୨୦ ହଜାର ଟଙ୍କା ନେବା ବେଳେ ଧରାପଡ଼ିଲେ କୁନ୍ଦ୍ରା ବ୍ଲକ ସହକାରୀ ଯନ୍ତ୍ରୀ

ମନରେଗା କାମରେ ବିଲ୍ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ। କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଲମ୍ବୋଧର ନାୟକ ମନରେଗା କାମର ବକେୟା ବିଲ ବାବଦକୁ ୨୦ ହଜାର ଟଙ୍କା ଲାଂଚ ନେବା ବେଳେ ଧରିଛି ଜୟପୁର ଭିଜିଲାନସ୍ ଟିମ୍।

vigilance

କୁନ୍ଦ୍ରା: ମନରେଗା କାମରେ ବିଲ୍ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ। କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଲମ୍ବୋଧର ନାୟକ ମନରେଗା କାମର ବକେୟା ବିଲ ବାବଦକୁ ୨୦ ହଜାର ଟଙ୍କା ଲାଂଚ ନେବା ବେଳେ ଧରିଛି ଜୟପୁର ଭିଜିଲାନସ୍ ଟିମ୍।

ମିଳିଥିବା ସୂଚନା ଅନୁଯାୟୀ ମସିଗାଁ ପଞ୍ଚୟତର ଝଡଙ୍ଗା ଗ୍ରାମର ଆରଡି ରାସ୍ତା ଠାରୁ ସ୍ମଶାନ ପର୍ଯ୍ୟନ୍ତ ମେଟେଲ ମୋରମ ରାସ୍ତା ନିର୍ମାଣ ମନରେଗା ଯୋଜନାରେ ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ ପାଇଁ ପ୍ରଫୁଲ କୁମାର ସ୍ବାଇଁଙ୍କୁ କାର୍ଯ୍ୟସମ୍ପାଦନ ପାଇଁ ଦାୟିତ୍ବ ଦିଆଯାଇଥିଲା।  

ବକେୟା ବିଲ ୩ ଲକ୍ଷ ଟଙ୍କା କରିବା ପାଇଁ ସହକାରୀ ଯନ୍ତ୍ରୀ କୁଆଡ଼େ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଫୁଲ ଏନେଇ ଜୟପୁର ଭିଜିଲାନସ୍ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଆଜି ସଂଧ୍ୟା ସମୟରେ ପ୍ରଫୁଲ ସହକାରୀ ଯନ୍ତ୍ରୀଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିବା ବେଳେ ଭିଜିଲାନସ୍ କାବୁ କରିଥିବାର ଭିଜିଲାନସ୍ ଏସପି ଅଭୟ କୁମାର ମହାପାତ୍ର କହିଛନ୍ତି।  

ଭିଜିଲାନସ୍‌ର ଟିମ ତଦନ୍ତ ଜାରି ରଖିଥିବା ବେଳେ ସବିଶେଷ ତଥ୍ୟ ମିଳିପାରି ନାହିଁ। ଏହି ଚଢ଼ଉରେ ଡିଏସପି ସଦାନନ୍ଦ ପାଣି, ଅଭୟ ପ୍ରଧାନ, ଇନିସପେକ୍ଟର ସୁର୍ଯ୍ୟପ୍ରକାଶ ନାୟକଙ୍କ ସହ ଏକ ଟିମ୍ ଏହି ଚଢ଼ାଉରେ ଭାଗ ନେଇଥିଲେ। ତେବେ ଲାଞ୍ଚ କାରବାରର ଏକ ଅଡିଓ ଭାଇରାଲ ହୋଇଥିବା ଜଣାପଡିଛି।

Odisha Vigilance | Koraput 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe