ଜେନେରାଲ ବିପିନ ରାୱତ ଓ ୧୨ଜଣଙ୍କୁ ଏନସିସି ଆଲୁମିନି ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଜେନେରାଲ ବିପିନ ରାୱତ ଓ ୧୨ଜଣଙ୍କୁ ଏନସିସି ଆଲୁମିନି ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଜୟପୁର: ଗତକାଲି ହେଲିକପ୍ଟର ଦୁର୍ଘଟଣାରେ ‘ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍’ ବିପିନ ରାୱତ୍ ଏବଂ ଅନ୍ୟ ୧୨ଜଣଙ୍କର ତାମିଲନାଡୁର କୁନ୍ନୁରଠାରେ ମୃତ୍ୟୁ ହୋଇଥିଲା। ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏନସିସି ଆଲୁମିନି ପକ୍ଷରୁ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଦିବଂଗତ ଜେନେରାଲ, ଓଡିଶାର ରାଣା ପ୍ରତାପ ଦାଶଙ୍କ ସହ ଅନ୍ୟ ମୃତକଙ୍କ ସ୍ମୃତିଚାରଣ କରିବା ସହ ଫଟୋଚିତ୍ର ନିକଟରେ ମହମବତୀ ଜାଳି ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା।

ସୈନ୍ୟ କେବେ ବି ମରେ ନାହିଁ। ତାହାର ଆତ୍ମା ସବୁ ବେଳେ ଦେଶ ପାଇଁ କାମ କରି ଚାଲେ। ଦେଶର ସୁରକ୍ଷା ପାଇଁ ସୀମାରେ ଯବାନମାନେ ସେଭଳି କାମ କରି ଆସୁଛନ୍ତି ବୋଲି କହିଥିଲେ କମାଣ୍ଡିଂ ଅଫିସର-୧ (ଓ) ଏନସିସି ଲେପଟନେଣ୍ଟ କଣ୍ଣେଲ ନବୀନ ପରାଶର।

publive-image

କଲେଜର ଅଧ୍ୟକ୍ଷ ଡ. ଗୋପାଳ ହାଲଦାର , ସିଟିଓ ଏନସିସି ସାଣ୍ଟୋଶି ମୁଣ୍ଡା, ଏନସିସି ଆଲୁମିନି ଦୀପକ ଷଡ଼ଙ୍ଗୀ, ଦେବେନ୍ଦ୍ର ବାହିନୀପତି, ନିଶାନ ପଟ୍ଟନାୟକ, ମୁନ୍ନା ମହାପାତ୍ର, ରଂଜନ ମିଶ୍ର, କଲ୍ୟାଣ ସିଂ, ଦୁର୍ଗା ଚରଣ ସାହୁ , କୃଷ୍ଣ କେଶବ ଷଡ଼ଙ୍ଗୀ, ଶାନ୍ତୁନୁ ସାହୁ, ସୌର୍ୟ୍ୟକାନ୍ତ ଆଦି ଭାଗ ନେଇ ମୃତକଙ୍କ ଅବଦାନକୁ ସ୍ମରଣ କରିଥିଲେ । ଏଥିରେ କଲେଜରେ କ୍ୟାଡେଟ୍ ଓ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe