ମଦ ଭର୍ତ୍ତି ଗାଡି ଜବତ, ୫ ଗିରଫ

ମଦ ଭର୍ତ୍ତି ଗାଡି ଜବତ, ୫ ଗିରଫ

କୋରାପୁଟ: ଅବକାରୀ ବିଭାଗ ଆଜି ଏକ ମଦ ଭର୍ତ୍ତି ଗାଡିକୁ ଜବତ କରିଛି। ଏଥିସହ ଚୋରା ମଦ କାରବାରେ ସଂପୃକ୍ତି ଅଭିଯୋଗରେ ୫ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଏକ କମାଣ୍ଡର ଜିପ (ଓଆର-୧୮-୬୮୪୯)ରେ ଚୋରା ମଦ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ସେମିଳିଗୁଡା ନିକଟରେ ଏହି ଗାଡିକୁ ଅଟକାଇ ଯାଂଚ କରିବା ପରେ ସେଥିରେ ବ୍ୟାପକ ଚୋରା ମଦ ଥିବା ଜଣାପଡିଥିଲା। ଅବକାରୀ ବିଭାଗ ଏଥିନେଇ ଏକ ମାମଲା ରୁଜୁ କରି ଜିପକୁ ଜବତ କରିଛି। ୮୨୦ଲିଟର ରନ୍ଧା ମହୁଲି ମଦ ରହିଥିଲା।

ଏହି ମଦ ନେଇ ଯାଉଥିବା ଦିଲୀପ ପ୍ରସାଦ, ରୁସାନ୍ତ କାରୁଆ ଓ ରାମଚନ୍ଦ୍ର ଖରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହିପରି ଅନ୍ୟ ଦୁଇଟି ସ୍ଥାନରେ ଚଢାଉ କରି ରବି ଖିଲ ଓ ଭଗବାନ ଖରାଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୧୦ଲିଟର ଦେଶୀ ମହୁଲି ମଦ ଓ ୧୦ଲିଟର ସଲପ ତାଡି ଜବତ କରାଯାଇଛି। ଅବକାରୀ ଅଧୀକ୍ଷକ ସୁବାସ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ଦଣ୍ଡପାଣି ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଚଢାଉ କରାଯାଇଥିଲା। ଏଥିରେ ଇନ୍ସପେକ୍ଟର ଏମ.ଏମ. ଧାଙ୍ଗଡା ମାଝୀ, ଏସଆଇ ସୋମନାଥ ବାଗ, ଏନ.ଏମ. ଚୌଧୁରୀଙ୍କ ସମେତ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe