Protest: କମ୍ପାନିକୁ ରାସ୍ତା ତିଆରି ପାଇଁ ଭୂମିପୂଜାକୁ ବିରୋଧ

Advertisment

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଅଞ୍ଚଳରେ ଏକ କମ୍ପାନି ଦ୍ବାରା ନିର୍ମାଣ କରାଯିବାକୁ ଥିବା ପ୍ରସ୍ତାବିତ କାମକୁ ତୀବ୍ର ବିରୋଧ କରାଯାଇଛି। ସ୍ଥାନୀୟ ଲୋକେ ଏକତ୍ର ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ କମ୍ପାନି ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। 

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଅଞ୍ଚଳରେ ଏକ କମ୍ପାନି ଦ୍ବାରା ନିର୍ମାଣ କରାଯିବାକୁ ଥିବା ପ୍ରସ୍ତାବିତ କାମକୁ ତୀବ୍ର ବିରୋଧ କରାଯାଇଛି। ସ୍ଥାନୀୟ ଲୋକେ ଏକତ୍ର ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ କମ୍ପାନି ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। 

Untitled-21.jpg

ପଟ୍ଟାଙ୍ଗି (ପ୍ରଶାନ୍ତ ଦାଶ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଅଞ୍ଚଳରେ ଏକ କମ୍ପାନି ଦ୍ବାରା ନିର୍ମାଣ କରାଯିବାକୁ ଥିବା ପ୍ରସ୍ତାବିତ କାମକୁ ତୀବ୍ର ବିରୋଧ କରାଯାଇଛି। ସ୍ଥାନୀୟ ଲୋକେ ଏକତ୍ର ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ କମ୍ପାନି ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। 

 ଆଜି ସକାଳ ପ୍ରାୟ ୧୧ଟାରୁ ପଟାଙ୍ଗି ବ୍ଲକ ମାଲିପୁଟ ପଂଚାୟତ ଛକର ମାଲିପୁଟ ଗ୍ରାମବାସୀଙ୍କ ମେଳି ଲାଗିଛି। ଗତକାଲି ରାତିରୁ ଏକ ଘରୋଇ କମ୍ପାନିର କିଛି ଲୋକ ଗ୍ରାମବାସୀଙ୍କୁ ଟଙ୍କା ଦେଇଥିବାର ଖବର ଓ ପରେ ଠିକା ସଂସ୍ଥାର ଲୋକେ ପାହାଡ଼ ଉପରକୁ ରାସ୍ତା ପାଇଁ ସର୍ଭେୟ କରିବା ଖବର ପାଇ ଲୋକଙ୍କ ମେଳି ଏବେବି ଲାଗି ରହିଛି। ତେବେ ମେଳି ଖବର ପାଇ ପୁଲିସ ପହଞ୍ଚି ସ୍ଥିତି ପରଖି ପୁଣି ଫେରିଥିବା ଖବର ବି ଜଣାପଡିଛି।

ସୂଚନା ଥାଉକି ମାଲିପୁଟ ଦେଇ ସେରୁବନ୍ଧ ପାହାଡ଼କୁ ଚଉଡା ରାସ୍ତା ତିଆରି ପାଇଁ ଏକ ଘରୋଇ କମ୍ପାନି ନାଲୋକରୁ ଟେଣ୍ଡର ପାଇଛି।ଯାହାର କାମ କିନ୍ତୁ ଆଗେଇପାରୁଣୀ। ରାସ୍ତା ପାଇଁ  ଭୂମିପୂଜା ଟଙ୍କା ବାଣ୍ଟି କରିଦେବ ଆଜି ବୋଲି ଗାଁ ସାରା ପ୍ରଚାର ପରେ ଦେଖାଦେଇଥିଲା ଅଜବ ସ୍ଥିତି, ଚାପା ଉତେଜେନା ବି ଥିଲା। ସନ୍ଧ୍ୟା ସୁଦ୍ଧା କାମ ଆରମ୍ଭ ହେବ ଭାବି ଛକରେ ମେଳି ବାନ୍ଧି ଜଗିଛନ୍ତି ଗ୍ରାମବାସୀ। ସେରୁବଂଧ ପାଇଁ ଦୀର୍ଘଦିନ ଧରି ଲୋକେ କରି ଆସୁଛନ୍ତି ବିରୋଧ ତେଣୁ କାମ ଆରମ୍ଭ କରିବାକୁ ଦିଆଯିବ ନାହିଁ ବୋଲି ସେରୁବନ୍ଧ ସୁରକ୍ଷା ସମିତିର ସଭାପତି ଭଗବାନ ଗୋଲୋରି କହିଛନ୍ତି।

ଆହୁରି ପଢ଼ନ୍ତୁ: New Rule in Taliban:ଆଧୁନିକ ଶୈଳୀରେ କେଶ ଅବା ଦାଢ଼ି କାଟିଲେ ବାରିକଙ୍କୁ ଜେଲ୍ ଦଣ୍ଡାଦେଶ: ତାଲିବାନୀ ଶାସକଙ୍କ ନୂଆ ଆଇନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe