ଜାଲ ଟିଡିଆର୍‌ ମାମଲାରେ ମହିଳା ଗିରଫ

Advertisment

ଆଗୁଆ ଜାମିନରେ ସ୍ୱାମୀ ଓ ପୁଅ

ଆଗୁଆ ଜାମିନରେ ସ୍ୱାମୀ ଓ ପୁଅ

ଜାଲ ଟିଡିଆର୍‌ ମାମଲାରେ ମହିଳା ଗିରଫ

ଜୟପୁର : ଜାଲ୍‌ ଟିଡିଆର ଦେଇ ଠିକାକାମ ହାସଲ କରିବା ଅଭିଯୋଗରେ କୋରାପୁଟ ଜିଲ୍ଲାର ଜଣେ ବିଶିଷ୍ଟ ଠିକାଦାରଙ୍କ ପତ୍ନୀଙ୍କୁ ଗିରଫ କରିଛି ପୁଲିସ। ଜୟପୁର ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଗୀତାଞ୍ଜଳି ନାୟକ ନାମକ ଏହି ମହିଳାଙ୍କୁ ଗିରଫ କରି ଆଣିବା ପରେ କୋର୍ଟ ଚାଲାଣ କରିଛନ୍ତି। ପୁରୀ ଜିଲ୍ଲା ନିମାପଡ଼ାରେ ଜଣେ ସମ୍ପର୍କୀୟଙ୍କ ଘରେ ସେ ରହୁଥିବା ଖବର ପାଇ ପୁଲିସ ସେଠାରୁ ତାଙ୍କୁ ଧରିଥିଲା। ତେବେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ବିଭିନ୍ନ କାର୍ଯ୍ୟରେ ୪୩.୯ ଲକ୍ଷ ଟଙ୍କାର ଜାଲ ଟିଡିଆର ଦେଇ ଠିକାକାମ ହାତେଇଥିବା ଗୀତାଞ୍ଜଳିଙ୍କ ସ୍ୱାମୀ ଗୌରାଙ୍ଗ ନାୟକ ଓ ପୁଅ ଗୋପାଳ କୃଷ୍ଣ ନାୟକ ହାଇକୋର୍ଟରୁ ଆଗୁଆ ଜାମିନ ପାଇବାରେ ସକ୍ଷମ ହୋଇଥିବାରୁ ଗିରଫଦାରୀରୁ ବର୍ତ୍ତି ଯାଇଛନ୍ତି।

ଜୟପୁର ପୌରପାଳିକା ପକ୍ଷରୁ ଡିସେମ୍ବର ୩୦ ତାରିଖରେ ଗୀତାଞ୍ଜଳିଙ୍କ ନାମରେ ଟାଉନ ଥାନାରେ ଏତଲା ଦେଇଥିଲେ ନିର୍ବାହୀ ଅଧିକାରୀ। ସେ ୩ ଲକ୍ଷ ୪୧ ଲକ୍ଷ ଟଙ୍କାର ଟିଡିଆର ଦେଇଥିବା ଅଭିଯୋଗ ହୋଇଥିଲା। ପୂଜାରୀପୁଟସ୍ଥିତ ଆଇଓବି ବ୍ୟାଙ୍କ ନାମରେ ଦିଆଯାଇଥିବା ଏହି ଟିଡିଆର ଜାଲ୍‌ ବୋଲି ଜଣାପଡ଼ିଥିଲା। ଏତଲା ପରେ ସେ ଫେରାର ହୋଇଯାଇଥିଲେ। ତିନିଦିନ ତଳେ ଗୀତାଞ୍ଜଳି ପୁରୀ ନିମାପଡାରେ ଥିବା ନେଇ ଖବର ମିଳିବା ପରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ପୁଲିସର ଏକ ୪ ଜଣିଆ ଟିମ୍‌ ସେଠାକୁ ଯାଇଥିଲା। ପରେ ତାଙ୍କୁ ଗିରଫ କରି ଜୟପୁରକୁ ଆଣିଥିଲା। ତାଙ୍କ ନାମରେ ଆଇପିସି ଦଫା ୪୨୦/୪୬୭/୪୬୮/୪୭୧ ଲାଗିଥିବା ବେଳେ କୋରାପୁଟ ସଦର ଥାନାରେ ୧୧୧/୨୦୧୭ରେ ଏକ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe