ଜୟପୁର: ୨ ନକଲି ନକ୍ସଲ ଗିରଫ, ବାଇକ-ମୋବାଇଲ ଜବତ

Advertisment
ଜୟପୁର: ୨ ନକଲି ନକ୍ସଲ ଗିରଫ, ବାଇକ-ମୋବାଇଲ ଜବତ

ଜୟପୁର: ମାଓବାଦୀ ପରିଚୟ ଦେଇ ୧୦ ଲକ୍ଷ ଟଙ୍କା ଚାନ୍ଦା ଦାବି କରିଥିବା ୨ଜଣ ନକଲି ନକ୍ସଲକୁ ଜୟପୁର ସଦର ଥାନା ପୁଲିସ ଗିରଫ କରିଛି। ପୁଲିସ ସେମାନଙ୍କ ଠାରୁ ଗୋଟିଏ ବାଇକ, ୨ ଟି ମୋବାଇଲ ଓ ୨ ଟି ମୋବାଇଲ ସିମ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ ଏକ ଘରୋଇ କଲେଜରେ ସିଭିଲ ଟ୍ରେଡ ଅଧ୍ୟାପକ ସନ୍ତୋଷ କୁମାର ସ୍ୱାଇଁ ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଅମୀର କୁମାର ବେହେରାଙ୍କୁ ପୁଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ସନ୍ତୋଷ ଓ ଅମୀର ମାଲକାନଗିରି ମାଓ ସଂଗଠନର ସଦସ୍ୟ କହି ୨୦୧୭ ଡିସେମ୍ବର ୨୨ରେ ସ୍ଥାନୀୟ ଏକ ଘରୋଇ କଲେଜର ବସ ଗୁଡ଼ିକୁ ପରିଚାଳନା କରୁଥିବା ସୀମାଂଚଳ ନାୟକଙ୍କୁ ଫୋନ୍‌ କରି ୧୦ ଲକ୍ଷ ଟଙ୍କା ମାଗିଥିଲେ। ଏହି ଟଙ୍କାକୁ ୨୦୧୭ ଡିସେମ୍ବର ୨୫ ପୂର୍ବରୁ ଦେବାକୁ କହିଥିଲେ। ଏ ନେଇ ସୀମାଂଚଳଙ୍କ ଦ୍ୱାରା ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତି କରି ପୁଲିସ ଆଜି ସନ୍ତୋଷ ଓ ଅମୀରକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe