ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୩ଆହତ ,ଦୁଇ ଗୁରୁତର

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୩ଆହତ ,ଦୁଇ ଗୁରୁତର

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ନିକଟସ୍ଥ କୋଟରାକଣା ଗ୍ରାମ ଛକ ନିକଟରେ ସୋମବାର ଦୁଇଟି ବାଇକ୍‌ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ୩ ଜଣ ଆହତ ହୋଇଛନ୍ତିା ଆହତଙ୍କୁ ସଙ୍ଗେ ସଙ୍ଗେ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତ ମାନଙ୍କ ମଧ୍ୟରୁ ମୁନା ଟାକ୍ରୀ ଓ ଦାଶ ମାଣ୍ଡିଙ୍ଗା ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଛିା ଅନ୍ୟ ଜଣେ ଆହତ ସୁଲୁ ମାଣ୍ଡିଙ୍ଗା ଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ହିଁ ଚିକିତ୍ସିତ କରାଯାଉଛିା

ସୂଚନା ମୁତାବକ, ମୁନା ଟାକ୍ରୀ ନାମକ ଯୁବକ ଆଜି ବିଜେଡିର ୱାର୍ଡ କମିଟି ବୈଠକରେ କର୍ମୀ ଭାବେ ଯୋଗଦେଇ କୌଣସି କାର୍ଯ୍ୟ ସକାଶେ ସାଂସଦଙ୍କ ପ୍ରତିନିଧି ହିମାଂଶୁ ଭରଦ୍ୱାଜଙ୍କ ସ୍କୁଟିରେ ଲକ୍ଷ୍ମୀପୁର ବଜାରକୁ ଆସି ବୈଠକ ସ୍ଥଳକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଭିତରଗୁଡା ଗାଁର ସୁଲୁମାଣ୍ଡିଙ୍ଗାଙ୍କ ମୋଟର ସାଇକେଲ୍‌ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାର ଖବର ପାଇବା ପରେ ବିଜେଡିକର୍ମୀମାନେ ଡାକ୍ତରଖାନାରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରାଇବା ପରେ କୋରାପୁଟ ନେବାକୁ ବ୍ୟବସ୍ଥା କରିଥିଲୋ ୧୦୮ ଆମ୍ବୁଲାନ୍‌ସ ଯୋଗେ ସେମାନଙ୍କୁ କୋରାପୁଟ ପଠାଇଥିଲୋ ଲକ୍ଷ୍ମୀପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍କୁଟି ସମେତ ମୋଟର ସାଇକେଲ୍‌କୁ ଯବତ କରି ଥାନାରେ ଆଣି ପହଞ୍ଚାଇଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe