ବର୍ଜ୍ୟବସ୍ତୁ ପରିଚାଳନାରେ ପୌରପାଳିକା ବିଫଳ

Advertisment

୨୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଡମ୍ପିଂୟାର୍ଡ ପାଚେରୀ ଭୁଶୁଡ଼ିଗଲା

୨୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଡମ୍ପିଂୟାର୍ଡ ପାଚେରୀ ଭୁଶୁଡ଼ିଗଲା

ବର୍ଜ୍ୟବସ୍ତୁ ପରିଚାଳନାରେ ପୌରପାଳିକା ବିଫଳ

ଜୟପୁର: ବର୍ଜବସ୍ତୁ ପରିଚାଳନାରେ ବିଫଳ ହୋଇଛି ଜୟପୁର ପୌରପାଳିକା। ସହର ସାରାର ଆବର୍ଜନା ମକାପୁଟ ଠାରେ ଥିବା ଡମ୍ପିଂୟାର୍ଡରେ ଠୂଳ କରାଯାଉଥିବା ବେଳେ ବର୍ଜବସ୍ତୁ ପରିଚାଳନାରେ ତ୍ରୁଟି ଯୋଗୁଁ ଆଖପାଖ ଅଞ୍ଚଳର ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ୨୩ ଲକ୍ଷ ଟଙ୍କା ବ୍ୟୟରେ ଡମ୍ପିଂୟାର୍ଡର ପାଚେରୀ ଏବେ ଭୁଶୁଡ଼ି ପଡିଛି। ଫଳରେ ଚାରିଆଡେ ଖେଳାଇ ହୋଇ ପଡ଼ିଛି ଆବର୍ଜନା। ପରିବେଶ ଏମିତି ହୋଇଛି ଯେ ପାଖ ଅଞ୍ଚଳରେ ଦୁର୍ଗନ୍ଧରେ ନାକ ଫାଟିଯାଉଛି। ୨୦୦୮-୦୯ ଆର୍ଥିକ ବର୍ଷରେ ନିର୍ମାଣ ହୋଇଥିବା ଏହି ଡମ୍ପିଂୟାର୍ଡର ପରିସୀମା ୪ ଏକର। ଏଥିରେ ପ୍ରାୟ ୧୦ ହଜାର ଟନରୁ ଅଧିକ ଆବର୍ଜନା ରହିପାରିବ। କିନ୍ତୁ ପରିଚାଳନା ଗତ ତ୍ରୁଟି ଯୋଗୁଁ ଦୂଷିତ ପରିବେଶ ସୃଷ୍ଟି ହୋଇଛି।
ସ୍ଥାନୀୟ ବାସିନ୍ଦା କେ.ଶିବ କୁମାର କହିଛନ୍ତି ଯେ ଏହି ଡମ୍ପିଂୟାର୍ଡ ହେବା ବେଳେଠୁ ବିରୋଧ କରୁଥିଲୁ। ଏବେ ମଧ୍ୟ କରୁଛୁ । କିନ୍ତୁ ଜୟପୁର ପୌରପାଳିକା ସହର ଯାକର ଆବର୍ଜନ ଓ ରୋଗକୁ ଆଣି ଏଠାରେ ପକାଇଲେ। ଏଥିପାଇଁ ଗ୍ରାମବାସୀ ଓ ନିକଟରେ ଥିବା ଆଶ୍ରମ ସ୍କୁଲର କୋମଳମତି ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ବର୍ଷା ଦିନେ ଏଠାରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି।
ସ୍ମୃତି ରଞ୍ଜନ ଦଳେଇ କହିଛନ୍ତି ଯେ ୨୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୧୦ ଫୁଟ ଉଚ୍ଚତାର ବାଉଣ୍ଡେରୀ ଓ୍ଵାଲ ଏବେ ତଳେ ପଡିଛି। ଏହି ଓ୍ଵାଲ ଆବର୍ଜନା ଓ ଦୁର୍ଗନ୍ଧରୁ ରକ୍ଷା କରୁଥିବାବେଳେ ନିମ୍ନ ମାନର କାମ ଯୋଗୁଁ ମାତ୍ର ୧୦ ବର୍ଷ ମଧ୍ୟରେ ଭୁଶୁଡ଼ି ଯାଇଛି। ଏହି ଡମ୍ପିଂୟାର୍ଡରେ ପ୍ରଥମେ ଗୋଟିଏ ପଟେ ବାଟ ରହିଥିବେଳେ ଏବେ ୬ରୁ ଅଧିକ ବାଟ ରହିଛି। ଫଳରେ ପବନ ଓ ନିଆଁରେ ପରିବେଶ ବେଶୀ ଦୂଷିତ ହେଉଛି ବୋଲି ସେ କହିଛନ୍ତି।
ପୌରାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥ କହିଛନ୍ତି ଯେ ନିକଟରେ ସ୍କୁଲ ଓ ଗାଁ ରହିଥିବାରୁ ଏହା ରହିବ କି ଅନ୍ୟତ୍ର ଉଠାଯିବ ସେନେଇ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପକ୍ଷରୁ ବାରିଣିପୁଟ ଠାରେ ପ୍ରାୟ ୬ ଏକର ଜମି ଚିହ୍ନଟ କରାଯାଇଛି। ରାଜ୍ୟ ସରକାରଙ୍କଠାରୁ ଅନୁମତି ମିଳିବା ପରେ ଆଉ ଏକ ଡମ୍ପିଂୟାର୍ଡ ସହ ୨ଟି ବର୍ଜବସ୍ତୁ ପରିଚାଳନା ପ୍ଲାଣ୍ଟ ସ୍ଥାପନା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe