ଦେଶୀ ମଦ ଦୋକାନ ଉଚ୍ଛେଦ କରି ମହିଳାଙ୍କୁ ସଶକ୍ତୀକରଣ କରିବାକୁ ଦାବି

Advertisment

ଆଉ କେତେ ଜଣ ମଲେ, କେତେ ପରିବାର ଉଜୁଡିଲେ, କେତେ ଗ‌ଣ୍ଡଗୋଳ ତଥା ଅପରାଧ ସଂଘଟିତ ହେଲେ ସାହି ମଝିରୁ ଦେଶୀ ମଦ ଦୋକାନ ଉଚ୍ଛେଦ କରିବେ ବୋଲି କୋରାପୁଟ ପୌରପାଳିକାର ୪ନମ୍ବର ୱାର୍ଡର ବାସୀନ୍ଦା କହିଛନ୍ତି।

ଆଉ କେତେ ଜଣ ମଲେ, କେତେ ପରିବାର ଉଜୁଡିଲେ, କେତେ ଗ‌ଣ୍ଡଗୋଳ ତଥା ଅପରାଧ ସଂଘଟିତ ହେଲେ ସାହି ମଝିରୁ ଦେଶୀ ମଦ ଦୋକାନ ଉଚ୍ଛେଦ କରିବେ ବୋଲି କୋରାପୁଟ ପୌରପାଳିକାର ୪ନମ୍ବର ୱାର୍ଡର ବାସୀନ୍ଦା କହିଛନ୍ତି।

Koraput Praja Street

Koraput Praja Street Photograph: (Sambad )

କୋରାପୁଟ: ଆଉ କେତେ ଜଣ ମଲେ, କେତେ ପରିବାର ଉଜୁଡିଲେ, କେତେ ଗ‌ଣ୍ଡଗୋଳ ତଥା ଅପରାଧ ସଂଘଟିତ ହେଲେ ସାହି ମଝିରୁ ଦେଶୀ ମଦ ଦୋକାନ ଉଚ୍ଛେଦ କରିବେ ବୋଲି କୋରାପୁଟ ପୌରପାଳିକାର ୪ନମ୍ବର ୱାର୍ଡର କାଉନସିଲର ଗଣେଶ ଜାନୀ, ସଂଜୁ, ବେବୀ ପଦୁଆ, ଗୌରୀ ମୁଦୁଲି, ସଂଜୁ ଖିଲ, ଅମ୍ବିକା ଖିଲ, ସବିତା ଖିଲ, ପଦ୍ମା ପଦୁଆ, ଜିନୁ ଜାନୀ, କୁନି ଜାନି, ସୁମି ମୁଦୁଲି, ସୁନାଦେଇ ଜାନୀ, ଶିବ ପ୍ରସାଦ ସଗରିଆ, ଗୋବିନ୍ଦା ନାଇଡୁ, ସେକ ଆସିଫଆଲ୍ଲୀ, ପ୍ରହ୍ଲାଦ ନାଗ, ମାମି ସଗରିଆ,ଶ୍ରଦ୍ଧାଂଜଳୀ ସାହୁଙ୍କ ସହ ଶତାଧିକ ମହିଳା ପ୍ରଶ୍ନ କରିଛନ୍ତି। ଆମ ଅଂଚଳକୁ ବଂଚାନ୍ତୁ ଆଞା ବୋଲି ଏମାନେ ଅନୁରୋଧ କରିଛନ୍ତି।

ବାରମ୍ବାର ଏହି ଦେଶୀ ମଦଦୋକାନକୁ ଉଚ୍ଛେଦ କରିବାକୁ ଜିଲ୍ଲାପ୍ରଶାସନ, ଜିଲ୍ଲା ଅବକାରୀ ବିଭାଗ, ଜିଲ୍ଲା ପୁଲିସକୁ ଜଣାଇବା ପ‌ରେ ମଧ୍ୟ କାହିଁକି ପଦକ୍ଷେପ ନିଆଯାଉନି ବୋଲି ଏହି ମହିଳା ମାନେ ପ୍ରଶ୍ନ କରିଛନ୍ତି। ଏହି ଦୋକାନ ଯୋଗୁଁ ଅତିତରେ ବହୁବାର ଛୋଟ ବଡ ଘଟଣା , ଦୁର୍ଘଟଣା ଘଟିବା ସହ ବହୁ ଲୋକେ ବିଷାକ୍ତ ଦେଶୀ ମଦ ପିଇ ଆରପାରିକୁ ଚାଳିଯାଇଛନ୍ତି। ତେବେ ସାହିର ମହିଳା ମାନେ ବାଧ୍ୟ ହୋଇ ଆଇନକୁ ହାତକୁ ନେଲେ ଏଥି ପାଇଁ କେବଳ ଜିଲ୍ଲାପ୍ରଶାସନ ହିଁ ଦାୟୀ ରହିବ ବୋଲି ଏମାନେ ଚେତାବନୀ ଦେଇଛନ୍ତି। ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଏହାର ନକଲ ପୁଲିସ ଏସପି, ଅବକାରୀ ଅଧିକ୍ଷକ, ତହସିଲଦାର, ପୌରପାଳିକା ନିର୍ବାହୀ ଅଧିକାରୀ ,ଥାନା ଅଧିକାରୀ ଆଦିଙ୍କୁ ନକଲ ଦେଇଛନ୍ତି। 

ଏଥିରେ ଉଲ୍ଲେଖ କରିଛନ୍ତି ଯେଉଁ ଦୀର୍ଘ ୫୦ବର୍ଷ ତଳର ସ୍ଥାନ ଲିଜରେ ନେଇ ମଦଭାଟି କରାଯାଇଥିଲା। ଲିଜ୍ ଅବଧି ସରିବା ପରେ ବି ଏହି ଦେଶୀ ମଦ ଭାଟି ଚାଳିଛି। ଗତ ୧୦ବର୍ଷ ହେବ ବିନା ଲିଜ୍ ରେ ଏହା ଚାଳିଛି ବୋଲି ତହସିଲଦାର ଜଣାଇଥିଲେ। ଏପରିକି ସେଠାରେ ରଙ୍ଗ ପତାକା ଲଗାଇ ଭାଟି ଉଠାଇବାକୁ କୁହାଯାଇଥିଲେ ହେଁ ଆଜି ଯାଏଁ ‌ଏହି ଦେଶୀ ଭାଟି ଚାଳିଛି ବୋଲି ଏମାନେ କହିଛନ୍ତି।  

ଏଠାରେ ବିଷାକ୍ତ ଦେଶୀ ମଦ ବହୁଳ ଭାବରେ ବିକ୍ରୀ କରାଯାଉଛି। ଏହାଦ୍ବାରା ପରିବାର ମଧ୍ୟରେ ଅଶାନ୍ତି ଦେଖାଯିବା ସହ ଗାଁରେ ଗଣ୍ଡଗୋଳ ହେଉଛି। ଏହି  ବିଶାକ୍ତ ମଦ ପିଇ  ଅନେକ ବ୍ୟକ୍ତି ମୃତ୍ୟବରଣ କରିବା ଫଳରେ ବହୁ ପରିବାର ନିଜ ଆତ୍ମୀୟଙ୍କୁ ହରାଇଛନ୍ତି। ଅନେକ ପରିବାରର ଆର୍ଥିକସ୍ଥିତି ଭୁଷୁଡିବା ସହ ପରିବାର ଗୁଡିକ ନାହିଁ ନଥିବା ଅସୁବିଧାରେ ବଂଚୁଛନ୍ତି। ଘରର ଚାଉଳ ଠାରୁ ଆରମ୍ଭ କରି ଜାଳେଣୀ କାଠ ବି ବିକ୍ରୀ କରି ମଦ ପିଉଥିବା ଏମାନେ ଅଭିଯୋଗ କରିଛନ୍ତି।

ନିଶାଶକ୍ତ ଅବସ୍ଥାରେ ମହିଳା ଓ ଯୁବତୀଙ୍କୁ ଅଶୋଭନୀୟ ବ୍ୟବହାର କରୁଛନ୍ତି। ମହିଳା ମାନେ କାମ କରି ଆଣୁଥିବା ମଜୁରୀ ଟଙ୍କାକୁ ବି ଛଡ଼ାଇ ନେଇ ମଦ୍ୟପ ମାନେ ମଦ ପିଇ ସବୁ ଟଙ୍କା ସାରି ଦେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏପରିକି ଗଣ୍ଡଗୋଳ, ମାରପିଟ୍ ବି ଘରେ  ଓ ସାହିରେ ଜାରୀ ରହିଥିବା ମହିଳା ମାନେ କହିଛନ୍ତି। ସାହିରେ ସଂପୁର୍ଣ୍ଣ ରୁପେ ମଦ ବିକ୍ରି ବନ୍ଦ କରିବା ସହ ଏହି ଭାଟିକୁ ଉଚ୍ଛେଦ କରି ଲିଜ୍ ସରିଥିବା ସ୍ଥାନରେ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ମିଶନଶକ୍ତି କିମ୍ବା ଅନ୍ୟ ଯୋଜନାରେ ପ୍ରଶିକ୍ଷଣ କେନ୍ଦ୍ର, ପାଠାଗାର ତଥା ଅଂଚଳର ଯୁବକ ଓ ଯୁବତୀଙ୍କୁ ମାର୍ଗଦର୍ଶନ ଦେବା ପାଇଁ ପରାମର୍ଶ କେନ୍ଦ୍ର ଖୋଲିବାକୁ ଅନୁରୋଧ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe