Young man dead in stone attack in Dhenkanal. Photograph: (sambad)
ଲକ୍ଷ୍ମୀପୁର (ପରମେଶ୍ବର ସାହୁ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କେନ୍ଦୁପାଇ ଗାଁ ପାହାଡ଼ ଉପରେ ବନ୍ୟ ଜନ୍ତୁ ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଜଣ ଯୁବକ ଜଳି ଯାଇଛନ୍ତି। ମୃତକମାନେ ହେଲେ ଗାହେଲା ମାଣ୍ଡିଙ୍ଗା ଓ କୁମର ମିଣିଆକା। ବିଗତ ୧୫ ଦିନରେ ଏହି ଅଞ୍ଚଳରେ ମୋଟ ୩ଜଣଙ୍କର ମୃତ୍ୟୁ ଘଟିଛି।
ବନ୍ୟଜନ୍ତୁ ଶିକାର ପାଇଁ ଫାଶ
ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ୧୧ କେଭି ବିଦ୍ୟୁତ ତାରରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ହିଁ ଅତ୍ୟାଧୁନିକ ପ୍ରଣାଳୀରେ ଫାଶ ଲଗାଇଥିବା କେନ୍ଦୁପାଇ ଗ୍ରାମବାସୀ କହିଛନ୍ତି। ବିଦ୍ୟୁତ ଫାଶରେ ବାର୍ହା, ହରିଣ, କୁଟୁରା ଭଳି ଅନେକ ବନ୍ୟଜନ୍ତୁଙ୍କ ଶିକାର କରାଯାଉଥିବା ବେଳେ ୧୫ ଦିନ ଭିତରେ ତିନି ଜଣ ଯୁବକଙ୍କ ର ମୃତ୍ୟୁ ଘଟିଛି। ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ରେ ସ୍ଥାନୀୟ ଲୋକମାନେ ହିଁ ବନ୍ୟଜନ୍ତୁ ଶିକାର ସକାଶେ ବିଦ୍ୟୁତ ଖୁଣ୍ଟରୁ ଅନେକ କୌଶଳରେ ଫାଶ ଲଗାଇଥାନ୍ତି। ଗତକାଲି ବନ୍ୟଜନ୍ତୁ ଶିକାର ଉଦେଶ୍ୟରେ ଯେଉଁ ଫାଶ ଲଗାଯାଇଥିଲା, ସେଥିରେ ପଡ଼ି କେନ୍ଦୁପାଇ ଗାଁର ଗାହେଲା ମାଣ୍ଡିଙ୍ଗା ଓ ପିପଳପଦାର ଗାଁର କୁମର ମିଣିଆକାଙ୍କ ମୃତ୍ୟୁ ଘଟିଛି।
ଯୁବକଙ୍କ ମୃତ୍ୟୁ ନେଇ ସନ୍ଦେହ
ସ୍ଥାନୀୟ ଲୋକମାନଙ୍କର କହିବା ଅନୁସାରେ ଗୁରୁବାର ସନ୍ଧ୍ୟାରେ ଗାହେଲା ଓ କୁମର ସେମାନଙ୍କ ଗାଈ ଆଣିବାକୁ ପାହାଡ଼ ଉପରକୁ ଯାଇଥିଲେ। ଶୁକ୍ରବାର ସକାଳ ପର୍ଯ୍ୟନ୍ତ ସେମାନେ ନଫେରିବାରୁ ପରିବାର ଲୋକେ ଜଙ୍ଗଲରେ ଖୋଜାଖୋଜି କରିଥିଲେ। ପରିବାର ଲୋକେ ବିଦ୍ୟୁତ ତାରରେ ଫାଶ ଲାଗିଥିବା ସ୍ଥାନରୁ ପ୍ରାୟ ଅନେକ ଦୂରରେ ଏକ ଗୁମ୍ଫା ଭଳି ସ୍ଥାନରେ ସମ୍ପୂର୍ଣ ପୋଡ଼ିଯାଇଥିବା ଦୁଇଟି ଶବକୁ ଦେଖି ସେମାନଙ୍କ ଲୋକ ବୋଲି ଚି଼ହ୍ନଟ କରିଥିଲେ। ପରେ ଗ୍ରାମବାସୀଙ୍କୁ କହିବା ପରେ ପୁଲିସକୁ ଅବଗତ କରାଯାଇଥିଲା। ସମ୍ପର୍କୀୟମାନେ ବର୍ତ୍ତମାନ ସନ୍ଦେହ କରୁଛନ୍ତି କି ଗାହେଲା ଓ କୁମର ଫାଶରେ ଲାଗିଥିବା ବିଦ୍ୟୁତ ସଂସ୍ପର୍ଶରେ ଆସିବା ପରେ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ଯୁବକ ଦୁଇଜଣ ମରିପଡ଼ିଥିବା ଦେଖି ଶବକୁ ଛୁପାଇବାକୁ ଚେଷ୍ଟା କରି ଅନ୍ୟମାନେ ପ୍ରାୟ ଅଧା କିଲୋମିଟର ଦୂରରେ ଫୋଫାଡ଼ି ଚାଲି ଯାଇଥିବା ଗାଁ ଲୋକେ ଅନୁମାନ କରି କହିଛନ୍ତି।
ଆହୁରି ପଢ଼ନ୍ତୁ: Maoists Surrender: ଆତ୍ମସମର୍ପଣ ପାଇଁ ଉଦନ୍ତି ଏରିଆ କମିଟିର ୭ ମାଓବାଦୀଙ୍କ ପ୍ରସ୍ତୁତି
ଆସନ୍ତାକାଲି ଶବ ବ୍ୟବଚ୍ଛେଦ
ଶୁକ୍ରବାର ସନ୍ଧ୍ୟାରେ ଆଇଆଇସି ସୁଜ୍ଞାନୀ ସାହୁ, ପୁଲିସ ଟିମ ଓ ସାଇଣ୍ଟିଫିକ ଟିମ ସହ ପହଞ୍ଚିଛନ୍ତି। ଅତି କଷ୍ଟରେ ପାହାଡ଼ ଉପରୁ ସନ୍ଧ୍ୟା ୭ଟାରେ ଶବ ପାହାଡ଼ ଉପରୁ ଆଣି ଡାକ୍ତରଖାନାର ଶବ ଗୃହରେ ରଖାଯାଇଛି। ଘଟଣାସ୍ଥଳରେ ଗଣେଶ ପୂଜାରୀଙ୍କ ନେତୃତ୍ୱରେ ବିଦ୍ୟୁତ ବିଭାଗର ଏକ ଟିମ୍ ପହଂଚି ବିଦ୍ୟୁତ ସଜାଡୁଥିବା ଜଣାପଡ଼ିଛି। ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି।
ଆହୁରି ପଢ଼ନ୍ତୁ: Flower Plants in Winter: ଫୁଲର ଋତୁ ଶୀତ ଋତୁରେ ଏସବୁ ଫୁଲଗଛ ଲଗାନ୍ତୁ, ସୁନ୍ଦର ସହ ସୁଗନ୍ଧରେ ପୂରି ଉଠିବ ଘର...
ଲକ୍ଷ୍ମୀପୁରରେ ନିତିଦିନିଆ ଘଟଣା
ଲକ୍ଷ୍ମୀପୁର ବ୍ଲକର ପ୍ରାୟ ଅଧିକାଂଶ ଆଭ୍ୟନ୍ତରୀଣ ଅଞ୍ଚଳରେ ବିଦ୍ୟୁତ ତାରରେ ଫାଶ ଲଗାଯାଇ ବନ୍ୟଜନ୍ତୁ ଶିକାର କରାଯାଉଛି। ବନ୍ୟଜନ୍ତୁ ଶିକାର ହେଉଥିବା ନେଇ ପ୍ରଶାସନ ଠାରୁ ଆରମ୍ଭ କରି ପୁଲିସ, ବନବିଭାଗ, ବିଦ୍ୟୁତ ବିଭାଗ ପାଖରେ ଖବର ରହିଛି। ବିଦ୍ୟୁତ ବିଭାଗ କର୍ମଚାରୀ ଖୁଣ୍ଟରୁ ଲଗାଯାଉଥିବା ଫାଶ କାଢ଼ିକାଢ଼ି ନାକେଦମ ହୋଇଗଲେଣି। ବାର୍ହା ଫାଶ ଜଙ୍ଗଲରେ ଲଗାଯାଉଥିବା ବେଳେ ଏଥିରେ ଯଦି ବନ୍ୟଜନ୍ତୁ ପଡ଼ି ମୃତ୍ୟୁ ହୁଏ ତାହେଲେ ସେହି ରାତି ସାରା ଆଉ ବିଦ୍ୟୁତ ଆସି ନଥାଏ। ତହିଁ ପରଦିନ ବିଦ୍ୟୁତ କର୍ମଚାରୀ ଜଙ୍ଗଲରେ ଖୋଜିଖୋଜି ଫାଶରେ ଲାଗି ଥିବା ତାର କାଢ଼ିବା ପରେ ବିଦ୍ୟୁତ ଆସିଥାଏ।
Follow Us