାତ୍ରୀଙ୍କ ଭେଟିବେ।

ଏଥିସହ ଆଜି କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆୟୋଜିତ ଜାତୀୟସ୍ତରୀୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବ‌େ ଯୋଗ ଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହାପରେ ସେ ସେମଳିଗୁଡା ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ‌େ ଯୋଗ ଦେବେ। ଆସନ୍ତାକାଲି କୁନ୍ଦୁରା ବ୍ଲକ ଅନ୍ତର୍ଗତ ବୁଦାଗୁଡା ଗ୍ରାମରେ ଦୁରୁଆ ଆଦିବାସୀ ମହିଳା ମହାସଂଘ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ଯୋଗ ଦେବେ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା କରିବେ। ଏହାପରେ ସେ ଜୟପୁରଠାରେ ଅନୁଷ୍ଠିତ ପରୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe